କଲର ବ୍ଲାଇଣ୍ଡର ଶିକାର ହୋଇଥାନ୍ତି କୁକୁର, ଚିହ୍ନି ପାରନ୍ତିନି ଏହି ଦୁଇଟି ରଙ୍ଗ

କୁକୁର ଏକ ଗୃହପାଳିତ ପଶୁ ଭାବେ ସମସ୍ତଙ୍କର ଅତିପ୍ରିୟ ହୋଇଥାଏ । ବର୍ତ୍ତମାନ ସମୟରେ ଲୋକମାନେ ନିଜ ଘରେ କୁକୁର ରଖୁଛନ୍ତି । ରିପୋର୍ଟରେ କୁକୁରଙ୍କ ଦୃଷ୍ଟି ଶକ୍ତି କମ ଥିବା ପ୍ରକାଶ ପାଇଛି । ମଣିଷଙ୍କ ଆଖି ତୁଳନାରେ କୁକୁରଙ୍କ ଆଖିକୁ କୌଣସି ଜିନିଷର ଭିଜୁଆଲ ୮ ପ୍ରତିଶତ ଖରାପ ଦେଖାଯାଇଥାଏ ।

କୁକୁର, ମଣିଷର ବିଶ୍ୱାସୀ ବନ୍ଧୁ ହୋଇଥାଏ । କୁକୁର ପାଳୁଥିବା ବ୍ୟକ୍ତିମାନେ କୁକୁରଙ୍କୁ ନିଜ ଘରର ସଦସ୍ୟ ଭାବେ ପାଳିଥାନ୍ତି । କୁକୁର ଏକ ଗୃହପାଳିତ ପଶୁ ଭାବେ ସମସ୍ତଙ୍କର ଅତିପ୍ରିୟ ହୋଇଥାଏ । ବର୍ତ୍ତମାନ ସମୟରେ ଲୋକମାନେ ନିଜ ଘରେ କୁକୁର ରଖୁଛନ୍ତି । କିନ୍ତୁ ଆପଣ କେବେ ଭାବିଛନ୍ତି କି, କୁକୁରଙ୍କୁ ଆମର ଏହି ରଙ୍ଗବେରଙ୍ଗ ଦୁନିଆ କିପରି ଲାଗୁଥିବ । ସେମାନେ ରଙ୍ଗକୁ ଚିହ୍ନିପାରନ୍ତି କି ନାହିଁ, ତାହା ହୁଏତ ଆପଣମାନେ ଜାଣି ନଥିବେ । ତେବେ ଯଦି ଆପଣ ଜଣେ କୁକୁର ପ୍ରେମୀ, କୁକୁରର ଏହି ସମସ୍ୟା ବିଷୟରେ ଜାଣି ରଖନ୍ତୁ । କୁକୁରଙ୍କୁ କଲର ବ୍ଲାଇଣ୍ଡ ଭଳି ସମସ୍ୟା ହୋଇଥାଏ । ଏହା ଏକ ରିପୋର୍ଟରେ ପ୍ରକାଶ ପାଇଛି ।

ପ୍ରକାଶ ପାଇଥିବା ଅଧ୍ୟୟନ ଅନୁସାରେ, କୁକୁର ସବୁଜ ଏବଂ ଲାଲ ରଙ୍ଗ ମଧ୍ୟରେ କୌଣସି ଫରକ ଜାଣି ପାରି ନଥାନ୍ତି। ଇଟାଳୀର ୟୁନିଭର୍ସିଟି ଅଫ ବାରୀ ରେ ବୈଜ୍ଞାନିକମାନେ ରିସର୍ଚ କରିଛନ୍ତି । ଯେଉଁଥିରେ ଏଭଳି ଏକ ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସିଛି ।

ଅନ୍ୟ କିଛି ରିପୋର୍ଟରେ କୁକୁରଙ୍କ ଦୃଷ୍ଟି ଶକ୍ତି କମ ଥିବା ପ୍ରକାଶ ପାଇଛି । ମଣିଷଙ୍କ ଆଖି ତୁଳନାରେ କୁକୁରଙ୍କ ଆଖିକୁ କୌଣସି ଜିନିଷର ଭିଜୁଆଲ ୮ ପ୍ରତିଶତ ଖରାପ ଦେଖାଯାଇଥାଏ । ଯେଉଁଭଳି ମଣିଷଙ୍କୁ କଲର ବ୍ଲାଇଣ୍ଡ ସମସ୍ୟା ହୋଇଥାଏ ଠିକ ସେହିପରି କୁକୁରଙ୍କୁ ସବୁଜ ଏବଂ ଲାଲ ରଙ୍ଗ ଚିହ୍ନିବାରେ ସମସ୍ୟା ହୋଇଥାଏ ବୋଲି ରିସର୍ଚରେ ପ୍ରକାଶ ପାଇଛି ।

କୁକୁରଙ୍କୁ ତାଲିମ ଦେବା ସମୟରେ କୁକୁର ପ୍ରଶିକ୍ଷକମାନେ ଲାଲ କିମ୍ବା ସବୁଜ ପୋଷାକ ନପିନ୍ଧିବାକୁ ୟୁନିଭର୍ସିଟି ଅଫ ବାରୀର ମାର୍ସଲ ସିନ୍ସିସି ପରାମର୍ଶ ଦେଇଛନ୍ତି । ଏହା ଦ୍ୱାରା କୁକୁରମାନେ ଅନେକ ସମସ୍ୟାରେ ପଡ଼ିଥାନ୍ତି । ଏହା ବ୍ୟତୀତ ଯଦି ଆପଣ ଜଣେ କୁକୁର ମାଲିକ ତେବେ କୁକୁର ସହ ଖେଳିବା ସମୟରେ ଆପଣ ସବୁଜ ଏବଂ ଲାଲ ରଙ୍ଗର ଖେଳନା ବ୍ୟବହାର କରନ୍ତୁ ନାହିଁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.