ଦେଖନ୍ତୁ Photo: ମମ୍ମିଙ୍କ ସୁଟରେ ନଜର ଆସିଲେ କୋରିଓଗ୍ରାଫର ରାଘବ ଜୁୟାଲ, ମଜାଳିଆ କମେଣ୍ଟସ କରି ୟୁଜରମାନେ ନେଲେ ଜବରଦସ୍ତ ମଜା

କୋରିଓଗ୍ରାଫର ତଥା ଆକ୍ଟର ରାଘବ ଜୁୟାଲ ତାଙ୍କର ଜବରଦସ୍ତ କମେଡି ପାଇଁ ଖୁବ ଚର୍ଚ୍ଚିତ। ସେ ଅନେକ ଡ୍ୟାନ୍ସ ରିୟାଲିଟି ଶୋ’ରେ ଲୋକଙ୍କୁ ହସାଉଥିବାର ଦେଖିବାକୁ ମିଳେ। ଏବେ ରାଘବଙ୍କୁ ଏକ ନୂଆ ଅବତାରରେ ଦେଖିବାକୁ ମିଳିଛି, ଯାହାର ଫଟୋ ସୋସିଆଲ ମିଡିଆରେ ଜବରଦସ୍ତ ଭାଇରଲ ହେଉଛି। ଏହି ଫଟୋକୁ ନେଇ ୟୁଜରମାନେ ମଜାଦାର କମେଣ୍ଟ କରୁଛନ୍ତି।

kkmn

ସେ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏହି ଫଟୋ ସେୟାର କରିଛନ୍ତି, ଯେଉଁଥିରେ ରାଘବ ତାଙ୍କ ମା’ଙ୍କ ଡ୍ରେସ ପିନ୍ଧିଛନ୍ତି। ଫଟୋ ସେୟାର କରି ସେ କ୍ୟାପସନ ଲେଖିଛନ୍ତି, ‘ଲକଡାଉନ ସମୟରେ ମୁଁ ମୋ ମା’ଙ୍କ ଡ୍ରେସ ପିନ୍ଧିକି ଦେଖୁଥିଲି। ଭାବିଲି, ଏହାକୁ ଆପଣମାନଙ୍କ ସହିତ ସେୟାର କରିବି’। ରାଘବଙ୍କ ଏହି ଫଟୋ ଦେଖି ୟୁଜରମାନେ ନିଜ ହସ ରୋକିପାରୁନାହାନ୍ତି। ସେମାନେ ବହୁତ ଫନି କମେଣ୍ଟ ଦେବା ଆରମ୍ଭ କରିଦେଇଛନ୍ତି।

kk

ଜଣେ ୟୁଜର ଲେଖିଛନ୍ତି, ‘ରଣବୀର ସିଂ ଲାଇଟ’। ଆଉ ଜଣେ କମେଣ୍ଟ କରିଛନ୍ତି, ‘ଭାଇ ତୁମକୁ ବି କ’ଣ ରଣବୀର ସିଂଙ୍କ ଭୂତ ସବାର ହୋଇଛି?’ ସେହିପରି ଅନ୍ୟ ଜଣେ ୟୁଜର ମଜାଳିଆ ଢ଼ଙ୍ଗରେ ରାଘବଙ୍କୁ ରଣବୀର ସିଂଙ୍କଠାରୁ ଦୂରେଇ ରହିବାକୁ ପରାମର୍ଶ ଦେଇଥିଲେ। ଜଣେ କହିଥିଲେ, ‘ଆପଣ ଯେଉଁ ସୁଟ ପିନ୍ଧିଛନ୍ତି, ଆପଣଙ୍କ ମା’ଙ୍କ ଉପରେ ଅଧିକ ଭଲ ଲାଗିଥାଏ’। ଆଉ ଜଣେ ଯୁବକ ଲେଖିଥିଲେ, ‘ଭାଇ ପୁଅମାନଙ୍କର ଅନେକ ପୋଷାକ ଅଛି, ଏତେ ବି କ’ଣ ଦରକାର ପଡ଼ିଲା’।

 

View this post on Instagram

 

During lockdown I use to try my mothers old suits , thought of sharing these pictures with u , 😊

A post shared by Raghav Juyal (@raghavjuyal) on

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.