ସିମେଣ୍ଟ ବ୍ୟବସାୟୀଙ୍କ ଦୋକାନରେ ଜିଏସଟି ଚଢ଼ାଉ

ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ଷ୍ଟେଟ ବ୍ୟାଙ୍କ ଛକ ନିକଟରେ ଥିବା ଏକ ସିମେଣ୍ଟ ଗୋଦାମ ଉପରେ ଜିଏସଟି ଚଢ଼ାଉ ହୋଇଥିବା ଜଣାଯାଇଛି l

ଟିଟିଲାଗଡ : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ଷ୍ଟେଟ ବ୍ୟାଙ୍କ ଛକ ନିକଟରେ ଥିବା ଏକ ସିମେଣ୍ଟ ଗୋଦାମ ଉପରେ ଜିଏସଟି ଚଢ଼ାଉ ହୋଇଥିବା ଜଣାଯାଇଛି l ବ୍ୟବସାୟୀ କପିଲ ପ୍ରସାଦ ଅଗ୍ରୱାଲଙ୍କ ସିମେଣ୍ଟ ଗୋଦାମ, ବାସଭଵନ, କାର୍ଯ୍ୟାଳୟ ଏବଂ ଲରକିପାଲି ସ୍ଥିତ ସିମେଣ୍ଟ ଗୋଦାମ ଘରେ ଏକ କାଳୀନ ଜିଏସଟି ବିଭାଗର 25 ଜଣିଆ ଟିମର ଚଢ଼ାଉ ଜାରି ରହିଛି l

ଦୀର୍ଘ ଦିନ ହେବ ସାମଗ୍ରୀ ଅଧିକ କିଣି ବିକ୍ରୟ କମ କରୁଥିବା କାଗଜ ପତ୍ରରେ ବ୍ୟବସାୟୀ ଜଣକ ଦର୍ଶାଉ ଥିବା ଜିଏସଟି ବିଭାଗ ଜାଣିବାକୁ ପାଇବା ପରେ ବିଭାଗୀୟ ନିର୍ଦେଶକ୍ରମେ ଚଢ଼ାଉ କରିଥିଲେ l ଭବାନୀପାଟଣା ଓ ବଲାଙ୍ଗିର ଜିଏସଟି ଏନଫୋରସମେଣ୍ଟ ଟିମ ବିଭିନ୍ନ କାଗଜପତ୍ର ଜବତ କରିବା ସହ ପଚରାଉଚରା ଜାରି ରଖିଛି l

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.