୮ ଟି ରାଜ୍ୟରେ ନୂଆ ରାଜ୍ୟପାଳ ନିଯୁକ୍ତ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ(କେ ନ୍ୟୁଜ): ୮ ରାଜ୍ୟରେ ନୂଆ ରାଜ୍ୟପାଳ। ୮ ରାଜ୍ୟରେ ନୂଆ ରାଜ୍ୟପାଳ ନିଯୁକ୍ତ କଲେ ରାଷ୍ଟ୍ରପତି। କର୍ଣ୍ଣାଟକ ରାଜ୍ୟପାଳ ହେଲେ ଥାଓ୍ଵରଚାନ୍ଦ ଗେହଲଟ। ଗୋଆ ରାଜ୍ୟପାଳ ଶ୍ରୀଧରନ୍‌ ପିଲାଇ, ଝାଡଖଣ୍ଡରେ ରମେଶ ବୈଶ୍ୟ, ହରିୟାଣାରେ ବନ୍ଦାରୁ ଦତ୍ତାତ୍ରେୟ, ମିଜୋରମ୍‌ରେ ହରିବାବୁ. କେ,

ମଧ୍ୟପ୍ରଦେଶରେ ଏମ୍‌. ସି ପଟେଲ, ତ୍ରିପୁରା ରାଜ୍ୟପାଳ ଭାବେ ସତ୍ୟେନ୍ଦ୍ର ନାରାୟାଣ ଆର୍ଯ୍ୟ ଓ ହିମାଚଳପ୍ରଦେଶ ରାଜ୍ୟପାଳ ଭାବେ ରାଜେନ୍ଦ୍ର ବିଶ୍ୱନାଥ ଆରଲେକରଙ୍କୁ ନିଯୁକ୍ତି ଦେଇଛନ୍ତି ରାଷ୍ଟ୍ରପତି।