ରାକ୍ଷୀ ସାଓ୍ଵନ୍ତଙ୍କ ମା’ଙ୍କ ନିଧନ; ଅନେକ ଦିନ ଧରି ହସ୍ପିଟାଲରେ ଚାଲିଥିଲା କ୍ୟାନ୍ସର ଓ ବ୍ରେନ୍‌ ଟ୍ୟୁମରର ଚିକିତ୍ସା

ରାକ୍ଷୀ ସାଓ୍ଵନ୍ତଙ୍କୁ ସବୁବେଳେ କାହାର ନା କାହାର ମନୋରଞ୍ଜନ କରୁଥିବାର ଦେଖାଯାଇଥାଏ। କିନ୍ତୁ ଆଜି ୨୮ ଜାନୁୟାରୀ ତାଙ୍କ ପାଇଁ ବହୁତ ଦୁଃଖଦ ଦିନ ପ୍ରମାଣିତ ହୋଇଛି। ଅଭିନେତ୍ରୀଙ୍କ ମା’ ଜୟା ସାଓ୍ଵନ୍ତଙ୍କ ନିଧନ ହୋଇଯାଇଛି। ଅନେକ ଦିନରୁ ରାକ୍ଷୀଙ୍କ ମା’ ଟାଟା ମେମୋରିୟାଲ କ୍ୟାନ୍ସର ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ସେ କ୍ୟାନ୍ସର ଓ ବ୍ରେନ୍‌ ଟ୍ୟୁମରରେ ପୀଡ଼ିତ ହୋଇ ହସ୍ପିଟାଲରେ ଜୀବନ ମରଣ ସହ ସଂଗ୍ରାମ କରୁଥିଲେ। ରାକ୍ଷୀଙ୍କ ସ୍ୱାମୀ ଆଦିଲ ଖାନ ଦୁର୍ରାନୀ ଜୟା ସାଓ୍ଵନ୍ତଙ୍କ ନିଧନ ଖବରକୁ ନିଶ୍ଚିତ କରିଛନ୍ତି।

କିଛି ଦିନ ହେବ ରାକ୍ଷୀ ସାଓ୍ଵନ୍ତଙ୍କୁ ହସ୍ପିଟାଲରେ ନିଜ ମା’ଙ୍କ ପାଖକୁ ଭିଜିଟ୍‌ କରୁଥିବାର ସ୍ପଟ୍‌ କରାଯାଉଥିଲା। ଫ୍ୟାନ୍‌ମାନେ ଲଗାତାର ତାଙ୍କ ମା’ଙ୍କ ଆଶୁ ଆରୋଗ୍ୟ କାମନା କରୁଥିଲେ। କେବଳ ଏତିକି ନୁହେଁ, ରାକ୍ଷୀ ମଧ୍ୟ ଫ୍ୟାନ୍‌ମାନଙ୍କୁ ଅନୁରୋଧ କରୁଥିଲେ ଯେ ସେମାନେ ଜଲ୍‌ଦି ତାଙ୍କ ମା’ଙ୍କ ସୁସ୍ଥତା ନେଇ ପ୍ରାର୍ଥନା କରନ୍ତୁ।

ରାକ୍ଷୀ କିଛି ଦିନ ତଳେ ଯେତେବେଳେ ମରାଠି ବିଗ୍‌ ବସ୍‌ରୁ ବାହାରିଥିଲେ, ସେହି ସମୟରେ ସେ ମା’ଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ଜାଣିବାକୁ ପାଇଥିଲେ। ରାକ୍ଷୀ ବିଗ୍‌ ବସ୍‌ ହାଉସ୍‌ରୁ ବାହାରି ସିଧା ହସ୍ପିଟାଲରେ ପହଞ୍ଚିଥିଲେ। ସେଠାରୁ ସେ ଲାଇଭ୍‌ ସେସନ କରି ଫ୍ୟାନ୍‌ମାନଙ୍କୁ ନିଜ ମା’ଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ସୂଚନା ଦେଇଥିଲେ। କାନ୍ଦି କାନ୍ଦି ରାକ୍ଷୀ ଫ୍ୟାନ୍‌ମାନଙ୍କୁ କହିଥିଲେ କି, ତାଙ୍କ ମା’ଙ୍କୁ କ୍ୟାନ୍ସର ପରେ ବ୍ରେନ୍‌ ଟ୍ୟୁମର ହୋଇଛି। ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି। ଏହାପରେ ରାକ୍ଷୀ ଆଦିଲଙ୍କ ସହିତ ନିଜ ବିବାହର କଥା ଫ୍ୟାନ୍‌ମାନଙ୍କୁ ଜଣାଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.