ଷ୍ଟୁଡିଓ ଭିତରେ ରାନୁଙ୍କୁ ଏପରି ଭାବେ ଗୀତ ଗାଇବାକୁ କହୁଥିଲେ ହିମେଶ, ଯାହାର ଭିଡିଓ ସୁଟ୍ କରି ସାଙ୍ଗମାନେ କରିଥିଲେ ଭାଇରାଲ
ରାନୁ ମଣ୍ଡଳଙ୍କୁ ଷ୍ଟୁଡିଓରେ ଗୀତ ବୋଳଶଇବାରେ ହିମେଶ ରଶମିୟାଙ୍କୁ ଖୁବ୍ କଷ୍ଟ କରିବାକୁ ପଡ଼ିଥିଲା। ରାନୁ ସର୍ବଦା ଫିଲ୍ମ ଗୀତ ଶୁଣି ଗୀତ ଗାଉଥିଲେ। ସେ କେବେ ବି କୌଣସି ସଂଗୀତକାରଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଧୂନ୍ ରେ ଗୀତ ବୋଲିନଥିଲେ। ରାନୁ ମଣ୍ଡଳଙ୍କ ଅଧିକାଂଶ ଗୀତ ମଧ୍ୟ ଲତା ମଙ୍ଗେସକରଙ୍କ କଣ୍ଠସ୍ୱର ସହ ମିଶୁଥିଲା। ଏହିକାରଣରୁ ହିମେଶଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ଧୂନ୍ ଶୁଣିବା ପରେ ତାଙ୍କୁ ଏହି ନୂଆ ଷ୍ଟାଇଲରେ ଗୀତ ବୋଳିବା କଷ୍ଟକର ହୋପଡ଼ିଥିଲା। ଏହିକାରଣରୁ ରାନୁ ମଣ୍ଡଳଙ୍କ ସହ ଷ୍ଟୁଡିଓରେ ହିମେଶଙ୍କୁ ମଧ୍ୟ ଖୁବ୍ ପରିଶ୍ରମ କରିବାକୁ ପଡୁଥିଲା। କିନ୍ତୁ ରାନୁ ହିମେଶଙ୍କ ଗୀତ ରେକର୍ଡ କରିସାରିବା ପରେ ଏହି ଗୀତକୁ ଭାଇରାଲ କରିବାକୁ ଇଛା କରିଥିଲେ ହିମେଶ।
ରାନୁଙ୍କ ସହ ଭିଡିଓ ତିଆରି କରିବାରେ ହିମେଶଙ୍କୁ କରିବାକୁ ପନଇଥିଲା ବିଭିନ୍ନ ପ୍ରକାର ପ୍ରସ୍ତୁତି
ହିମେଶ ଏବଂ ରାନୁ ମଣ୍ଡଳ ଷ୍ଟୁଡିଓରେ ଏକା ସାଥୀରେ ଗୀତ ବୋଲିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହି ରେକର୍ଡରେ ହିମେଶ ରେସମିୟା ନିଜର ସଂଗୀତକାର ଭଳି ପୋଜ୍ରେ ଅନ୍ଯ ଏକ ସ୍ଥାନରେ ଛିଡା ହୋଇଥିଲେ। ସେ କ୍ୟାମେରାମ୍ୟାନଙ୍କ ନିର୍ଦେଶ ଅନସାରେ ଖାସ୍ ପୋଜ୍ରେ ଛିଡା ହୋଇଥିଲେ। ଏହି ସମୟରେ କ୍ୟାମେରାମ୍ୟାନଙ୍କ ବ୍ୟତୀତ ଅନ୍ୟ ଲୋକମାନେ ମଧ୍ୟ ନିଜ ଫୋନରେ ରେକଡିଂ କରିଥିଲେ। କିନ୍ତୁ ଏହି ସମୟରେ କେହି ଜଣେ ବ୍ୟକ୍ତି ହିମେଶଙ୍କ ଷ୍ଟୁଡିଓ ପଛପଟୁ ରେକଡିଂ କରିଥିଲେ। ଏହି ସମୟରେ ହିମେଶ ନିଜର ସୁଟିଂ ବନ୍ଦ କରି ରେକର୍ଡ ନକରିବା ପାଁ ମନା କରିଥିଲେ ମଧ୍ୟ ସେହି ବ୍ୟକ୍ତି ଜଣଙ୍କ ରେକଡିଂ କରିଥିଲେ।
ଏହାସହ ପଢନ୍ତୁ: ଜାଣନ୍ତୁ କାହା ପ୍ରେମରେ ପଡ଼ିଛନ୍ତି ସୁନୀଲ ସେଟ୍ଟୀଙ୍କ ପୁଅ ଆହାନ୍
ସୂଚନା ଅନୁଯାୟୀ ପଛପଟୁ ରେକର୍ଡ କରାଯାଉଥିବା ଭିଡିଓରେ ହିମେଶଙ୍କୁ କେତେ କଣ ସଂଗ୍ରହ କରିବାକୁ ପଡିଥିଲା ତାହା ଦେଖିବାକୁ ମିଳିଛି।
ରିପୋର୍ଟ ଅନୁଯାୟୀ ରାନୁ ମଣ୍ଡଳ ବର୍ତ୍ତମାନ କୁବ୍ ପରିଚିତ ହୋଇସାରିଲେଣୀ। କିନ୍ତୁ ବିତିଯାଇଥିବା ୨୮ ଜୁଲାଇଇ ପୂର୍ବରୁ ତାଙ୍କୁ କେହି ଜାଣିନଥିଲେ। ସେ ପଶ୍ଚିମବଙ୍ଗଳାର ରାଜଘାଟ ଷ୍ଟେସନରେ ଗୀତ ଗାଇ ନିଜର ପେଟ ପୋଷୁଥିଲେ। କିନ୍ତୁ ସେଠାରେ ତାଙ୍କୁ ଯତୀନ୍ଦ୍ର ମିଳିଥିଲେ, ଯିଏ ତାଙ୍କର ଏହି ଗୀତକୁ ରେକର୍ଡ କରି ସୋସିଆଲ ମିଡିଆରେ ସେୟାର କରିଥିଲେ। ଏହାପରେ ସେ ବର୍ତ୍ତମାନ ବଲିଉଡରେ ପାଖାପାଖି ୫ଟି ଗୀତ ରେକର୍ଡ କରିସାରିଲେଣି।