କୋରିଓଗ୍ରାଫର ରେମୋ ଡିସୁଜାଙ୍କ ସ୍ତ୍ରୀ ଲିଜେଲ ଡିସୁଜାଙ୍କର ଅଜବ ଟ୍ରାନ୍ସଫର୍ମେଶନ, ଫ୍ୟାନ୍ସ କ’ଣ ସେଲିବ୍ରିଟି ମଧ୍ୟ କରି ପାରୁନାହାନ୍ତି ବିଶ୍ୱାସ; ଦେଖନ୍ତୁ ଫଟୋ

ବଲିଉଡ୍‌ ସେଲିବ୍ରିଟିଙ୍କ େଓ୍ଵଟ୍‌ ଲସ୍‌ ଜର୍ନି ସବୁବେଳେ ଫ୍ୟାନ୍‌ମାନଙ୍କୁ ପ୍ରଭାବିତ କରିଥାଏ। ଏହାରି ଭିତରେ କୋରିଓଗ୍ରାଫର ତଥା ଡାଇରେକ୍ଟର ରେମୋ ଡିସୁଜା, ସ୍ତ୍ରୀ ଲିଜେଲ ଡିସୁଜାଙ୍କର େଓ୍ଵଟ୍‌ ଟ୍ରାନ୍ସଫର୍ମେଶନର ଫଟୋ ପୋଷ୍ଟ କରିଛନ୍ତି, ଯାହାକି ସମସ୍ତଙ୍କୁ ଚମକାଇ ଦେଇଛି। ରେମୋ, ଲିଜେଲଙ୍କର ଦୁଇଟି ଫଟୋ ପୋଷ୍ଟ କରିଛନ୍ତି। ପ୍ରଥମ ଫଟୋରେ ତାଙ୍କ ଓଜନ ବହୁତ ଅଧିକ ଥିବା ବେଳେ ଦ୍ୱିତୀୟ ଫଟୋରେ ସେ ଖୁବ୍‌ ଫିଟ୍‌ ତଥା ସ୍ଲିମ୍‌ ଦେଖା ଯାଉଛନ୍ତି।

କୋରିଓଗ୍ରାଫର ନିଜ ସ୍ତ୍ରୀଙ୍କ ପ୍ରଶଂସା କରି କହିଛନ୍ତି କି, ‘ସେ ବହୁତ ପରିଶ୍ରମ କରିଛନ୍ତି। ଏହା ନିଜ ସହିତ ଯୁଦ୍ଧ କରିବା ଭଳି ଥିଲା’। ରେମୋ କ୍ୟାପସନରେ ଲେଖିଛନ୍ତି, ‘ଏହିଠାରେ ପହଞ୍ଚିବା ପାଇଁ ବହୁତ ପରିଶ୍ରମ କରିବାକୁ ପଡ଼ିଥାଏ, କିନ୍ତୁ ସବୁଠାରୁ ବଡ଼ ଯୁଦ୍ଧ ନିଜ ସହିତ ହିଁ ହୋଇଥାଏ। ମୁଁ ଲିଜେଲଙ୍କୁ ଏହି ଯୁଦ୍ଧ ଲଢ଼ୁଥିବାର ଏବଂ ଅସମ୍ଭବକୁ ସମ୍ଭବ କରିବାର ଦେଖିଛି’।

ରେମୋ ଆଗକୁ ଲେଖିଛନ୍ତି କି, ‘ମୁଁ ସବୁବେଳେ କହୁଥିଲି, ଏହା ତୁମ ମୁଣ୍ଡ ଭିତରେ ଅଛି, ତୁମକୁ ଆହୁରି ମଜଭୁତ ହେବାକୁ ହେବ ଏବଂ ଲିଜ୍‌ ଏହା ତୁମେ କରି ଦେଖାଇଲ। ତୁମକୁ ନେଇ ମୁଁ ଗର୍ବିତ। ତୁମେ ମୋଠାରୁ ଅଧିକ ମଜଭୁତ, ତୁମେ ମୋ ପ୍ରେରଣା। ଲଭ୍‌ ୟୁ’। ତେବେ ଯାହା ହେଉନା କାହିଁକି, ଲିଜେଲଙ୍କୁ ତାଙ୍କର େଓ୍ଵଟ୍‌ ଲସ୍‌ ଜର୍ନିକୁ ନେଇ ଫ୍ୟାନ୍‌ମାନଙ୍କଠାରୁ ଆରମ୍ଭ କରି ସେଲିବ୍ରିଟି ଯାଏ ସମସ୍ତେ ଖୁବ୍‌ ପ୍ରଶଂସା କରୁଛନ୍ତି।

 

View this post on Instagram

 

A post shared by Remo Dsouza (@remodsouza)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.