ଖୁବଶୀଘ୍ର ବିବାହ କରିବେ ରିଚା ଏବଂ ଅଲ୍ଲୀ, ବିବାହ ତାରିଖ ହେଲା ଧାର୍ଯ୍ୟ
ବଲିଉଡ୍ରେ ଏବେ ବିବାହ ଋତୁ ଚାଲିଛି। ନିକଟରେ କରିସ୍ମା ଏବଂ କରିନା କପୁରଙ୍କ ଭାଇ ଅରମାନ ଜୈନଙ୍କ ବିବାହ ଶେଷ ହୋଇଥିବାବେଳେ ଏବେ ଆଉ ଏକ ଯୋଡି ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ସେ ହେଲେ ଅଭିନେତ୍ରୀ ରିଚା ଚଢା ଏବଂ ଅଲ୍ଲୀ ଫାଜଲ। ଉଭୟ ପରସ୍ପରକୁ ୫ ବର୍ଷ ହେବ ଡେଟିଂ କରିଆସୁଛନ୍ତି। ଚଳିତବର୍ଷ ଏପ୍ରିଲ ୧୫ ତାରିଖରେ ଦୁହେଁ ବିବାହ ବନ୍ଧନରେ ଆବଦ୍ଧ ହେବେ। ଦୁହେଁ କୋର୍ଟ ବିବାହ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି। ଏହାପରେ ଗ୍ରାଣ୍ଡ ରିସେପସନ ପାର୍ଟି ଦିଆଯିବ ଯେଉଁଥିରେ ବଲିଉଡର ବଡ ବଡ କଳାକାର ଯୋଗ ଦେବାର ରହିଛି। ନିକଟରେ ‘ଛପାକ୍’ ଫିଲ୍ମ ପ୍ରିମିୟରରେ ରିଚା ଏବଂ ଅଲ୍ଲୀଙ୍କୁ ଏକାଠି ଦେଖିବାକୁ ମିଳିଥିଲା।
ଦୁହେଁ ରିସେନପସନ ପାର୍ଟି ପ୍ରଥମେ ଦିଲ୍ଲୀ, ତାପରେ ଲକ୍ଷ୍ମୌ, ମୁମ୍ବାଇରେ ଦେବେ। ସୂଚନାଯୋଗ୍ୟ, ଦୁହେଁ ୨୦୧୩ରୁ ପରସ୍ପରକୁ ଡେଟ୍ କରୁଥିଲେ। କିନ୍ତୁ ୨୦୧୭ରୁ ଦୁହେଁ ନିଜର ସମ୍ପର୍କ ବିଷୟରେ ଖୁଲାସା କରିଥିଲେ। ଦୁହେଁ ମଧ୍ୟ ଏକାସଙ୍ଗରେ ଫିଲ୍ମ ‘ଫୁକରେ ଏବଂ ଫୁକରେ ରିଟନର୍ସ’ କରିଛନ୍ତି।