Below header

ଭାରତ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ: ପ୍ରଥମ ଇନିଂସରେ ୩୨୯ ରନ କରି ଅଲଆଉଟ ହେଲା ବିରାଟ ବାହିନୀ, ଇଂଲଣ୍ଡ ୨୩/୩

ଭାରତ-ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟର ପ୍ରଥମ ଇନିଂସରେ ବିରାଟ ସେନା ୩୨୯ରେ ଅଲଆଉଟ୍ ହୋଇଛି । ଓପନର ରୋହିତ ଶର୍ମାଙ୍କ ଦମଦାର ଶତକ ସହ ଆଜିଙ୍କ୍ୟ ରାହାଣେ ଓ ଋଷଭ ପନ୍ତଙ୍କ ଅର୍ଦ୍ଧଶତକ ବଳରେ ଭାରତ ୩୨୯ ରନ୍ କରିପାରିଥିଲା । ପ୍ରଥମ ଇନିଂସରେ ଇଂଲଣ୍ଡ ୧୦ ଓଭର ଖେଳି ୨୩ ରନ କରି ୩ଟି ଉଇକେଟ ହରାଇଛି।

ଦ୍ୱିତୀୟ ଟେଷ୍ଟରେ ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ପ୍ରଥମ ଦିନରେ ଭାରତ ୬ ଉଇକେଟ ବଦଳରେ ୩୦୦ ରନ କରିଥିଲା। ଖେଳର ଦ୍ୱିତୀୟ ଦିନରେ ଋଷଭ ପନ୍ତ ଅର୍ଦ୍ଧଶତକ ହାସଲ କରିଥିଲେ । ସେ ୫୮ ରନ୍ କରି ଅପରାଜେୟ ରହିଛନ୍ତି । ତେବେ ତାଙ୍କୁ ତଳକ୍ରମରେ କାହାରି ସାଥ୍ ମିଳିନଥିଲା । ଅନ୍ୟମାନଙ୍କ ମଧ୍ୟରେ ଅକ୍ଷର ପଟେଲ, ୫, ଇଶାନ୍ତ ଶର୍ମା ଓ କୁଳଦୀପ ଯାଦବ ୦ ଏବଂ ମହମ୍ମଦ ସିରାଜ ୪ ରନ୍ କରି ଆଉଟ୍ ହୋଇଥିଲେ । ଫଳରେ ଭାରତ ୩୨୯ ରନ୍ କରିବାକୁ ସକ୍ଷମ ହୋଇଥିଲା ।

ଇଂଲଣ୍ଡ ପକ୍ଷରୁ ମୋଇନ୍ ଅଲ୍ଲୀ ୪ଟି ଓ୍ୱିକେଟ୍ ନେଇଥିବା ବେଳେ ଓଲି ଷ୍ଟୋନ୍ ୩ଟି ଜ୍ୟାକ୍ ଲେଚ୍ ୨ ଟି ଓ ବେନ୍ ଷ୍ଟୋକସ୍ ଗୋଟିଏ ଓ୍ୱିକେଟ୍ ନେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.