ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହେଲେ ‘କୋକିଲା ବେନ୍‌’ ରୂପଲ ପଟେଲ

ଟିଭି ସୋ’ ‘ସାଥ ନିଭାନା ସାଥିଆ’ରେ କୋକିଲା ବେନଙ୍କ ଚରିତ୍ର ବହୁ ପପୁଲାର । ତାଙ୍କର ଶାନଦାର ଅଭିନୟ ଦର୍ଶକଙ୍କୁ ବହୁତ ପସନ୍ଦ ଆସିଥିଲା । କୋକିଲା ବେନଙ୍କ ପ୍ରକୃତ ନାମ ରୂପଲ ପଟେଲ । ନିକଟ ଅତୀତରେ ସ୍ୱାସ୍ଥ୍ୟଗତ ସମସ୍ୟା କାରଣରୁ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଏବେ ତାଙ୍କ ସ୍ୱାମୀ ଏହାକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।

ସୂଚନା ଅନୁଯାୟୀ, ରୂପଲ ପଟେଲଙ୍କ ସ୍ୱାସ୍ଥ୍ୟ ଏବେ ଠିକ ରହିଛି । ତେବେ ଅଭିନୟ ଜଗତକୁ ଧ୍ୟାନକୁ ଆଣିଲେ ଜଣାପଡେ ଯେ, ପୁପୁଲାର ଶାଶୁ-ବୋହୂ ରିଆଲିଟି ସୋ’ ”ସାଥ ନିଭାନା ସାଥିଆ”ରେ ରୂପଲ କୋକିଲା ବେନଙ୍କ ଚରିତ୍ରରେ ନଜର ଆସିଥିଲେ । ଯାହା ବହୁତ ପପୁଲାର ହୋଇଥିଲା । କିଛି ଦିନ ପୂର୍ବେ ତାଙ୍କ ଡାଇଲଗ ”ରଷୋଡେ ମେ କନ ଥା”କୁ ନେଇ ମଧ୍ୟ ରାପ୍ ସଙ୍ଗ ଭାଇରାଲ ହୋଇଥିଲା ।

325235
pc: Zoom tv

ତେବେ ସାଥ ନିଭାନା ସାଥିଆ  ୧ମ ସିଜିନ ପରେ ରୂପଲ ଅନେକ ସୋ’ରେ କାମ କରିଥିବାର ଦେଖିବାକୁ ମିଳିଥିଲା । ରୂପଲ କେବଳ ସିରିଏଲ ନୁହେଁ ବରଂ ଫିଲ୍ମ ଦୁନିଆରେ ମଧ୍ୟ କାମ କରିଛନ୍ତି । ୧୯୮୫ରେ ସେ ମହକ ଫିଲ୍ମରୁ ଡେବ୍ୟୁ କରିଥିଲେ ।

Leave A Reply

Your email address will not be published.