ୟୁପି: କାର୍‌ ଉପରେ ଛିଡ଼ା ହୋଇ ରିଲ୍‌ କରୁଥିଲା ବର, ବାନ୍ଧି ନେଲା ପୋଲିସ

ଜାତୀୟ ରାଜପଥ ଉପରେ ରିଲ୍ସ କରିବା ପଡ଼ିଲା ମହଙ୍ଗା । ଶେଷରେ ବନ୍ଧା ହେଲା ବର । ଏଭଳି ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶର ମୁଜଫର୍‌ନଗରରେ ।

ଜାତୀୟ ରାଜପଥ ଉପରେ ରିଲ୍ସ କରିବା ପଡ଼ିଲା ମହଙ୍ଗା । ଶେଷରେ ବନ୍ଧା ହେଲା ବର । ଏଭଳି ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶର ମୁଜଫର୍‌ନଗରରେ । ଏଠାରେ ବରଯାତ୍ରୀ ନେଇ ଯାଉଥିବା ଜଣେ ବର ଏକ ଦାମୀ କାର୍‌ର ଛାତ ଉପରେ ଛିଡ଼ା ହୋଇ ରିଲ୍ସ କରୁଥିଲେ, ଆଉ ତାହା ପୁଣି ଜାତୀୟ ରାଜପଥ ଉପରେ । ଏଭଳି କାରନାମା କରିବା ବର ଜଣଙ୍କୁ ଭାରୀ ପଡ଼ିଯାଇଛି ।

ମିଳିିଥିବା ଖବର ମୁତାବକ, ପୋଲିସ କାର୍‌କୁ ଅଟକାଇ ବରକୁ ବାନ୍ଧି ନେଇଛି । ଏହି ସମୟରେ ଘଟଣାସ୍ଥଳରେ ପ୍ରବଳ ଭିଡ଼ ଜମିଥିଲା । ମଙ୍ଗଳବାର ସହାରନପୁର ଜନପଦର ଭାୟଲା ଗାଁର ନିବାସୀ ଅଙ୍କିତ୍‌ ନିଜ ବରଯାତ୍ରୀ ଧରି ମେରଠର କୁସାଭଲି ଗାଁକୁ ଯାଉଥିଲେ ।

ଏହି ସମୟରେ ମୁଜଫର୍‌ନଗର ଜିଲ୍ଲାର ମନସୁରପୁର ଥାନା ଅଧୀନ ଦିଲ୍ଲୀ-ଡେରାଡୁନ ରାଜପଥରେ ବରର କାର୍‌ ଅଟକିଥିଲା । ଏଠାରେ ଅଙ୍କିତ୍‌ କାର୍‌ ଉପରେ ଚଢ଼ି ଡ୍ରୋନ୍‌ କ୍ୟାମେରା ଜରିଆରେ ଇନ୍‌ଷ୍ଟାଗ୍ରାମ ପାଇଁ ରିଲ୍ସ କରୁଥିଲେ । ହେଲେ ଏହି ସମୟରେ ପୋଲିସ ପହଞ୍ଚି କାର୍‌କୁ ଅଟକବା ସହ ବରକୁ ନିଜ ହେପାଜତକୁ ନେଇଥିଲା । ବର୍ତ୍ତମାନ ପୋଲିସ ଏହି ମାମଲାରେ ଅଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆରମ୍ଭ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.