ପୁଣି ଥରେ ହସ୍ପିଟାଲରେ ଭର୍ତ୍ତି ହେଲେ ରୁଷି କପୁର, ମାସ୍କ ଲଗାଇ ନିଜ ବାପାଙ୍କୁ ଦେଖିବାକୁ ପହଞ୍ଚିଲେ ରଣବୀର

ଦିଲ୍ଲୀ ହସ୍ପିଟାଲରୁ ଛୁଟି ମିଳିବା ପରେ ମୁମ୍ବାଇ ଫେରିବା ପରେ ପୁଣି ଥରେ ରୁଷି କପୁରଙ୍କୁ ହସ୍ପିଟାଲରେ ଭର୍ତ୍ତି ହେବାକୁ ପଡିଛି। ପରିବାର ସଦସ୍ୟଙ୍କ କହିବାନୁଯାୟୀ ଭୂତାଣୁ ଜନିତ ଝ୍ଵର ହେବା ପରେ ତାଙ୍କୁ ଦୁଇ ଦିନ ପୂର୍ବରୁ ଦକ୍ଷିଣ ମୁମ୍ବାଇର ସର ଏଚଏନ ରିଲାୟଂସ ଫାଉଣ୍ଡେସନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ ବର୍ତ୍ତମାନ ରୁଷି କପୁରଙ୍କ ସ୍ୱାସ୍ଥ୍ୟ।ବସ୍ଥା ସ୍ଥିର ରହିଛି।

https://www.instagram.com/p/B8LvsnggCF1/?utm_source=ig_web_copy_link

ରିପୋର୍ଟ ଅନୁଯାୟୀ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ନିଜ ପିତାଙ୍କୁ ଦେଖିବା ପାଇଁ ରଣବୀର କପୁର ମାସ୍କ ପିନ୍ଧି ପହଞ୍ଚିଥିଲେ। ଯାହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ରୁଷି କପୁର ମୁମ୍ବାଇ ଫେରିବା ପୂର୍ବରୁ ଗତ ମଙ୍ଗଳବାର ଦିନ ଟ୍ୱିଟ୍ କରି କହିଥିଲେ ଯେ ଦିଲ୍ଲୀରେ ୧୮ ଦିନ ଧରି ସେ ଶୁଟିଂ କରିଥିଲେ। ସେଠାକାର ପ୍ରଦୂଷଣ ଯୋଗୁ ତଥା ତାଙ୍କର ନ୍ୟୁଟ୍ରୋଫିଲ୍ସ କାଉଣ୍ଟ ହ୍ରାସ ପାଇବା ଯୋଗୁ ସେ ସଂକ୍ରମଣର ଶିକାର ହୋଇଥିଲେ। ସେଥିପାଇଁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି ହେବାକୁ ପଡ଼ିଥିଲା। ତେବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସଂପର୍କରେ ସୂଚନା ପାଇ ଚିନ୍ତିତ ହୋଇପଡ଼ିଥିବା ତଥା ନିରୋଗ କାମନା କରିଥିବା ପରିବାରର ସମସ୍ତ ସଦସ୍ୟ ଓ ଫ୍ୟାନ୍ମାନଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.