Below header

ସିଲିଣ୍ଡରରୁ ନିଆଁଲାଗି ଜଳିଗଲା ଘର: ମା’ ପୁଅ ଗରୁତର, ଝିଅ ଆହତ

ଗ୍ୟାସ୍ ସିଲିଣ୍ଡରରୁ ନିଆଁ ଲାଗି ଜଳିଗଲା ଘର । ମା’ ଓ ପୁଅ ଗୁରୁତର ହୋଇଥିବା ବେଳେ ଝିଅ ଆହତ ହୋଇଛନ୍ତି । ଉପଖଣ୍ଡ ଘସିପୁରା ଥାନା ହାତିବନ୍ଧା ଗାଁରେ ଏଭଳି ଘଟଣା ଘଟିଛି ।

ଆନନ୍ଦପୁର (କେନ୍ୟୁଜ): ଗ୍ୟାସ୍ ସିଲିଣ୍ଡରରୁ ନିଆଁ ଲାଗି ଜଳିଗଲା ଘର । ମା’ ଓ ପୁଅ ଗୁରୁତର ହୋଇଥିବା ବେଳେ ଝିଅ ଆହତ ହୋଇଛନ୍ତି । ଉପଖଣ୍ଡ ଘସିପୁରା ଥାନା ହାତିବନ୍ଧା ଗାଁରେ ଏଭଳି ଘଟଣା ଘଟିଛି ।

ସୂଚନା ଅନୁସାରେ ଆନନ୍ଦପୁର ଉପଖଣ୍ଡ ଘସିପୁରା ଥାନା ହାତିବନ୍ଧା ଗାଁର ଶତୃଘ୍ନ ଖଟୁଆ ଙ୍କ ଘରେ ଆଜି ସକାଳୁ ଏଭଳି ଘଟଣା ଘଟିଛି । ସକାଳୁ ସକାଳୁ ଚା’ କରିବାକୁ ଗ୍ୟାସ୍ ଚୁଲାରେ ନିଆଁ ଲଗାଇବା ବେଳେ ପୂର୍ବରୁ ସିଲିଣ୍ଡର ଖୋଲା ଥିବାରୁ ହଠାତ ନିଆଁ ଲାଗି ଜଳିଯାଇଛି ସମ୍ପୂର୍ଣ୍ଣ ଘର । ଏହି ସମୟରେ ଚା’ ପ୍ରସ୍ତୁତ କରୁଥିବା ମା ଦେହରେ ନିଆଁ ଲାଗି ଯିବାରୁ ତାଙ୍କୁ ବଞ୍ଚାଇବାକୁ ଯାଇ ଉଭୟ ମା’ ପୁଅ ଗୁରୁତର ଆହତ ହୋଇଥିବା ବେଳେ ଝିଅ ସାମାନ୍ଯ ଆହତ ହୋଇଛି ।

ସମସ୍ତ ଆହତ ଓ ଗୁରୁତରଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ ଆନନ୍ଦପୁର ଡାକ୍ତରଖାନାର ରେ ଭର୍ତ୍ତି କରାଯାଇଥିବା ବେଳେ ଗୁରୁତର ମା’ ମାଳତୀ ଓ ପୁଅ ଶୁଶାନ୍ତଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ଝିଅ ସରିତାଙ୍କୁ ପ୍ରାଥମିକି ଚିକିତ୍ସା କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି । ସେପଟେ ଘରପୋଡି ଖବର ପାଇ ଘସିପୁରା ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଥିଲେ ମଧ୍ୟ ଘରଟି ସମ୍ପୂର୍ଣ୍ଣ ଜଳି ପୋଡି ଯିବାରୁ କୌଣସି ସମ୍ପତ୍ତି ଉଦ୍ଧାର ହୋଇପାରି ନାହିଁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.