ମୁଣ୍ଡ ଲଣ୍ଡା କଲେ, ପୁଣି ଚପଲ ମାଳ ପିନ୍ଧାଇ ଗାଁ ଦାଣ୍ଡରେ ବୁଲାଇଲେ…, ସ୍ତ୍ରୀ ଓ ତା’ ପ୍ରେମିକକୁ ଏଭଳି ଦଣ୍ଡ ଦେଲା ସ୍ୱାମୀ

ଆନ୍ଧ୍ର ପ୍ରଦେଶର ଶ୍ରୀସତ୍ୟସାଇ ଜିଲ୍ଲାରେ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ମହିଳା ଓ ପୁରୁଷଙ୍କୁ ଲଣ୍ଡା କରି ଗାଁ ରାସ୍ତାରେ ଚଲାଇ ଚଲାଇ ନିଆଯାଇଛି। ଏହା ସହିତ ଉଭୟଙ୍କୁ ଚପଲ ମାଳ ମଧ୍ୟ ପିନ୍ଧାଯାଇଛି।

ଆନ୍ଧ୍ର ପ୍ରଦେଶର ଶ୍ରୀସତ୍ୟସାଇ ଜିଲ୍ଲାରେ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ମହିଳା ଓ ପୁରୁଷଙ୍କୁ ଲଣ୍ଡା କରି ଗାଁ ରାସ୍ତାରେ ଚଲାଇ ଚଲାଇ ନିଆଯାଇଛି। ଏହା ସହିତ ଉଭୟଙ୍କୁ ଚପଲ ମାଳ ମଧ୍ୟ ପିନ୍ଧାଯାଇଛି। ସବୁଠୁ ଆଶ୍ଚର୍ଯ୍ୟଜନକ କଥା ହେଲା, ମହିଳା ଓ ପୁରୁଷଙ୍କୁ ଏଭଳି ଦଣ୍ଡ ଦିଆଯାଉଥିବା ବେଳେ କେହି ବି ଗ୍ରାମବାସୀ ଏହାକୁ ବିରୋଧ କରି ନ ଥିଲେ।

ଅଭିଯୋଗ ମୁତାବକ, ପୀଡ଼ିତ ମହିଳା ଓ ପୁରୁଷଙ୍କ ମଧ୍ୟରେ ଅବୈଧ ସମ୍ପର୍କ ଥିଲା। ପୀଡ଼ିତାଙ୍କ ସ୍ୱାମୀ ଓ ଶାଶୁଘର ଲୋକେ ଏଭଳି ଅଭିଯୋଗ ଆଣିଛନ୍ତି। ଦୁଇ ଜଣଙ୍କୁ ଗ୍ରାମବାସୀଙ୍କ ଉପସ୍ଥିତିରେ ଦଣ୍ଡ ଦିଆଯାଇଥିବା ଶାଶୁଘର ଲୋକେ କହିଛନ୍ତି।

ସ୍ୱାମୀ ଅଭିଯୋଗ କରିଛି ଯେ ତାଙ୍କ ସ୍ତ୍ରୀଙ୍କର ଅନ୍ୟ ଜଣେ ପୁରୁଷ ସହ ଦୀର୍ଘଦିନ ଧରି ଅବୈଧ ସମ୍ପର୍କ ରହିଥିଲା। ଗତକାଲି ଉଭୟଙ୍କୁ ସେ କାବୁ କରିନେଇଥିଲେ ଏବଂ ନିଜେ ହିଁ ଦୁହିଁଙ୍କୁ ଦଣ୍ଡ ଦେବାକୁ ନିଷ୍ପତ୍ତି ନେଇଥିଲେ।

ତେବେ ଏଭଳି ଅମାନବୀୟ କାଣ୍ଡ ଘଟୁଥିବା ବେଳେ ଗ୍ରାମବାସୀ ଦେଖଣାହାରୀ ସାଜିଥିଲେ। ପରେ ପୀଡ଼ିତ ମହିଳା ଓ ପୁରୁଷ ଏ ନେଇ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ସେପଟେ ଏହି ଘଟଣା ବେଳର ଅନେକ ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

You might also like