ଲୁଚାଛପା ବିବାହ କଲେ ଅଭିନେତ୍ରୀ ସୋନାଲୀ ସେହଗଲ, କୁକୁର ସହିତ ବିବାହ ବେଦୀକୁ ଗଲେ

ଲୁଚି ଲୁଚି ବାହା ହେଲେ ଅଭିନେତ୍ରୀ ସୋନାଲୀ ସେହଗଲ । କୁକୁର ସହିତ ବିବାହ ବେଦୀକୁ ଏଣ୍ଟ୍ରି କଲେ । ଯାହାର ଭିଡିଓ ଭାଇରଲ ହେବାରେ ଲାଗିଛି ।

‘ପ୍ୟାର୍ କା ପଞ୍ଚନାମା’ ଫେମ୍ ଅଭିନେତ୍ରୀ ସୋନାଲୀ ସେହଗଲ ଲୁଚାଛପା ଭାବେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ଅଭିନେତ୍ରୀ ଜଣକ ପ୍ରେମିକ ଅଶେଷ ଏଲ ସଜନାନୀଙ୍କ ସହିତ ମୁମ୍ବାଇ ଗୁରଦ୍ବାରାରେ ବିବାହ କରିଛନ୍ତି । ଯାହାର ଭିଡିଓ ଭାଇରଲ ହେବାରେ ଲାଗିଛି । ଭିଡିଓରେ ଅଭିନେତ୍ରୀ ଜଣକ ପିଙ୍କ ଏବଂ ହ୍ବାଇଟ୍ ରଙ୍ଗର ଶାଢି ପିନ୍ଧିଥିବା ଦେଖିବାକୁ ମିଳିଛନ୍ତି ।

ଭୁମପ୍ଲା ସେୟାର କରିଥିବା ଭିଡିଓରେ ଅଭିନେତ୍ରୀ ଜଣକ ପିଙ୍କ କଲରର ସୁନ୍ଦର ଆଉଟଫିଟ୍ ସହିତ କୁକୁରକୁ ଧରି ଗୁରୁଦ୍ବାରାକୁ ଏଣ୍ଟ୍ରି କରୁଛନ୍ତି । ଖବର ମୁତାବକ, ବିବାହ ଉତ୍ସବରେ ଇଣ୍ଡଷ୍ଟ୍ରୀରେ କିଛି ଖାସ୍ ବନ୍ଧୁ ଯୋଗ ଦେଇଥିଲେ । ଲଭ ରଂଜନ, ସନ୍ନି ସିଂହ, ସାହିଲ ସଲାଥିୟା, ଶମା ସିକନ୍ଦର ଯୋଗ ଦେଇଥିଲେ । ତେବେ ଆଜି ମୁମ୍ବାଇରେ ଏକ ଗ୍ରାଣ୍ଡ ରିସେପସନ ପାର୍ଟିର ଆୟୋଜନ କରାଯାଇଛି । ଯେଉଁଥିରେ କାର୍ତ୍ତିକ ଆର୍ଯ୍ୟନ ଯୋଗ ଦେବେ ବୋଲି ଖବର ରହିଛି ।

 

View this post on Instagram

 

A post shared by Voompla (@voompla)

ଭିଡିଓ ଭାଇରଲ ହେବା ପରେ ଫ୍ୟାନ୍ସ ଏବଂ ଲୋକ ପ୍ରତିକ୍ରିୟା ଦେଉଛନ୍ତି । ଅଭିନେତ୍ରୀ ଜଣକ ଲଭରଂଜନଙ୍କ ଫିଲ୍ମ ପ୍ୟାର୍ କା ପଞ୍ଚାନାମା, ପ୍ୟାର୍ କା ପଞ୍ଚାନାମା ୨, ସୋନୁ କେ ଟିଟୁ କି ସ୍ବିଟି, ଜୟ ମମି ଦି, ୱେଡିଂ ପଲାଓରେ ନଜର ଆସିଛନ୍ତି । ଏହାଛଡା ସଲମାନ ଖାନଙ୍କ ସହିତ ଆଡରେ ନଜର ମଧ୍ୟ ଆସିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.