ପପ୍ ଆଇକନ ମାଡୋନା ଆଇସିୟୁରେ ଭର୍ତ୍ତି, ବ୍ୟାକ୍ଟେରିଆଲ ସଂକ୍ରମଣ ଯୋଗୁଁ ହସପିଟାଲରେ ହୋଇଥିଲେ ଭର୍ତ୍ତି

ଆମେରିକୀୟ ପପ୍ ଗାୟିକା ମାଡୋନା ଆଇସିୟୁରେ ଆଡମିଟ୍ ହୋଇଛନ୍ତି । ବ୍ୟାକ୍ଟେରିଆଲ ସଂକ୍ରମଣ ଯୋଗୁଁ ହସପିଟାଲରେ ଭର୍ତ୍ତି ହୋଇଥିଲେ ବୋଲି ତାଙ୍କ ମ୍ୟାନେଜର କହିଛନ୍ତି । ଏଥିପାଇଁ ତାଙ୍କର ସମସ୍ତ କାର୍ଯ୍ୟକ୍ରମ ବାତିଲ କରାଯାଇଛି ।

ଆମେରିକାର ଗାୟିକା ମାଡୋନା ଆଇସିୟୁରେ ଭର୍ତ୍ତି ହୋଇଛନ୍ତି । ସେ ଗତ କିଛିଦିନ ହେଲାଣି ବ୍ୟାକ୍ଟେରିଆଲ ସଂକ୍ରମଣ ହୋଇଥିଲେ । ମାଡୋନାଙ୍କ ମ୍ୟାନେଜର ଗାୟ ଓସେରୀ ଏହି ସୂଚନା ଦେଇଛନ୍ତି ।ମାଡୋନାଙ୍କ ସ୍ବାସ୍ଥ୍ୟବସ୍ଥାରେ ଉନ୍ନତି ଘଟୁଛି । ତାଙ୍କୁ ସଂପୂର୍ଣ୍ଣ ଭାବେ ଟିକ୍ ହେବା ପାଇଁ ମେଡିକାଲରେ ରହିବାକୁ ପଡିବ ।

୬୪ ବର୍ଷୀୟ ମାଡୋନାଙ୍କ ସେଲିବ୍ରେସନ ୧୫ ଜୁଲାଇକୁ କାନାଡାରେ ଆରମ୍ଭ ହେବାକୁ ଥିଲା । ଯାହାକୁ ଏବେ ବାତିଲ କରାଯାଇଛି ବୋଲି ମ୍ୟାନେଜର କହିଛନ୍ତି । ସେ ସୁସ୍ଥ ହେବା ପରେ ତାଙ୍କ ସମସ୍ତ କାର୍ଯ୍ୟକ୍ରମ ପୁଣିଥରେ କରାଯିବ । ତାଙ୍କ କାର୍ଯ୍ୟକ୍ରମର ଅନେକ ଟିକେଟ ବିକ୍ରି ହୋଇସାରିଥିଲା । ୩୫ଟି ସହର ସମେତ ୱାଲର୍ଡ ଟୁର ଶେଷ ୟୁରୋପର ଆମଷ୍ଟରଡାମରେ ଡିସେମ୍ବର ୧ ତାରିଖରେ ହୋଇଥାନ୍ତି । ଜାନୁଆରୀରେ ମାଡୋନା ଏହାର ଘୋଷଣା କରିଥିଲେ । ତେବେ ତାଙ୍କ ସ୍ବାସ୍ଥ୍ୟବସ୍ଥା ଖରାପ ହେବା ଯୋଗୁଁ ସମସ୍ତ କାର୍ଯ୍ୟକ୍ରମକୁ ବାତିଲ କରାଯାଇଛି ।

 

View this post on Instagram

 

A post shared by Madonna (@madonna)

ମାଡୋନା ୭ ଥର ଗ୍ରାମୀ ଆୱାର୍ଡ ବିଜେତା ହୋଇସାରିଛନ୍ତି । ତାଙ୍କ ଟୁର ପାଇଁ ଫ୍ୟାନ୍ସ ଉତ୍ସାହିତ ରହିଥିଲେ । କିନ୍ତୁ ମାଡୋନାଙ୍କ ସ୍ବାସ୍ଥ୍ୟବସ୍ଥା ଖରାପ ହେବା ପରେ ଫ୍ୟାନ୍ସ ତାଙ୍କ କାର୍ଯ୍ୟକ୍ରମକୁ ଅପେକ୍ଷା କରି ରହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.