ଉଦୟପୁରରେ ପଡ଼ିବ ହାତଗଣ୍ଠି; ସେପ୍ଟେମ୍ବର ୨୩ ଓ ୨୪ରେ ପରିଣୀତି ଚୋପ୍ରା ଓ ରାଘବ ଚଢ଼ାଙ୍କ ବିବାହ

ହ୍ରଦର ନଗରୀ ଉଦୟପୁର ପୁଣି ଏକ ସେଲିବ୍ରିଟି ବିବାହର ସାକ୍ଷୀ ହେବାକୁ ଯାଉଛି। ଆମ୍‌ ଆଦ୍‌ମୀ ପାର୍ଟିର ସାଂସଦ ରାଘବ ଚଢ଼ା ଓ ଅଭିନେତ୍ରୀ ପରିଣୀତି ଚୋପ୍ରାଙ୍କର ଚଳିତ ମାସରେ ଉଦୟପୁରରେ ପଡ଼ିବ ହାତଗଣ୍ଠି।

ହ୍ରଦର ନଗରୀ ଉଦୟପୁର ପୁଣି ଏକ ସେଲିବ୍ରିଟି ବିବାହର ସାକ୍ଷୀ ହେବାକୁ ଯାଉଛି। ଆମ୍‌ ଆଦ୍‌ମୀ ପାର୍ଟିର ସାଂସଦ ରାଘବ ଚଢ଼ା ଓ ଅଭିନେତ୍ରୀ ପରିଣୀତି ଚୋପ୍ରାଙ୍କର ଚଳିତ ମାସରେ ଉଦୟପୁରରେ ପଡ଼ିବ ହାତଗଣ୍ଠି। ଆସନ୍ତା ୨୩ ଏବଂ ୨୪ ତାରିଖରେ ଦୁହିଁଙ୍କର ବିବାହ ଉତ୍ସବ ଆୟୋଜନ ହେବ।

ଏହି ସମାରୋହରେ ଅନେକ ବଡ଼ ବଡ଼ ଅତିଥି ସାମିଲ ହେବେ। ସେହି ଅନୁସାରେ ବୁକିଂ କରାଯାଉଛି। କହି ରଖୁଛୁ କି, ଗତ କିଛି ସପ୍ତାହ ତଳେ ପରିଣୀତି ଚୋପ୍ରା ଉଦୟପୁର ଆସିଥିଲେ ଏବଂ ଏଠାରେ ବିବାହ ଉତ୍ସବ ପାଇଁ ସ୍ଥାନ ଭିଜିଟ୍‌ କରିଥିଲେ। ଏଠାକାର ପ୍ରଶାସନିକ ଅଧିକାରୀମାନଙ୍କୁ ମଧ୍ୟ ଦୁହେଁ ଭେଟିଥିଲେ ଏବଂ ଉଦୟପୁର ବିଷୟରେ ଅବଗତ ହୋଇଥିଲେ। ପରିଣୀତି ଜୟପୁର ମଧ୍ୟ ଯାଇଥିଲେ ଏବଂ ସେଠାରେ ବି ବିବାହ ଇଭେଣ୍ଟ୍‌ ପାଇଁ ସ୍ଥାନ ପରିଦର୍ଶନ କରିଥିଲେ।

ପରିଣୀତି ଓ ରାଘବଙ୍କ ବିବାହ ପାଇଁ ଉଦୟପୁରର ଷ୍ଟାର୍‌ ହୋଟେଲ୍‌ ବୁକ୍‌ କରାଯାଇଛି। ସେମାନଙ୍କ ବିବାହ ଇଭେଣ୍ଟ୍‌ ଲୀଲା ପ୍ୟାଲେସ୍‌ ଓ ଉଦୟଭିଲାସ୍‌ ହୋଟେଲ୍‌ରେ ହେବ, ଯେଉଁଠାରେ ଅତିଥିମାନେ ରହିବେ। ସେପ୍ଟେମ୍ବର ୨୩ରୁ ମେହେନ୍ଦୀ, ହଳଦୀ ଓ ସଙ୍ଗୀତ କାର୍ଯ୍ୟକ୍ରମ ଆରମ୍ଭ ହୋଇଯିବ। କହି ରଖୁଛୁ, ମେ’ ୧୩ରେ ଦିଲ୍ଲୀରେ ପରିଣୀତି ଓ ରାଘବଙ୍କର ରିଙ୍ଗ୍‌ ସେରିମନି ହୋଇଥିଲା। କୁହାଯାଉଛି, ଏବେ ସେମାନଙ୍କ ବିବାହ ଉତ୍ସବରେ ରାଜନୀତି ଏବଂ ଫିଲ୍ମ ଇଣ୍ଡଷ୍ଟ୍ରୀ ସହ ଜଡ଼ିତ ଅନେକ ବ୍ୟକ୍ତିବିଶେଷ ସାମିଲ ହେବେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.