ପତ୍ନୀ ଆଲିଆ ଭଟ୍ଟଙ୍କୁ ତାତ୍ସଲ୍ୟ କଲା ଭଳି ମନ୍ତବ୍ୟ ଦେଇ କ୍ଷମା ମାଗିଲେ ରଣବୀର କପୁର, କହିଲେ ମୁଁ ଜୋକ୍‌ କରୁଥିଲି

ପତ୍ନୀ ଆଲିଆ ଭଟ୍ଟଙ୍କୁ ନେଇ ତାତ୍ସଲ୍ୟ କଲା ଭଳି ମନ୍ତବ୍ୟ ଦେଇ କ୍ଷମା ମାଗିଲେ ରଣବୀର କପୁର ।ଥିପାଇଁ ସେ ଏବେ ସର୍ବସମ୍ମୁଖରେ ଗଣମାଧ୍ୟମ ଆଗରେ କ୍ଷମା ମାଗିଛନ୍ତି । କିଛି ଦିନ ପୂର୍ବରୁ ଆଲିଆଙ୍କ ବେବି ବମ୍ପକୁ ନେଇ କମେଣ୍ଟ କରିଥିଲେ ରଣବୀର । ୟୁଟ୍ୟୁବରେ ଏକ ଲାଇଭ୍ ଶୋ ସମୟରେ ରଣବୀର ଆଲିଆଙ୍କ ଶରୀରକୁ ନେଇ ଲଜ୍ଜିତ କଲା ଭଳି ମନ୍ତବ୍ୟ ଦେଇଥିଲେ, ଯେହେତୁ ଆଲିଆଙ୍କ ବେବି ବମ୍ପକୁ ନେଇ ତାଙ୍କର ଲୁକ୍‌ସ ଆଉ ବଡି ଲାଙ୍ଗୁଏଜ୍‌କୁ କମେଣ୍ଟ କରିଥିଲେ ରଣବୀର ।

ବୁଧବାର ଏସ୍‌ଏସ୍‌ ରାଜାମୌଲି ଓ ନାଗାର୍ଜୁନଙ୍କ ସହ ଚେନ୍ନାଇରେ ‘ବ୍ରହ୍ମାସ୍ତ୍ର’ର ପ୍ରମୋସନ କରିବାକୁ ଯାଇଥିବା ବେଳେ ସେଠାରେ ସାମ୍ବାଦିକଙ୍କ ପ୍ରଶ୍ନ ବାଣର ଶିକାର ହୋଇଥିଲେ ରଣାବୀର। ଗଣମାଧ୍ୟମ ସହିତ କଥାବାର୍ତ୍ତା ସମୟରେ ରଣବୀରଙ୍କୁ ପଚରାଯାଇଥିଲା ଯେ ସେ ଆଲିଆଙ୍କ ଉପରେ ତାଙ୍କର ମନ୍ତବ୍ୟ ସ୍ପଷ୍ଟ କରିବାକୁ ଚାହୁଁଛନ୍ତି କି, କାରଣ ଲୋକମାନେ ଆପଣଙ୍କ ଉପରେ ରାଗିଛନ୍ତି। ଆଉ ଏହାର ଉତ୍ତରରେ ରଣବୀର କହିଥିଲେ ଯେ, ‘ଏଥିପାଇଁ ମୁଁ କ୍ଷମା ମାଗୁଛି । ଯାହା ବି ହୋଇଛି ସେଥିପାଇଁ ମୁଁ ଦୁଃଖିତ । ମୋର ସେନ୍ସ ଅଫ୍‌ ହ୍ୟୁମର ନାହିଁ । ମୋର ସେହି କଥା କାହାରିକୁ କଷ୍ଟ ଦେବା ଉଦେଶ୍ୟରେ ନଥିଲା । ଏକ ଜୋକ୍‌ କରିବା ଉଦେଶ୍ୟରେ ମୁଁ ଏହା କହିଥିଲି । କିନ୍ତୁ ତାହା ଭାରି ଖରାପ ଜୋକ୍‌ ଥିଲା । ମୁଁ ଆଲିଆଙ୍କୁ ସବୁ ପରିସ୍ଥିତିରେ ଭଲ ପାଏ । ଏହି ଘଟଣାକୁ ନେଇ ମୁଁ ଆଲିଙ୍କ ସହ ଆଲୋଚନା କରିଥିଲି, ସେ ମୋ କଥା ଶୁଣିଲେ ଆଉ ହସରେ ଉଡ଼େଇଦେଲେ । ତାଙ୍କୁ ମୋର ମନ୍ତବ୍ୟ ନେଇ କିଛି ବି ଫରକ ପଡ଼ି ନାହିଁ ।

 

View this post on Instagram

 

A post shared by Ranbir Kapoor✨ (@ranbirkapoor143_)

ରଣବୀର ଓ ଆଲିଆ ଉଭୟ ପ୍ରଥମ ଥର ପାଇଁ ‘ବ୍ରହ୍ମାସ୍ତ୍ର’ରେ ସ୍କ୍ରିନ୍ ସ୍ପେସ୍ ସେୟାର୍ କରିବେ। ଏଥିରେ ଅମିତାଭ ବଚ୍ଚନ, ନାଗାର୍ଜୁନ ଏବଂ ମୁନି ରୟ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି। ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ଆୟାନ ମୁଖାର୍ଜୀ। ଏହି ଫିଲ୍ମ ୯ ସେପ୍ଟେମ୍ବରରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.