ସହଜ ନଥିଲା ସଫଳତାର ରାସ୍ତା, ସଂଘର୍ଷ ସମୟରେ ଥରେ ନୁହେଁ ତିନି ଥର ଆତ୍ମହତ୍ୟା ପାଇଁ ଉଦ୍ୟମ କରିଥିଲେ ପ୍ରିୟଙ୍କା

୩୫ ବର୍ଷରେ ପାଦ ଦେଲେ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା । କେବଳ ବଲିଉଡ୍ ନୁହେଁ ହଲିଉଡରେ ମଧ୍ୟ ଦେଖାଇଛନ୍ତି ନିଜ ଅଭିନୟର ଜଲୱା । ନିଜର ଦମଦାର ଅଭିନୟ ସହ ମତୁଆଲା ଅନ୍ଦାଜରେ କୋଟି କୋଟି ଦର୍ଶକଙ୍କ ହୃଦୟରେ ରାଜ୍ କରୁଛନ୍ତି ପ୍ରିୟଙ୍କା । ଆଜି ସଫଳତାର ଶୀର୍ଷରେ ଅଛନ୍ତି ପ୍ରିୟଙ୍କା । କିନ୍ତୁ ଦିନ ଥିଲା ଯେତେବେଳେ ଏହି ସଫଳତା ପାଇବା ପାଇଁ ଅନେକ ସଂଘର୍ଷ କରିଥିଲେ ସେ । ପ୍ରିୟଙ୍କା ନିଜର କ୍ୟାରିୟର ଆରମ୍ଭ କରିବା ପୂର୍ବରୁ ଜୀବନ ପ୍ରତି ବିତୃଷ୍ଣା ଭାବ ଆଣି ଆତ୍ମହତ୍ୟା କରିବା ପାଇଁ ଚେଷ୍ଟା କରିଥିଲେ। ଥରେ ନୁହେଁ ବରଂ ତିନି ତିନି ଥର ଆତ୍ମହତ୍ୟା କରିବା ପାଇଁ ଚେଷ୍ଟା ମଧ୍ୟ କରିଛନ୍ତି ପ୍ରିୟଙ୍କା ।

ପ୍ରିୟଙ୍କା ନିଜ କ୍ୟାରିୟର ଆରମ୍ଭରୁ ଅନେକ ସଂଘର୍ଷ କରିଥିଲେ । ତେବେ ସେ ସମୟରେ ପ୍ରିୟଙ୍କାଙ୍କ ଅସୀମ ମର୍ଚ୍ଚାଣ୍ଟଙ୍କ ସହିତ ସମ୍ପର୍କ ରହିଥିଲା । ଦୁହିଁଙ୍କ ଜୀବନରେ ସବୁକିଛି ଠିକ୍ ମଧ୍ୟ ଚାଲୁଥିଲା । କିନ୍ତୁ ୨୦୦୨ରେ ଏପରି ଏକ ଘଟଣା ଘଟିଥିଲା, ଯାହାକୁ ନେଇ ପ୍ରିୟଙ୍କା ଆତ୍ମହତ୍ୟା କରିବା ପାଇଁ ଚେଷ୍ଟା କରିଥିଲେ। କଥା କ’ଣ କି, ପ୍ରିୟଙ୍କା ଏବଂ ଅସୀମଙ୍କ ମା’ଙ୍କ ମଧ୍ୟରେ ଘନିଷ୍ଠ ସମ୍ପର୍କ ରହିଥିଲା। ଯେତେବେଳେ ଅସୀମଙ୍କ ମାଙ୍କର ମୃତ୍ୟୁ ହେଲା ପ୍ରିୟଙ୍କା ଏହାକୁ ସହି ପାରି ନଥିଲେ । ଆଉ ଏକ ଆପାର୍ଟମେଣ୍ଟ ଛାତରୁ ଡେଇଁ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ। ଏହି ଘଟଣାକୁ ପ୍ରିୟଙ୍କାଙ୍କ ମ୍ୟାନେଜର ପ୍ରକାଶ ଜାଜୁ ୨୦୧୬ରେ ସୋସିଆଲ ମିଡିଆରେ ପ୍ରକାଶ କରିଥିଲେ। କେବଳ ଏତିକି ନୁହେଁ, ପ୍ରିୟଙ୍କା ଏବଂ ପ୍ରକାଶଙ୍କ ସମ୍ପର୍କ ଠିକ୍ ରହିନଥିଲା। ଦୁହିଁଙ୍କ ମଧ୍ୟରେ ସମ୍ପର୍କ ଖରାପ ହେବା ପରେ ପ୍ରକାଶ ପ୍ରିୟଙ୍କାଙ୍କ ବିରୁଧରେ ମୁମ୍ବାଇ କୋର୍ଟରେ ଏକ କେସ୍ ଦାଏର କରିଥିଲେ। ତାପରେ ଦୁହିଁଙ୍କ ମଧ୍ୟ ସମ୍ପର୍କ ସବୁଦିନ ପାଇଁ ଛିନ୍ନ ହୋଇଯାଇଥିଲା।

ଏହା ସହ ପଢନ୍ତୁ କାହିଁକି ଏତେ ଶୀଘ୍ର ଧରିଲେ ବିରାଟଙ୍କ ହାତ ? ବିବାହର ଦେଢ ବର୍ଷ ପରେ ସିକ୍ରେଟ୍ ଖୋଲିଲେ ଅନୁଷ୍କା

କିନ୍ତୁ ଯାହା ହେଉ, ପ୍ରିୟଙ୍କା ଏବେ ନିଜ ଜୀବନରେ ବେଶ୍ ଖୁସି ରହିଛନ୍ତି। ବଲିଉଡରୁ ହଲିଉଡ ଏବଂ ପରେ ନିକ୍ ଙ୍କୁ ବିବାହ କରି ଏବେ ବିନ୍ଦାସରେ ଜୀବନ ବିତାଉଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.