Below header

ଜାଲିଆନାୱାଲାବାଗ ହତ୍ୟାକାଣ୍ଡ ଉପରେ ଫିଲ୍ମ କରିବେ କରନ ଜୋହର

ଫିଲ୍ମ ନିର୍ମାତା କରନ ଜୋହର ଆଜିକାଲି ନିଜର ଅନେକଗୁଡ଼ିଏ ପ୍ରୋଜେକ୍ଟରେ ବ୍ୟସ୍ତ ଅଛନ୍ତି। ମଙ୍ଗଳବାର ସେ ତାଙ୍କର ଆଉ ଏକ ଆଗାମୀ ସିନେମା ସମ୍ପର୍କରେ ଘୋଷଣା କରିଛନ୍ତି। ଏହି ଫିଲ୍ମରେ କରନ ଭାରତର ମହାନ ଓକିଲ ତଥା ରାଜନେତା ସି.ଶଙ୍କରନ ନାୟରଙ୍କ କାହାଣୀକୁ ବଡ଼ ପରଦାରେ ଉପସ୍ଥାପିତ କରିବେ। ଏହି ସିନେମାର ନିର୍ଦେଶନା କରନ ସିଂ ତ୍ୟାଗୀ ଦେବେ।

ଏ ସମ୍ପର୍କରେ କରନ ନିଜ ସୋସାଲ ମିଡିଆରେ ସୂଚନା ଦେଇଛନ୍ତି। ନିଜ ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରେ କରନ ଲେଖିଛନ୍ତି ଯେ ଜଣେ ଐତିହାସିକ ବ୍ୟକ୍ତିତ୍ବ ସି.ଶଙ୍କରନ ନାୟରଙ୍କ ଅଜଣା କାହାଣୀକୁ ବଡ଼ ପରଦାରେ ଦେଖାଇବାକୁ ବେଶ ରୋମାଞ୍ଚିତ ଓ ଗର୍ବିତ ଅନୁଭବ କରୁଛି। ଏହାର ନିର୍ଦେଶନା କରନ ସିଂ ତ୍ୟାଗୀ ଦେବେ। ଫିଲ୍ମର କାଷ୍ଟ ସହିତ ଜଡ଼ିତ ସମସ୍ତ ସୂଚନା ଖୁବଶୀଘ୍ର ଶେୟାର କରାଯିବ। ଫିଲ୍ମର ଟାଇଟଲ ‘ଦ ଅନଟୋଲ୍ଡ ଷ୍ଟୋରୀ ଅଫ ସି.ଶଙ୍କରନ ନାୟର’। ଏହି ସିନେମା ରଘୁ ପଲଟ ଓ ପୁଷ୍ପା ପଲଟଙ୍କ ଲୋକପ୍ରିୟ ପୁସ୍ତକ ‘ଦ କେସ ଦ୍ୟାଟ ଶୁକ ଦ ଏମ୍ପାୟାର’ ଉପରେ ଆଧାରିତ। ଏହି ପୁସ୍ତକରେ ଲେଖକ ଜାଲିଆନାୱାଲାବାଗ ହତ୍ୟାକାଣ୍ଡ ଓ ତାହା ପରର କୋର୍ଟରୁମର ସତ୍ୟତା ଲୋକଙ୍କ ସମ୍ମୁଖରେ ଉପସ୍ଥାପିତ କରିଛନ୍ତି।

ସୂଚନା ଯୋଗ୍ୟ ଯେ ସି.ଶଙ୍କରନ ନାୟର ଜଣେ ଓକିଲ ଓ ରାଜନେତା ଥିଲେ। ଭାରତର ଲୋକପ୍ରିୟ ଓକିଲ ନାୟର ଅନେକ ସମୟରେ ବ୍ରିଟିଶ ହୁକୁମତକୁ ସାମ୍ନା କରିଛନ୍ତି। ୧୯୧୯ରେ ଜାଲିଆନାୱାଲାବାଗ ହତ୍ୟାକାଣ୍ଡର ଶୁଣାଣି ସମୟରେ ନାୟର ଇଂରେଜ ସରକାରଙ୍କ ଇଜ୍ଜତ ଉତାରି ଦେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.