ସ୍ତ୍ରୀ ଆଗରେ କିରାସିନି ଢାଳି ସ୍ୱାମୀର ଆତ୍ମହତ୍ୟା ଉଦ୍ୟମ, ରକ୍ଷା କରିବାକୁ ଯାଇ ସ୍ତ୍ରୀର ଗଲା ଜୀବନ

ପଟ୍ଟାମୁଣ୍ଡାଇ(କେନ୍ୟୁଜ୍): ପାରିବାରିକ କଳହରୁ ଉନ୍ମତ୍ତକାଣ୍ଡ। ସ୍ତ୍ରୀ ଆଗରେ କିରାସିନି ଢାଳି ସ୍ୱାମୀର ଆତ୍ମହତ୍ୟା ଉଦ୍ୟମ। ସ୍ୱାମୀକୁ ବଞ୍ଚାଇବାକୁ ଯାଇ ଗଲା ସ୍ତ୍ରୀର ଜୀବନ। କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ସାନଜରିଆ ଗାଁରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା। କୌଣସି କାରଣକୁ ନେଇ ଦିନ ତମାମ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ କଳହ ଲାଗିରହିଥିଲା। ଆଉ ମଧ୍ୟରାତ୍ରରେ ଏହା ଉଗ୍ର ରୂପ ନେଇଥିଲା।

suicide attempt

ଉତ୍ୟ କ୍ତ ହୋଇ ସ୍ୱାମୀ ଶୈଳେନ୍ଦ୍ର ମଲ୍ଲିକ ନିଜ ଦେହରେ କିରାସିନି ଢାଳି ସ୍ତ୍ରୀ ଆଗରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଆଉ ସ୍ୱାମୀକୁ ବଞ୍ଚାଇବାକୁ ଯାଇ ସ୍ତ୍ରୀ ବନ୍ଦିତା ମଧ୍ୟ ଗୁରୁତର ହୋଇପଡିଥିଲେ। ଉଭୟଙ୍କୁ ଗୁରୁିତର ଅବସ୍ଥାରେ ପଟ୍ଟାମୁଣ୍ଡାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ୨ ଜଣଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଥିଲା। ଚିକିତ୍ସିତ ଅବସ୍ଥାରେ ସ୍ତ୍ରୀ ବନ୍ଦିତାଙ୍କ ମୃତ୍ୟୁ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.