ପଶ୍ଚିମବଙ୍ଗ ବୀରଭୂମରେ ରାଜନୈତିକ ବିବାଦରୁ ହିଂସାକାଣ୍ଡ: ଜିଅନ୍ତା ଜଳିଗଲେ ୮ ଜଣ

ନୂଆଦିଲ୍ଲୀ : ପଶ୍ଚିମବଙ୍ଗରେ ରାଜନୈତିକ ବିବାଦରୁ ହିଂସାକାଣ୍ଡ । ହିଂସାରେ ୮ ଜଣ ଜୀବନ୍ତ ଦଗ୍‌ଧ। ପଶ୍ଚିମବଙ୍ଗ ବୀରଭୂମ ଜିଲ୍ଲା ରାମପୁରହାଟରେ ଘଟିଛି ଲୋମହର୍ଷଣକାରୀ ଘଟଣା। ଗତକାଲି ବିଳମ୍ବିତ ରାତିରେ ବାଗୁତି ଗାଁର ଉପ ପ୍ରଧାନଙ୍କୁ କିଛି ଦୁର୍ବୃତ୍ତ ହତ୍ୟା କରିବା ପରେ ହିଂସା ଉପୁଜିଥିଲା। ଟିଏମସିର ନେତାଙ୍କୁ ହତ୍ୟା ପରେ ଅଶାନ୍ତ ହୋଇପଡ଼ିଥିଲା ଗାଁ। ତାଙ୍କର କିଛି ସମର୍ଥକ ହଠାତ କିଛି ଘରେ ନିଆଁ ଲଗାଇଦେଇଥିଲେ।

୧୦ରୁ ୧୨ଟି ଘରେ ନିଆଁ ଲଗାଇ ଦେଇଥିଲେ। ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ନିଆଁ ଲାଗି ୮ ଜଣଙ୍କ ଜୀବନ ଯାଇଥିବା ପଶ୍ଚିମବଙ୍ଗ ଡିଜିପି ମନୋଜ ମାଲଭିୟ କହିଛନ୍ତି। ଗାଁରେ ଉତ୍ତେଜନା ଲାଗି ରହିଛି। ଘଟଣାକୁ ଧ୍ୟାନରେ ରଖି ତଦନ୍ତ ପାଇଁ ରାଜ୍ୟ ସରକାର ୩ଜଣିଆ ଏସଆଇଟି ଗଠନ କରିଛନ୍ତି। ବରିଷ୍ଠ ଅଧିକାରୀ ଜ୍ଞାନୱନ୍ତ ସିଂ, ମିରାଜ ଖାଲିଦ ଓ ସଞ୍ଜୟ ସିଂ ଏସଆଇଟିରେ ରହିଛନ୍ତି। ହିଂସା ଘଟଣାରେ ୧୧ଜଣଙ୍କୁ ଗିରଫ କରାଯାଇଛି। ରାମପୁରହାଟ ଥାନାଧିକାରୀ ଓ ଏସଡିପିଓଙ୍କୁ ନିଲମ୍ବନ କରାଯାଇଥିବା କହିଛନ୍ତି ଡିଜିପି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.