ଶାହାରୁଖ ଖାନ୍ଙ୍କ ପାଖରେ ରହିଛି ୧୭ଟି ମୋବାଇଲ୍
ଆମେ ଶାହାରୁଖଙ୍କ ଫିଲ୍ମ କ୍ୟାରିୟର ସହ ଆଉ ଗୋଟିଏ ମଜାଦାର ସୂଚନା ଦେବାକୁ ଯାଉଛୁ

ବଲିଉଡ୍ ବାଦଶାହ ଶାହାରୁଖ ଖାନ୍ । କିଙ୍ଗ ଖାନ୍ ଭାବେ ପରିଚିତ । ଏହି ସୁପର ଷ୍ଟାରଙ୍କର ଏବେ ଭେଳା ଭଲ ଚାଲିଛି । ପଠାନ୍, ଯବାନ୍ ଆଉ ଡଙ୍କି ଫିଲ୍ମ ହିଟ୍ ସାବ୍ୟସ୍ତ ହୋଇଛି । ଏହା ପୂର୍ବରୁ ବେଶ୍ କିଛି ଫ୍ଲପ୍ ହେବା ଯୋଗୁଁ ଶାହାରୁଖଙ୍କ ଫ୍ୟାନ୍ ନିରାଶ ଥିଲେ । ଏମିତିକି ନିଜେ ଶାହାରୁଖ ମଧ୍ର ଗୋଟିଏ ହିଟ୍ ଫିଲ୍ମର ସାହାରା ଖୋଜୁଥିଲେ । ହେଲେ ଆଲ୍ଲା ମେହରବାନ୍ ହେଲେ, ଆଉ ଲଗାତର ତାଙ୍କର ୩ଟି ଫିଲ୍ମ ସୁପରହିଟ୍ ହେଲା । ତେବେ ଏ ବର୍ଷ ତାଙ୍କର ଆଉ କୌଣସି ନୂଆ ଫିଲ୍ମ ଦେଖିବାକୁ ମିଳିବ ନାହିଁ । ସେ ତାଙ୍କର ପରବର୍ତ୍ତୀ ଫିଲ୍ମ ଉପରେ କାମ ଚଳାଇଛନ୍ତି ।
ଅବଶ୍ୟ ଆମେ ଶାହାରୁଖଙ୍କ ଫିଲ୍ମ କ୍ୟାରିୟର ସହ ଆଉ ଗୋଟିଏ ମଜାଦାର ସୂଚନା ଦେବାକୁ ଯାଉଛୁ । ଯାହା ଏକ ସିକ୍ରେଟ୍ ବୋଲି କହି ହେବ । ଏଇ କଥାଟି ତାଙ୍କର ଜଣେ ଭଲ ବନ୍ଧୁଙ୍କ ଠାରୁ ଜଣାପଡ଼ିଛି । ଆମ ଦେଶରେ ଅନେକ ଲୋକ ଗୋଟିଏ କି ଦୁଇଟି ଅଥବା ୩ଟି ମୋବାଇଲ୍ ରଖିଛନ୍ତି । ହେଲେ କିଙ୍ଗ ଖାନ୍ ରଖିଛନ୍ତି ୧୭ଟି ମୋବାଇଲ୍ । ସେ ଏତେ ମୋବାଇଲରେ କଣ କରନ୍ତି ତାହା ତ ସ୍ୱଷ୍ଟ ହାଇନି । ତଥାପି ଯାହା ଲାଗୁଛି ସେ ବିଭିନ୍ନ କାମ ପାଇଁ ଅଲଗା ଅଲଗା ମୋବାଇଲ୍ ରଖିଛନ୍ତି । ଗୋଟିଏ ଯଦି ଘର ପାଇଁ ତ ଆଉ ଗୋଟିଏ ସିନେ ପ୍ରଯୋଜକଙ୍କ ପାଇଁ । ଆଉ ଗୋଟିଏ ବନ୍ଧୁବାନ୍ଧବଙ୍କ ପାଇଁ ଥାଇ ପାରେ । ଏଭଳି ଭାବରେ ତାଙ୍କ ପାଖରେ ୧୭ଟି ମୋବାଇଲ ରହିଛି । ହେଲେ ତାଙ୍କ ନାଁରେ ଏ ଅଭିଯୋଗ ବି ରହିଛି କି ତାଙ୍କୁ ଫୋନ୍ କଲେ ସେ ଉଠାନ୍ତି ନାହିଁ କି କଲବ୍ୟାକ ମଧ୍ୟ କରନ୍ତି ନାହିଁ ।… ହଁ .. ବଡ଼ବଡ଼ିଆଙ୍କ କଥା । ତେଣୁ ସବୁ କିଛି ତାଙ୍କ ଇଚ୍ଛାରେ ହେଉଥିବ ।