୫ ବର୍ଷ ପୂର୍ବରୁ ଗୁପ୍ତ ଭାବେ କରିଥିଲେ ବିବାହ, ଏବେ ୩୪ ପିଲାଙ୍କ ଜନନୀ ସାଜିଲେ ଅଭିନେତ୍ରୀ ପ୍ରିତି ଜିଣ୍ଟା

ମାଆ ହେଲେ ପ୍ରିତି ଜିଣ୍ଟା । କିନ୍ତୁ ଗୋଟିଏ ଦୁଇଟି ସନ୍ତାନର ନୁହେଁ ବରଂ ୩୪ଟି ସନ୍ତାନର ଜନନୀ ହେଲେ । କଥାଟା ଅଜବ ଲାଗୁଥିଲେ ବି ପୁରା ସତ । ବଲିଉଡ଼ ଅଭିନେତ୍ରୀ ପ୍ରିତି ଜିଣ୍ଟା ଏବେ ଫିଲ୍ମ ଦୁନିଆରୁ ଗାଏବ ହୋଇ ନିଜ ସ୍ୱାମୀଙ୍କ ସହ କ୍ୱାଲିଟି ଟାଇମ ଅତିବାହିତ କରୁଛନ୍ତି । ଚୁଲବୁଲି ଅଭିନେତ୍ରୀ ପ୍ରିତି ଜିଣ୍ଟାଙ୍କ ଏହି ଖବର ଏବେ ସବୁଆଡେ ଚର୍ଚ୍ଚାର ବିଷୟ ପାଲଟିଛି ।

ପ୍ରିତି ଜିଣ୍ଟା ବଲିଉଡ଼କୁ ଅନେକ ହିଟଫିଲ୍ମ ଦେଇଛନ୍ତି । କିନ୍ତୁ ନିକଟ ଅତୀତରୁ ସେ ନିଜ କ୍ୟାରିଅରରୁ ଦୂରକୁ ଯାଇ ଏବେ ସ୍ୱାମୀଙ୍କ ସହ ରହୁଛନ୍ତି । ଶେଷରେ ଶୁଣିବାକୁ ମିଳିଛି ଯେ, ସେ ଏବେ ୩୪ ପିଲାଙ୍କ ଜନନୀ ହୋଇଛନ୍ତି । ପ୍ରକୃତରେ ,୨୦୦୯ ମସିହାରେ ଋଷିକେଶରୁ ସେ ୩୪ ଅନାଥ ଝିଅଙ୍କୁ ଆଡପ୍ଟ ବା ପୋଷ୍ୟକନ୍ୟା ଭାବେ ଗ୍ରହଣ କରିଥିଲେ । ନିଜ ଜନ୍ମ ଦିନ ଅବସରରେ ସେ ଏହି ନିଷ୍ପତ୍ତି ନେଇଥିଲେ । ବର୍ଷକୁ ୨ଥର ସେଠାକୁ ଯାଇ ତାଙ୍କ ସହ ଦେଖା ହୋଇଥାନ୍ତି ।

235235
pc: cinema express

ଏବେ ସେ ନିଜ ସ୍ୱାମୀଙ୍କ ସହ ରହୁଛନ୍ତି । ୨୦୧୬ରେ ପ୍ରିତି ଆମେରିକାନ ସିଟିଜେନ ଜୀନ ଗୁଡଇନଫଙ୍କ ସହ ୨୯ ଫେବୃଆରୀରେ ବିବାହ କରିଥିଲେ । ୨ଜଣ ଏହି ବିବାହ ସିକ୍ରେଟ ଭାବେ କରିଥିଲେ । ବିବାହ ଫଟୋ ପାଖାପାଖି ୬ ମାସ ପରେ ମିଡିଆରେ ହାଇଲାଇଟ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.