ଶେହନଶାହଙ୍କ ସହ ନଜର ଆସିବେ ନ୍ଯାସନାଲ କ୍ରସ୍ ରଶ୍ମିକା ମନ୍ଦାନା, ମିସନ୍ ମଜନୁ ପରେ ପୁଣି ମିଳିଲା ଆଉ ଏକ ଅଫର

ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରୀର ଜଣାଶୁଣା ଚେହେରା ରଶ୍ମିକା ମନ୍ଦାନା। ସାଉଥ୍ ଇଣ୍ଡଷ୍ଟ୍ରୀର ସବୁଠାରୁ ଦାମୀ ଅଭିନେତ୍ରୀଙ୍କ ମଧ୍ୟରୁ ସେ ଅନ୍ୟତମ । ନ୍ଯାସନାଲ କ୍ରସ ରଶ୍ମିକା ଅଭିନେତା ସିଦ୍ଧାର୍ଥ ମଲହୋତ୍ରାଙ୍କ ବିପକ୍ଷରେ ‘ମିସନ୍ ମଜ୍ନୁ’ ମାଧ୍ୟମରେ ବଲିଉଡ୍ ଡେବ୍ୟୁ କରିବେ ବୋଲି ନିକଟରେ ଖବର ସାମ୍ନାକୁ ଆସିଥିଲା । କିନ୍ତୁ ଏହା ପରେ ଏବେ ବଲିଉଡରେ ଦ୍ବିତୀୟ ଫିଲ୍ମ ପାଇଁ ସାଇନ କରିଛନ୍ତି। ଆଉ ଏହି ଫିଲ୍ମରେ ବଲିଉଡର ଶେହେନାଶାହ ଅମିତାଭ ବଚ୍ଚନ ନଜର ଆସିବେ।

ଖବର ମୁତାବକ, ବିକାଶ ବହଲ ଏହି ଫିଲ୍ମର ନିର୍ଦ୍ଦେଶନା ଦେବେ । ଫିଲ୍ମର ଟାଇଟଲ ରହିପାରେ ‘ଡେଡ୍ଲି’ । ଏହାର କାହାଣୀ ଏକ ବାପା ଝିଅ ସଂପର୍କ ଉପରେ ଆଧାରିତ ହେବ । ରିଲାଏନ୍ସ ଏଣ୍ଟରଟେନମେଣ୍ଟ ଫିଲ୍ମର ପ୍ରଯୋଜନା କରିବ । ଆସନ୍ତାବର୍ଷ ମାର୍ଚ୍ଚ ମାସରେ ଏହାର ସୁଟିଂ ଆରମ୍ଭ ହୋଇପାରେ ବୋଲି ରିପୋର୍ଟ ମିଳିଛି ।

rashmika m

ଏ ସଂପର୍କରେ ରଶ୍ମିକା କହିଛନ୍ତି, ‘ବଲିଉଡ୍ରୁ ଏଭଳି ଆଉ ଏକ ଅଫର୍ ପାଇ ଖୁସି ଅଛି । ବିଶେଷ କରି ମହାନାୟକ ଅମିତାଭ ବଚ୍ଚନଙ୍କ ସହ ଅଭିନୟ କରିବା ମୋ’ ପାଇଁ ସ୍ୱପ୍ନ ସାକାର ହେବା ଭଳି ହେବ । ଏପରି ସୁଯୋଗକୁ ମୁଁ ଚାହିଁ ରହିଥିଲି । ଏହା ମାଧ୍ୟମରେ ମୋତେ ଅଧିକ ପରିଚିତି ମିଳିବ ବୋଲି ଆଶାବାଦୀ । ’

ସୂଚନାଥାଉକି, ରଶ୍ମିକାଙ୍କ ଡେବ୍ୟୁ ବଲିଉଡ୍ ଫିଲ୍ମ ‘ମିସନ୍ ମଜ୍ନୁ’ ଏକ ଥ୍ରୀଲର । ଫିଲ୍ମର କାହାଣୀ ଭାରତୀୟ ଗୁଇନ୍ଦା ସଂସ୍ଥା ର’ର ଏକ ମିସନ୍ ଉପରେ ଆଧାରିତ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.