ନୟାଗଡ଼ ଶରଣକୁଳ ସୁଆର ସାହିରେ ମହିଳାଙ୍କ ଝୁଲନ୍ତା ଶବ ଉଦ୍ଧାର ଘଟଣା: ସୁପାରୀ କିଲରଙ୍କୁ ୨୦ ହଜାର ଟଙ୍କା ଦେଇ ମରିଥିଲା ସ୍ବାମୀ

ନୟାଗଡ଼(କେନ୍ୟୁଜ୍): ନୟାଗଡ଼ ଶରଣକୁଳ ଥାନା ସୁଆର ସାହିରେ ଘର ଭିତରେ ବଧୂଙ୍କ ଶବ ଝୁଲିବା ଘଟଣାର ପର୍ଦାଫାସ କଲା ପୋଲିସ । ବଧୂ ସସ୍ମିତା ଙ୍କୁ ତାଙ୍କ ସ୍ୱାମୀ ଏବଂ ୪ ସୁପାରୀ କିଲର ଯୋଜନାବଦ୍ଧ ଭାବେ ହତ୍ୟା କରି ଘର ଭିତରେ ଝୁଲାଇ ଦେଇଥିବା କହିଲା ପୋଲିସ ।ଗତ ଜାନୁଆରୀ ୨୯ ତାରିଖରେ ଶରଣକୁଳ ସୁଆର ସାହିର ଅଖି ମହାପାତ୍ରଙ୍କ ପତ୍ନୀ ସଶ୍ମିତା ମହାପାତ୍ରଙ୍କ ମୃତ ଦେହ ଘର ଭିତରେ ଝୁଲନ୍ତା ଅବସ୍ଥାରେ ମିଳିଥିଲା । ତେବେ ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ କରିବା ପରେ ସସ୍ମିତାଙ୍କୁ ହତ୍ୟା କରାଯାଇଥିବା ଜଣା ପଡିଥିଲା ।

ସସ୍ମିତାଙ୍କ ସ୍ୱାମୀ ଅଖିଙ୍କର ଅନ୍ୟ ଜଣେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ଥିବା ନେଇ ଉଭୟ ପତିପତ୍ନୀଙ୍କ ମଧ୍ୟରେ କଳହ ହେଉଥିଲା । ତେବେ ଏହି କାରଣରୁ ଅଖି ନିଜ ପତ୍ନୀଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରି ଆତ୍ମହତ୍ୟାର ରୂପ ଦେବା ପାଇଁ ଶବ ଘର ଭିତରେ ଝୁଲାଇ ଦେଇଥିଲେ ।ଏହି ଘଟଣାରେ ପୂର୍ବରୁ ଅଖିଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା ଏବେ ଅନ୍ୟ ୪ ସୁପାରୀ କିଲରଙ୍କୁ ଗିରଫ କରି କ୍ରାଇମ ସିନ ରିକ୍ରିଏସିନ କରିବା ପାଇଁ ନେଇଥିଲା ପୋଲିସ।

ସୁପାରୀ କିଲର ଦେଖାଇଛନ୍ତି ବଧୂଙ୍କ ମୃତୁ ବେଳର ଦୃଶ୍ୟ । ସ୍ତ୍ରୀଙ୍କୁ ମାରିବା ପାଇଁ ସୁପାରୀ କିଲରଙ୍କୁ ସ୍ବାମୀ ଦେଇଥିଲେ କୋଡିଏ ହଜାର ଟଙ୍କା। ଅବଶିଷ୍ଟ ଦୁଇ ଲକ୍ଷ ଟଙ୍କା ଦେବା ପାଇଁ ଚୁକ୍ତି ହେଇଥିଲା । ସସ୍ମିତା ଶୋଇଥିବା ବେଳେ ପେଥମେ ତାଙ୍କ ଦୁଇ ଗୋଡ଼ ଓ ହାତ କୁ ମାଡି ବସି    ପ୍ରଥମେ ତାଙ୍କ ତଂଟି ଚିପି ହତ୍ୟା କରିଥିଲେ ସୁପାରୀ କିଲର । ପରେ ସିଡ଼ି ବାଟ ଦେଇ ମରଶରୀରକୁ ତଳକୁ ନେଇ ବାଡ଼ି ପଟ ଘରେ ଝୁଲେଇ ଦେଇଥିଲେ ଏବଂ ଆତ୍ମହତ୍ୟାରର ରୂପ ଦେଇଥିଲେ । କିନ୍ତୁ ସତ କେବେ ଲୁଚେ ରହେନା । କିଲର ମାନେ ପୋଲିସ ଆଗରେ ଧରା ପଡିବା ପରେ  ପୋଲିସ ଆଗରେ ସବୁ ସତକୁ ବଖାଣି ସଇତାନ ସ୍ବାମୀର ଅସଲ ମୁଖା ଖୋଲି ଦେଇଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.