ଭାଲେଣ୍ଟାଇନ୍ସ ଡେ’ରେ ଫ୍ୟାନ୍‌ଙ୍କୁ ପ୍ରଭାସ ଦେଲେ ସ୍ପେଶାଲ ଗିଫ୍ଟ, ରିଲିଜ୍‌ କଲେ ‘ରାଧେଶ୍ୟାମ୍‌’ର ଟିଜର; ଦେଖନ୍ତୁ ଭିଡିଓ

ସୁପରଷ୍ଟାର ପ୍ରଭାସଙ୍କ ଅପ୍‌କମିଂ ଫିଲ୍ମ ‘ରାଧେଶ୍ୟାମ୍‌’ର ଟିଜର ଭାଲେଣ୍ଟାଇନ୍‌ ଡେ’ ଅବସରରେ ରିଲିଜ୍‌ ହୋଇଛି। ଟିଜର ଦେଖିଲେ ଲାଗୁଛି ଯେ ଏହା ଏକ ରୋମାଣ୍ଟିକ୍‌ ଲଭ ଷ୍ଟୋରୀ ଉପରେ ଆଧାରିତ ଫିଲ୍ମ। କିନ୍ତୁ ପ୍ରଭାସ କହିଛନ୍ତି, ସେ ସେହି ରୋମିଓ ନୁହଁନ୍ତି, ଯିଏ ଜୁଲିଏଟ୍‌ ପାଇଁ ଜୀବନ ଦେବେ। ଟିଜରରେ ଦେଖାଯାଇଛି ଯେ ପ୍ରଭାସ ସମସ୍ତଙ୍କ ସାମ୍ନାରେ ପ୍ରେମିକା ପୂଜା ହେଗ୍‌ଡେଙ୍କୁ ଡାକୁଛନ୍ତି ଓ ସମସ୍ତେ ପ୍ରଭାସଙ୍କୁ ଦେଖୁଛନ୍ତି।

 

View this post on Instagram

 

A post shared by Prabhas (@actorprabhas)

ଟିଜର ଶେଷରେ ପୂଜା, ପ୍ରଭାସଙ୍କୁ ପଚାରୁଛନ୍ତି କ’ଣ ସେ ନିଜକୁ ରୋମିଓ ଭାବୁଛନ୍ତି? ଏହାର ଜବାବରେ ପ୍ରଭାସ କହୁଛନ୍ତି, ସେ ସେହି ରୋମିଓ ନୁହେଁ, ଯିଏ ପ୍ରେମ ପାଇଁ ଜୀବନ ଦେବ। ଫିଲ୍ମରେ ପ୍ରଭାସ ଜଣେ ହସ୍ତରେଖା ବିଦ୍ୱାନ ଭୂମିକାରେ ଅଭିନୟ କରୁଥିବା ବେଳେ ପୂଜା ଜଣେ ମ୍ୟୁଜିକ୍‌ ଟିଚର ଭାବେ ନଜର ଆସିବେ। ଏହି ଫିଲ୍ମରେ ପ୍ରଥମ ଥର ପାଇଁ ପ୍ରଭାସ ଓ ପୂଜା ଏକାଠି କାମ କରୁଛନ୍ତି।

Video Credit: T-Series

ଫିଲ୍ମର ସୁଟିଂ ଗତବର୍ଷ ଜାନୁଆରୀରୁ ଆରମ୍ଭ ହୋଇଛି। କରୋନା ଯୋଗୁ ପୂରା ଟିମ୍‌ କୋଭିଡ୍‌ ଗାଇଡ୍‌ଲାଇନ୍‌ ପାଳନ କରି ସୁଟିଂ କରିଛି। ବର୍ତ୍ତମାନ ଟିମ୍‌ ଫାଇଲ୍‌ ସିଡ୍ୟୁଲ୍‌ ପାଇଁ ହାଇଦ୍ରାବାଦରେ ସୁଟିଂ କରୁଛି। ପ୍ରଭାସ ଟିଜର ସେୟାର କରି ଲେଖିଛନ୍ତି- ‘ରାଧେଶ୍ୟାମ୍‌ର ଝଲକ୍‌ ସହ ସେଲିବ୍ରେଟ୍‌ କରନ୍ତୁ ପ୍ରେମ ଦିବସ’।

ଏହା ପୂର୍ବରୁ ଫେବ୍ରୁଆରୀ ୬ରେ ଫିଲ୍ମର ପ୍ରି-ଟିଜର ସେୟାର କରାଯାଇଥିଲା। ସେତେବେଳେ ଘୋଷଣା କରାଯାଇଥିଲା ଯେ ୧୪ ଫେବ୍ରୁଆରୀରେ ଅର୍ଥାତ୍‌ ଭାଲେଣ୍ଟାଇନ୍‌ ଡେ’ରେ ଫିଲ୍ମର ଟିଜର ରିଲିଜ୍‌ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.