ଭାଲେଣ୍ଟାଇନ୍ସ ଡେ ଅଫର, Garmin କମ୍ପାନୀର Venu Sq ସିରିଜ ସ୍ମାର୍ଟୱାଚ ମଡେଲ୍ସରେ ମିଳୁଛି ବମ୍ପର ଡିସକାଉଣ୍ଟ

ଆପଣ ନିଜ ଜୀବନସାଥିକୁ ଭାଲେଣ୍ଟାଇନ୍ସ ଡେ’ରେ କିଛି ଖାସ୍ ଦେବାକୁ ଚାହୁଁଛନ୍ତି କି ? ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ସ୍ମାର୍ଟୱାଚ ବ୍ରାଣ୍ଡ Garmin ନିଜର Venu Sq ସିରିଜ ମଡେଲ ଉପରେ ଭାଲେଣ୍ଟାଇନ୍ସ ଡେ ଅବସରରେ ଡିସକାଉଣ୍ଟ ଦେଉଛି। ଅଫରର ଲାଭ ଉଠାଇବାକୁ ଚାହୁଁଚନ୍ତି ତେବେ ଅନଲାଇନ କିମ୍ବା ଅଫଲାଇନ ଜରିଆରେ କିଣିପାରିବେ। ଅଫରର ଫାଇଦା ୧୪ ଫେବ୍ରୁଆରୀ ଦିନ ହିଁ ଉଠାଇପାରିବେ।

Garmin Venu Sq ସିରିଜରେ କମ୍ପାନୀ ସିଙ୍ଗଲ ଏବଂ କମ୍ବୋ ଦୁଇଟି ଅଫର ଦେଉଛି। ଅଫରର ଫାଇଦା ଗ୍ରାହକ Garmin Venu Sq Music ସ୍ମାର୍ଟୱାଚକୁ ୨୬,୯୯୦ ଟଙ୍କା ବଦଳରେ ୨୨,୯୯୦ ଟଙ୍କାରେ କିଣିପାରିବେ। Garmin Venu Sq ସ୍ମାର୍ଟୱାଚକୁ ୧୭,୯୯୦ ଟଙ୍କା ସେଲରେ କିଣିପାରିବେ। ଏହି ସ୍ମାର୍ଟୱାଚକୁ ଗତବର୍ଷ ନଭେମ୍ବରରେ ଲଞ୍ଚ କରାଯାଇଥିଲା।

watch
photo credit: The Verge

 

Garmin Venu Sq Music ସ୍ମାର୍ଟୱାଚକୁ କମ୍ବୋ ଅଫରରେ ୪୪,୯୯୦ ଟଙ୍କାରେ କିଣିପାରିବେ। ଏହା ସହିତ Garmin Venu Sq କମ୍ବୋ ଅଫରରେ ୩୪,୯୯୦ ଟଙ୍କାରେ କିଣିପାରିବେ। ଆମାଜନ, ଟାଟା କ୍ଲିକ୍, ଫ୍ଲିପକାର୍ଟ ମାଧ୍ୟମରେ ଅନଲାଇନ ମାଧ୍ୟମରେ କିଣିପାରିବେ। ଅଫଲାଇନ ଷ୍ଟୋରରେ Garmin ର ବ୍ରାଣ୍ଡ ଷ୍ଟୋର helios, just in time, Malabar watch, କଲମୱାଚ, ଆଉ ସମସ୍ତ GT ଷ୍ଟୋରରେ ମିଳିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.