ଆସନ୍ତା ୨୨ ତାରିଖରୁ ବିଧାନସଭା ମୌସୁମୀ ଅଧିବେଶନ

ଆସନ୍ତା ୨୨ ତାରିଖରୁ ବିଧାନସଭା ମୌସୁମୀ ଅଧିବେଶନ । ଏହାପୂର୍ବରୁ ସେପ୍ଟେମ୍ବର ୨୧ ତାରିଖରେ ବିଧାନସଭା ବାଚସ୍ପତି ନିର୍ବାଚନ ହେବ । ଏଥିପାଇଁ ୧୮ ତାରିଖରେ ନାମାଙ୍କନ ଦାଖଲ ହେବ । ଏବେ ଖାଲି ପଡ଼ିଛି ବାଚସ୍ପତି ଆସନ । ବାଚସ୍ପତି ରେସରେ ଅଛନ୍ତି ପ୍ରଫୁଲ୍ଲ ସାମଲ, ଅମର ଶତପଥୀ ଓ ନୃସିଂହ ସାହୁ । 

ଭଦ୍ରକ ଭଣ୍ଡାରିପୋଖରୀର ବିଧାୟକ ପ୍ରଫୁଲ୍ଲ ସାମଲ । ୬ ଥରର ବିଧାୟକ । ଲମ୍ବା ରାଜନୈତିକ ଅଭିଜ୍ଞତା ରହିଛି । ପୂର୍ବରୁ ବିଭିନ୍ନ ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଛନ୍ତି ।  ବଡ଼ଚଣା ବିଧାୟକ ଅଛନ୍ତି ଅମର ଶତପଥୀ । ୬ ଥରର ବିଧାୟକ ହେଉଛନ୍ତି ଅମର ଶତପଥୀ । ପୂର୍ବରୁ ମନ୍ତ୍ରୀ ମଧ୍ୟ ରହିଛନ୍ତି ।

ବାଚସ୍ପତି ପଦ ରେସରେ ତାଙ୍କ ନାଁ ରହିଛି ।  ସେହିପରି ପର୍ଜଙ୍ଗ ବିଧାୟକ ନୃସିଂହ ସାହୁଙ୍କ ନାଁକୁ ନେଇ ବି ଚର୍ଚ୍ଚା ହେଉଛି । ୫ ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । ପାଲଲହଡ଼ାରୁ ୨ ଥର ଓ ପର୍ଜଙ୍ଗରୁ ୩ ଥର ବିଧାୟକ । ନବୀନଙ୍କ କ୍ୟାବିନେଟରେ ମନ୍ତ୍ରୀ ବି ଥିଲେ । ବିଧାନସଭା ମୌସୁମୀ ଅଧିବେଶନ ପୂର୍ବରୁ କିଏ ବାଚସ୍ପତି ହେବେ ତାଉପରେ ସମସ୍ତଙ୍କର ନଜର ରହିବ ।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.