ଭାରତ-ନ୍ୟୁଜିଲାଣ୍ଡ ଟେଷ୍ଟ ମ୍ୟାଚ୍, ପ୍ରଥମ ଦିନରେ ୫ ଓ୍ଵିକେଟ୍ ହରାଇ ୧୨୨ ରନ୍ କରିଛି ଟିମ୍ ଇଣ୍ଡିଆ
ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଛି ପ୍ରଥମ ଟେଷ୍ଟର ପ୍ରଥମ ଦିନ। ପ୍ରଥମ ଦିନରେ ୫ ଓ୍ଵିକେଟ୍ ହରାଇ ୧୨୨ ରନ୍ କରିଛି ଭାରତ । ରାହାଣେ ଓ ପନ୍ଥ ଅପରାଜିତ ଅଛନ୍ତି । ବର୍ଷା ଯୋଗୁ ଶେଷ ସେସନ୍ ଖେଳାଯାଇ ପାରିନଥିଲା । ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଓପନର ପୃଥ୍ଵୀ ସ ୧୬ ରନ୍ କରି ଆଉଟ୍ ହୋଇଥିବା ବେଳେ ମୟଙ୍କ ଅଗ୍ରଓ୍ଵାଲ ୩୪ ରନ୍ କରିଥିଲେ । ସେହିପରି ଅଧିନାୟକ ବିରାଟ କୋହଲି ମାତ୍ର ୨ ରନ୍ କରି ପ୍ୟାଭିଲିୟନ୍ ଫେରିଛନ୍ତି । ପୂଜାରା ୧୧ ରନ୍ ଓ ହନୁମା ବିହାରୀ ୭ ରନ୍ କରି ଆଉଟ୍ ହୋଇଛନ୍ତି । ନ୍ୟୁଜିଲାଣ୍ଡ ପକ୍ଷରୁ ଜାମେଇସନ୍ ତିନିଟି ଓ୍ଵିକେଟ୍ ନେଇଛନ୍ତି ।