ଆଲିୟା-ରଣବୀର ଏବଂ ରାଷ୍ଟ୍ରପତି କୋବିନ୍ଦଙ୍କ ମିଳନ : ଭାଇରାଲ ଫଟୋ

ମୁମ୍ବାଇ : ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ତାଙ୍କ ପତ୍ନୀ ସବିତା କୋବିନ୍ଦଙ୍କୁ ଭେଟିଲେ ଆଲିୟା ଓ ରଣବୀର । ରାଷ୍ଟ୍ରପତିଙ୍କ ସହ ବୁଲଗେରିୟା ରାଷ୍ଟ୍ରପତି ରୁମେନ ଦେବ ମଧ୍ୟ ତାଙ୍କ ସହ ଥିଲେ । ଏବେ ବୁଲଗେରିୟାରେ ବ୍ରହ୍ମାସ୍ତ୍ରର ସୁଟିଂ କରୁଛନ୍ତି ରଣବୀର କପୁର ଓ ଆଲିଆ ଭଟ୍ଟ। ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ତାଙ୍କ ପତ୍ନୀ ବୁଲଗେରିୟା ଗସ୍ତରେ ଯାଇଥିବାବେଳେ ସୁଟିଂ ସେଟ୍‌ରେ ପହଞ୍ଚି ଉଭୟଙ୍କୁ ଭେଟିଥିଲେ। ସୋସିଆଲ ମିଡିଆରେ ଏହି ଫଟୋ ଏବେ ଭାଇରାଲ ହୋଇଛି।

alia

ରଣବୀର ,ଆଲିଆଙ୍କ ସହ ଫିଲ୍ମର କ୍ରୁ ମେମ୍ବର ରାଷ୍ଟ୍ରପତିଙ୍କ ସହ ଦୁଇ ଦେଶର ସିନେମା ଓ ସାଂସ୍କୃତିକ ସମ୍ପର୍କ ବିଷୟରେ ଆଲୋଚନା କରିଥିଲେ। ଫଟୋରେ ଫିଲ୍ମର ନିର୍ଦ୍ଦେଶକ ଆୟାନ ମୁଖାର୍ଜି, ରଣବୀର କପୁର ଓ ଆଲିଆ ଭଟ୍ଟଙ୍କ ସହ ରାଷ୍ଟ୍ରପତି ଆଲୋଚନା କରୁଥିବାରୁ ଦେଖିବାକୁ ମିଳିଛି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.