କଙ୍ଗନାଙ୍କ ବିରୋଧରେ ଦାୟର ହେଲା ଅବମାନନା ଯାଚିକା, ପାସପୋର୍ଟ ରିନ୍ୟୁ ବେଳେ ମିଛ କହିଛନ୍ତି

ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ ଅଧିକାଂଶ ସମୟରେ ଚର୍ଚ୍ଚାରେ ରହିଥାନ୍ତି । ଫିଲ୍ମ ହେଉ ଅବା ବିବାଦୀୟ ବୟାନ ଅଥବା କୋର୍ଟକେଶ, କଙ୍ଗନାଙ୍କ ନାଁ ସବୁଥିରେ ଥାଏ । କହିରଖିବା ଉଚିତ ହେବକି କିଛି ଦିନ ତଳେ ଲେଖକ ଆଶିଷ କୋଲ କଙ୍ଗନାଙ୍କ ବିରୋଧରେ କପି ରାଇଟ ଉଲ୍ଲଙ୍ଘନ ନେଇ ଆରୋପ ଲଗାଇଥିଲେ । ଆଉ ନିକଟରେ ଆଶିଷ କଙ୍ଗନାଙ୍କ ବିରୋଧରେ ବମ୍ବେ ହାଇକୋର୍ଟରେ ଏକ ଅବମାନନା ଯାଚିକା ଦାୟର କରିଛନ୍ତି ।

ଆଭିଯୋଗ ଅନୁଯାୟୀ କଙ୍ଗନା ପାସପୋର୍ଟ ରିନ୍ୟୂଆଲକୁ ନେଇ କୋର୍ଟରେ ମିଛ ଶପଥ ପାଠ କରିଛନ୍ତି । ସେ ନିଜ ବାବଦରେ ଭୁଲ ତଥ୍ୟ ଦେଇଛନ୍ତି ଯାହାକି ଏକ ଗମ୍ଭୀର ଅପରାଧ । ଏହାକୁ ନିଶ୍ଚିନ୍ତ ରୂପେ କୋର୍ଟରେ ଦାୟର କରାଯିବ ବୋଲି ଚେତାବନୀ ଦେଇଛନ୍ତି ଆଶିଷ । ଯଦି ଅଦାଲତରେ ଏହା ଏକ ଧୋକା ବୋଲି ପ୍ରମାଣିତ ହୋଇଯାଏ ତେବେ କଙ୍ଗନାକୁ କୋର୍ଟ ପକ୍ଷରୁ ଦିଆଯାଇଥିବା ଦଣ୍ଡ ଭୋଗିବାକୁ ପଡ଼ିବ । ପ୍ରକୃତରେ କିଛି ଦିନ ତଳେ କଙ୍ଗନା ଘୋଷଣା କରିଥିଲେକି ସେ “ମଣିକର୍ଣ୍ଣିକା- ରିଟର୍ଣ୍ଣସ ଦ ଲିଜେଂଡ ଅଫ ଦିଦା” ନାଁରେ ଏକ ଫିଲ୍ମ ପ୍ରସ୍ତୁତ କରିବେ । ଯାହାର ଲେଖକ ହେଉଛନ୍ତି ଆଶିଷ କୌଲ । ଏହାବାଦ କଙ୍ଗନା ଓ ସୁପ୍ରସିଦ୍ଧ ସଙ୍ଗୀତଜ୍ଞଙ୍କ ମଧ୍ୟରେ ଚାଲିଥିବା ମାନହାନି ଜନିତ ମାମଲା ମଧ୍ୟ କିଛି ଦିନ ହେବ ଚର୍ଚ୍ଚାରେ ରହିଆସିଛି ।

କଙ୍ଗନା ରାଣାୱତଙ୍କ ବିରାଧରେ ଗିରଫଦାରୀ ୱାରେଣ୍ଟ ଜାରି ହୋଇଥିବା ବେଳେ ଯଦି କଙ୍ଗନା ହାଜର ନହୁଅନ୍ତି ତେବେ ଓକିଲ ପୁଣି ଥରେ ଯାଚିକା ଦାୟର କରିପାରନ୍ତି । କ୍ୟାରିୟର ଦୃଷ୍ଟିରୁ ଦେଖିଲେ ଜୟଲଳିତାଙ୍କ ଜୀବନୀ ଉପରେ ନିର୍ମିତ ହେଉଥିବା “ଥାଲାଇବି” ରେ ସେ ନଜର ଆସିବେ । ଯାହାକି ଖୁବଶିଘ୍ର ଏହି ଫିଲ୍ମ ରିଲିଜ ହେବାକୁ ଯାଉଛି । ଏହା ବ୍ୟତୀତ କଙ୍ଗନା ତେଜସ ଓ ଧାକଡର ସୁଟିଙ୍ଗ କାମରେ ବି ବ୍ୟସ୍ତ ଅଛନ୍ତି । ପୂର୍ବ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଉପରେ ନିର୍ମିତ ହେବାକୁ ଥିବା ଫିଲ୍ମରେ ବି କଙ୍ଗନା ନଜର ଆସିବେ ବୋଲି ସୂଚନା ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.