ପାୟଲ ଘୋଷଙ୍କ ଆଉ ଏକ ବଡ଼ ବୟାନ, କହିଲେ- ‘ଅନୁରାଗଙ୍କ ବିଷୟରେ ଇରଫାନ୍‌ ପଠାନ୍‌ଙ୍କୁ ସବୁ କିଛି କହିଥିଲି ’

ଅଭିନେତ୍ରୀ ପାୟଲ ଘୋଷ ଗତ ମାସରେ ଫିଲ୍ମ ନିର୍ମାତା ଅନୁରାଗ କଶ୍ୟପଙ୍କ ଉପରେ ଯୌନ ଶୋଷଣ ଅଭିଯୋଗ କରିଥିବା ବେଳେ ଏବେ ପୁଣିଥରେ ସେହି ମାମଲାକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି। ପ୍ରତିଦିନ ସେ କେସ୍‌କୁ ନେଇ ନୂଆ ନୂଆ ଖୁଲାସା କରୁଛନ୍ତି। ଏବେ ପାୟଲ ଆଉ ଏକ ଖୁଲାସା କରିଛନ୍ତି। ସୋସିଆଲ ମିଡିଆରେ ଟ୍ଵିଟ୍‌ କରି ଏବେ ଏହି କେସ୍‌ରେ ପାୟଲ କ୍ରିକେଟର ଇରଫାନ୍‌ ପଠାନ୍‌ଙ୍କୁ ଟାଣିଛନ୍ତି। ସେ ଇରଫାନ୍‌ଙ୍କ ସହ ହୋଇଥିବା କଥାବାର୍ତ୍ତା ସମ୍ପର୍କରେ କହିଛନ୍ତି।

ଟ୍ଵିଟ୍‌ କରି ପାୟଲ କହିଛନ୍ତି ମୁଁ ଇରଫାନ୍‌ ପଠାନ୍‌ଙ୍କୁ ଅନୁରାଗ କଶ୍ୟପ ମୋତେ ବଳାତ୍କାର କରିଛନ୍ତି ବୋଲି କହିନି, କିନ୍ତୁ ତାଙ୍କ ସହ କ’ଣ କଥାବାର୍ତ୍ତା ହୋଇଥିଲି ସେ ବିଷୟରେ ସବୁକିଛି କହିଛି। ସେ ସବୁ ଜାଣିଛନ୍ତି କିନ୍ତୁ ଏବେ କିଛି କହୁନାହାନ୍ତି।

ସେ ଆଉ ଏକ ଟ୍ଵିଟ୍‌ରେ ପାୟଲ ଲେଖିଛନ୍ତି ଇରଫାନ୍‌ ପଠାନ୍‌ଙ୍କୁ ଟ୍ୟାଗ୍‌ କରିବା ଅର୍ଥ ଏୟା ନୁହେଁ ଯେ ମୋତେ ତାଙ୍କ ଉପରେ କିଛି ଇଣ୍ଟରେଷ୍ଟ ଅଛି। କିନ୍ତୁ ମୁଁ ତାଙ୍କ ସହ ସବୁ କିଛି ସେୟାର କରିଛି, କିନ୍ତୁ ରେପ୍‌ କଥା ନୁହେଁ। ମୋତେ ବିଶ୍ୱାସ ଅଛି ଯେ ମୁଁ ତାଙ୍କୁ ଯାହା କହିଛି ସେ ତାହା ସମସ୍ତଙ୍କୁ କହିବେ।

ସେ ୨୦୧୪ରେ ହୋଇଥିବା ଏକ ଘଟଣାକୁ ମନେ ପକାଇ ଲେଖିଛନ୍ତି ୨୦୧୪ରେ ହୋଲିର ଗୋଟିଏ ଦିନ ପୂର୍ବରୁ ଅନୁରାଗ କଶ୍ୟପ ମୋତେ ମେସେଜ୍‌ କରିଥିଲେ। ସେ ଚାହୁଁଥିଲେ ମୁଁ ତାଙ୍କ ପାଖକୁ ଯାଏ। ସେତେବେଳେ ଇରଫାନ୍‌ ମୋ ଘରେ ହିଁ ଥିଲେ। ତାଙ୍କ ସାମ୍ନାରେ ହିଁ ମେସେଜ୍‌ ଆସିଥିଲା। କିନ୍ତୁ ମୁଁ ଇରଫାନ୍‌ଙ୍କୁ କହିଥିଲି ମୁଁ ବିନୀତ ଜୈନ୍‌ଙ୍କ ଘରକୁ ଯାଉଛି, ଅନୁରାଗଙ୍କ ପାଖକୁ ନୁହେଁ। ମୁଁ ଭାବୁଛି ତାଙ୍କୁ ମନେ ଥିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.