Below header

ବିଗ୍ ବସ୍ ପରେ କଙ୍ଗନାଙ୍କ ‘ଶୋ’ ରେ ଧମାଲ କରିବେ ରଶ୍ମି ଦେଶାଇ, ହେବ ୱାଇଲ୍ଡ କାର୍ଡ ଏଣ୍ଟ୍ରି

ଏକତା କପୁରଙ୍କ ‘ଶୋ’ ଲକ ଅପ ବର୍ତ୍ତମାନ ଭଲ ରାକିଙ୍ଗରେ ରହିଛି ଓ଼ ଏହି ‘ଶୋ’ କୁ ଅନେକ ଲୋକ ପସନ୍ଦ କରୁଛନ୍ତି । ଏହାକୁ ହୋଷ୍ଟିଙ୍ଗ କରୁଛନ୍ତି କଙ୍ଗନା ରଣାୱତ । ଏବେ ଖବର ଭାଇରାଲ ହେବାରେ ଲାଗିଛି ଯେ ଅନ୍ୟ ଜଣେ ପ୍ରତିଯୋଗୀ ଏହି ଶୋ’ରେ ପ୍ରବେଶ କରିପାରନ୍ତି । ରିପୋର୍ଟ ଅନୁଯାୟୀ ରଶ୍ମୀ ଦେଶାଇ ୱାଇଲ୍ଡ କାର୍ଡ ପ୍ରତିଯୋଗୀ ଭାବରେ ‘ଶୋ’ରେ ପ୍ରବେଶ କରିବାକୁ ଯାଉଛନ୍ତି । କହିବାକୁ ଗଲେ କଙ୍ଗନା ରଣାୱତଙ୍କ ରିଆଲିଟି ସୋ ଲକ୍ ଅପ୍ ଓଟିଟି ପ୍ଲାଟଫର୍ମରେ ରକ୍ କରୁଛି। ଅନେକ ସେଲିବ୍ରିଟି ଏହି ଶୋ’ରେ ଯୋଗ ଦେଇଛନ୍ତି, ଯେଉଁମାନେ ସେମାନଙ୍କର ସମସ୍ତ ସୁବିଧା ଛାଡି ଜେଲରେ ରହୁଛନ୍ତି। ଶୋ’ରେ ଦର୍ଶକମାନେ ସେଲିବ୍ରେଟର ଅନେକ ରହସ୍ୟ ବିଷୟରେ ଜାଣିବାକୁ ପାଉଛନ୍ତି। ଚେତନ ହାନ୍ସରାଜ ନିକଟରେ ୱାଇଲ୍ଡ କାର୍ଡ ପ୍ରତିଯୋଗୀ ଭାବରେ ସୋ’ରେ ପ୍ରବେଶ କରିଛନ୍ତି। ଏହି ‘ଶୋ’ କୁ ଦର୍ଶକମାନେ ଦିନସାରା OTT ପ୍ଲାଟଫର୍ମରେ ଦେଖିପାରିବେ।

ତେବେ ବର୍ତ୍ତମାନ ଏକ ରିପୋର୍ଟ ଅନୁଯାୟୀ ଏହି ଲକଅପ ଶୋ” ରେ ରଶ୍ମି ଦେଶାଇ ୱାଇଲ୍ଡ କାର୍ଡ ପ୍ରତିଯୋଗୀ ଭାବରେ ପ୍ରବେଶ କରିବାକୁ ଯାଉଛନ୍ତି।ଯଦିଓ ରଶ୍ମୀ ଏପର୍ଯ୍ୟନ୍ତ ଏ ବିଷୟରେ କୌଣସି ନିଶ୍ଚିତତା ଦେଇନାହାଁନ୍ତି ଓ ରଶ୍ମିଙ୍କ ଏଣ୍ଟ୍ରିକୁ ନେଇ କୌଣସି ନିର୍ମାତାଙ୍କଠାରୁ ମଧ୍ୟ କିଛି ରିପୋର୍ଟ ଆସିନାହିଁ। କିନ୍ତୁ ଏହି ଖବର ଭାଇରାଲ ହେବାରେ ଲାଗିଛି। ଏମିତିକି ପ୍ରଶଂସକମାନେ ତାଙ୍କ ଲକଅପ ଏଣ୍ଟ୍ରିକୁ ଅପେକ୍ଷା କରିଛନ୍ତି। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଖବର ଅନୁଯାୟୀ, ରଶ୍ମୀ ଦେଶାଇ ଏହି ଶୋ’ର ୧୬ ତମ ପ୍ରତିଯୋଗୀ ହେବେ। ବର୍ତ୍ତମାନ ରଶ୍ମୀଙ୍କୁ ଏକତା କପୁରଙ୍କ ଶୋ’ରେ ବନ୍ଦୀ କଏଦୀ ଭାବରେ ଦେଖିବାକୁ ମିଳିବ। ଅନେକ ଲୋକ ରଶ୍ମୀଙ୍କୁ ସମର୍ଥନ କରୁଛନ୍ତି।

ରଶ୍ମୀ ଦେଶାଇ ସଲମାନ ଖାନଙ୍କ ଶୋ’ ବିଗ୍ ବସ୍ ୧୩ ଯାଇଥିଲେ ଓ ସେ ବହୁତ ଶୀଘ୍ର ଶୋ’ରୁ ବାହାରକୁ ଆସିଯାଇଥିଲେ। ଏହାପରେ ରଶ୍ମୀ ଦେଶାଇ ପୁଣିଥରେ ବିଗ୍ ବସ୍ ୧୫ ର ଏକ ଅଂଶ ହୋଇଯାଇଥିଲେ। ଶୋ’ରେ ଶ୍ରେଷ୍ଠ ଟପ୍ ୫ ରେ ସ୍ଥାନ ପାଇଥିଲେ ରଶ୍ମୀ।ଲକ୍ ଅପ୍ ବିଷୟରେ କହିବାକୁ ଗଲେ, ଏହି ସପ୍ତାହରେ ରେସଲର ବବିତା ଫୋଗେଟ୍ ଶୋ’ରୁ ବାହାରିଛନ୍ତି। ଏହାପରେ ଶୋ’ରେ ଦୁଇଟି ୱାଇଲ୍ଡ କାର୍ଡ ଏଣ୍ଟ୍ରି ହୋଇଛି। ଯେଉଁଥିରେ ପ୍ରଥମ କାର୍ଡରେ ସାରା ଖାନଙ୍କ ପୂର୍ବତନ ସ୍ୱାମୀ ଅଲି ମର୍ଚେଣ୍ଟ ଏବଂ ଦ୍ୱିତୀୟ ଚେତନ ହାନସରାଜ ସାମିଲ ଅଛନ୍ତି। ଏହି ଶୋ’ରେ କଙ୍ଗନା ରଣାୱାତ ପ୍ରତିଯୋଗୀମାନଙ୍କ ଭଲ ଭାବେ କ୍ଲାସ ନେଉଥିବାର ମଧ୍ୟ ନଜର ଆସିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.