ପ୍ରବଳ ଜରରେ ବି ରବିନା ଟଣ୍ଡନ ଅକ୍ଷୟ କୁମାରଙ୍କ ସହ କରିଥିଲେ ‘ଟିପ୍‌ ଟିପ୍‌ ବରଷା ପାନି’ ର ସୁଟିଂ

୧୯୯୪ ରେ ରିଲିଜ ହୋଇଥିଲା ଫିଲ୍ମ ‘ମୋହରା’ । ଏହି ଫିଲ୍ମ ହୋଇଥିଲା ସୁପର ହିଟ । ଖାସ କିଛି ଗୀତ ପାଇଁ । ଏଥିରେ ଥିଲା ବର୍ଷା ଭିଜା ଦୃଶ୍ୟରେ ଅକ୍ଷୟ କୁମାର ଓ ରବିନା ଟଣ୍ଡନଙ୍କ ହିଟ ଗୀତ ‘ଟିପ୍‌ ଟିପ୍‌ ବରଷା ପାନି’ ।

ଯାହା ଏବେ ବି ଦର୍ଶକଙ୍କ ମନରେ ଶିହରଣ ସୃଷ୍ଟି କରେ । ତେବେ ଏହି ସଂଗୀତ ସୁଟିଂ ବେଳେ ଅଭିନେତ୍ରୀ ରବିନା ଟଣ୍ଡନ ଜରରେ ପୀଡିତ ଥିଲେ । ସେତେବେଳେ ଏହି ଫିଲ୍ମ ୩.୭୫ କୋଟି ଟଙ୍କାର ବଜେଟ ଥିଲା ଓ ବକ୍ସ ଅଫିସରେ ଏହା ୨୨.୬୫ କୋଟି ଟଙ୍କା ଆୟ କରିଥିଲା ।

raveena.
photo credit: patrika.com

ରବିନା କୁହନ୍ତି ’ଗୀତ ଏକ ଅଧା ଗଢ଼ା ବିଲ୍ଡିଂରେ ସୁଟିଂ ହୋଇଥିଲା । ସୁଟିଂ ବେଳେ ମୋ ଗୋଡରେ ଗୋଡି ଫୁଟି ଯାଉଥିଲା । ଟାଙ୍କି ପାଣି ବି ବହୁତ ଥଣ୍ଡା ଥିଲା । ପାଣିରେ ବାର ବାର ଭିଜୁଥିବା ଯୋଗୁ ମୋତେ ଜର ବି ହୋଇଯାଇଥିଲା । ଏହି ସିନ୍‌ରେ ମୋତେ ବହୁତ କାମୁକ ଭାବେ ଦେଖାଇବାର ଥିଲା । ଏ ସବୁ ପରିସ୍ଥତିରେ ମୁଁ ସୁଟିଂ କରିଥିଲି । ’

ଶୁଣାଯାଏ ଏହି ସୁଟିଂ ସମୟରେ ଅକ୍ଷୟ ଓ ରବିନାଙ୍କ ମଧ୍ୟରେ ସମ୍ପର୍କ ସୃଷ୍ଟି ହୋଇଥିଲା । ଅବଶ୍ୟ ପରେ ଶିଳ୍ପା ସେଟ୍ଟିଙ୍କ ପାଇଁ ଦୁହିଁଙ୍କର ବ୍ରେକ ଅପ୍‌ ହୋଇଯାଇଥିଲା । ଅକ୍ଷୟ ଶିଳ୍ପାଙ୍କୁ ପସନ୍ଦ କରି ବସିଥିଲେ । ଅବଶ୍ୟ ପରେ ଟ୍ଵିଙ୍କଲ ଖାନ୍ନାଙ୍କୁ ବିବାହ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.