ଏବେ ଜମାଟୋ ୧୦ ମିନିଟ୍‌ରେ ପହଞ୍ଚାଇବ ଖାଦ୍ୟ; ଆସନ୍ତା ମାସରୁ ଏହିଠାରୁ ଆରମ୍ଭ ହେବ ସେବା…ଜାଣନ୍ତୁ କେମିତି କାମ କରିବ ଏହି ସିଷ୍ଟମ

ଫୁଡ୍‌ ଡେଲିଭରି ଆପ୍‌ ଜମାଟୋ ଏବେ ୧୦ ମିନିଟ୍‌ରେ ଫୁଡ୍‌ ଡେଲିଭରି କରିବ। କମ୍ପାନୀର କୋ-ଫାଉଣ୍ଡର ଦୀପିନ୍ଦର ଗୋୟଲ ସୋମବାର ଟ୍ଵିଟରରେ ନୂଆ ଫିଚର ‘୧୦ ମିନିଟ୍‌ରେ ଫୁଡ୍‌ ଡେଲିଭରି’ ଘୋଷଣା କରିଛନ୍ତି। ଏହି ସେବା ଆସନ୍ତା ମାସରୁ ଗୁରୁଗ୍ରାମରେ ଆରମ୍ଭ ହେବ। କହି ରଖୁଛୁ, ଗତବର୍ଷ ଜମାଟୋ ନିଜ ସମର୍ଥିତ ଭେଞ୍ଚର ବ୍ଲିଙ୍କିଟ୍‌ (ପୂର୍ବରୁ ଗ୍ରୋଫର୍ସ)ରେ ୧୦ ମିନିଟ୍‌ରେ ଗ୍ରୋସରୀ ଡେଲିଭରିର ସୁବିଧା ଆରମ୍ଭ କରିଥିଲା।

ଦୀପିନ୍ଦର ଗୋୟଲଙ୍କ କହିବା ହେଲା, ଏହି ଫିଚର ପାଇଁ ଡେଲିଭରି ଏଜେଣ୍ଟମାନଙ୍କର ସୁରକ୍ଷା ସହିତ କୌଣସି ସାଲିସ୍‌ କରାଯିବ ନାହିଁ। ଆମେ ଡେଲିଭରି ପାର୍ଟନରଙ୍କ ଉପରେ ଶୀଘ୍ର ଡେଲିଭରି କରିବା ପାଇଁ କୌଣସି ବି ଚାପ ପକାଉ ନାହିଁ। ଡେଲିଭରି ଲେଟ୍‌ ହେଲେ କୌଣସି ଜରିମାନା ମଧ୍ୟ ନେଉ ନାହିଁ। ଡେଲିଭରି ପାର୍ଟନରଙ୍କୁ ଫୁଡ୍‌ ଡେଲିଭରି କରିବା ସମୟ ବିଷୟରେ କୁହାଯାଏ ନାହିଁ। ଆମେ ସମୟର ଚାପକୁ ରାସ୍ତା ଉପରେ ପକାଉ ନାହିଁ କି କାହାକୁ ବିପଦ ମୁହଁକୁ ଠେଲୁ ନାହିଁ।

ଦୀପିନ୍ଦର ଆହୁରି କହିଥିଲେ, ଏ ପର୍ଯ୍ୟନ୍ତ ଜମାଟୋ ଆପ୍‌ ଏହା ଦେଖି ଆସିଛି ଯେ ଅଧିକାଂଶ ଗ୍ରାହକ ଅର୍ଡର ଦେବା ସମୟରେ ଶୀଘ୍ର ଡେଲିଭରି ଆଧାରରେ ରେଷ୍ଟୁରାଣ୍ଟ ଚୟନ କରୁଛନ୍ତି। ଏଥିରୁ ଆମେ ଅନୁଭବ କଲୁ, ଜଲ୍‌ଦି ଡେଲିଭରି ବି ଲୋକଙ୍କର ପ୍ରାଥମିକତା ରହିଛି। ଏଥିପାଇଁ ଆମେ ଏହି ଫିଚରକୁ ଲଞ୍ଚ୍‌ କରିବାକୁ ନିଷ୍ପତ୍ତି ନେଇଛୁ। ଜମାଟୋ କାଉଣ୍ଟର ଅଧିକ ଡିମାଣ୍ଡ ଥିବା ଏରିଆରେ ଗ୍ରାହକଙ୍କ ଘର ଆଖପାଖରେ ରହିବ। ଏହା ବ୍ୟତୀତ ତାଙ୍କ କହିବା ହେଲା, ଏବେ ଜମାଟୋ ଦ୍ୱାରା ଫୁଡ୍‌ ଡେଲିଭରି ପାଇଁ ବ୍ୟବହୃତ ୩୦ ମିନିଟ୍‌ର ସମୟ ବହୁତ ସ୍ଲୋ ଏବଂ ଏହା ଅପ୍ରଚଳିତ ହୋଇଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.