ଫିଲ୍ମ ‘ବଡେ ମିୟା ଛୋଟେ ମିୟା’ ରିଲିଜ୍‌ ପୂର୍ବରୁ ସାମ୍ନାକୁ ଆସିଲା ଆଉ ଏକ ନୂଆ ସଙ୍ଗ୍‌, ଭାଇରାଲ ହେଉଛି ଭିଡିଓ

ଫିଲ୍ମ ‘ବଡେ ମିୟା ଛୋଟେ ମିୟା’ ର ଆଉ ଏକ ନୂଆ ଗୀତ ରିଲିଜ୍ ହୋଇଛି । ଏହି ଗୀତଟି ବହୁତ ଦମ୍‌ଦାର ହୋଇଛି ଏବଂ ଏଥିରେ ଅକ୍ଷୟ କୁମାର ଓ ଟାଇଗର୍‌ ଶ୍ରଫଙ୍କ ସହ ଫିଲ୍ମର ଫିମେଲ୍‌ ଲିଡ ମନୁଷୀ ଓ ଅଲାୟା ନଜର ଆସିଛନ୍ତି ।

ଅକ୍ଷୟ କୁମାର ଓ ଟାଇଗର ଶ୍ରଫଙ୍କ ଅପ୍‌କମିଂ ଫିଲ୍ମ ‘ବଡେ ମିୟା ଛୋଟେ ମିୟା’କୁ ଫ୍ୟାନ୍ସ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି । ତେବେ କିଛି ଦିନ ପୂର୍ବରୁ ଫିଲ୍ମର ଗୀତ, ଟ୍ରେଲର, ଟିଜର ଏବଂ ପୋଷ୍ଟର ରିଲିଜ୍ ହୋଇଥିଲା । ଯାହା ଦେଖିବା ପରେ ପ୍ରଶଂସକଙ୍କ ମଧ୍ୟରେ ଏକ ଭିନ୍ନ ଉତ୍ସାହ ଦେଖିବାକୁ ମିଳିଥିଲା । ଏହି ଆକ୍ସନ୍ ପ୍ୟାକ୍ ହୋଇଥିବା ଫିଲ୍ମର ଆଉ ଏକ ନୂଆ ଗୀତ ରିଲିଜ୍ ହୋଇଛି । ଏହି ଗୀତଟି ବହୁତ ଦମ୍‌ଦାର ହୋଇଛି ଏବଂ ଅକ୍ଷୟ କୁମାର ଓ ଟାଇଗର୍‌ ଶ୍ରଫଙ୍କ ସହ ଫିଲ୍ମର ଫିମେଲ୍‌ ଲିଡ ମନୁଷୀ ଚିଲର ଓ ଅଲାୟା ଏଫ୍ ନଜର ଆସିଛନ୍ତି । ଏହି ଗୀତଟି ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ zeemusiccompany and tigerjackieshroffରେ ସେୟାର କରାଯାଇଛି ।

ଫିଲ୍ମ ‘ବଡେ ମିୟା ଛୋଟେ ମିୟା’ର ନୂଆ ଟ୍ରାକର ନାମ ହେଉଛି ‘ୱାଲା ହବିବି’ । ତେବେ ଜୋର୍ଡାନରେ ସୁଟିଂ ହୋଇଥିବା ଫିଲ୍ମର ଏହା ହେଉଛି ତୃତୀୟ ଗୀତ । ଅକ୍ଷୟ କୁମାର ଓ ଟାଇଗର ଶ୍ରଫ୍ ମରୁଭୂମିରେ ଷ୍ଟାଇଲିସ୍ ଲୁକ୍‌ରେ ନଜର ଆସିଛନ୍ତି । ଏହି ସମୟରେ ମନୁଷୀ ଚିଲର ଏବଂ ଅଲାୟା ଏଫ୍ ର ସୁପର ବୋଲ୍ଡ ରୂପ ଦେଖିବାକୁ ମିଳୁଛି । ଏହି ଗୀତରେ ସମସ୍ତ ଷ୍ଟାରଙ୍କର ଏକ ଭିନ୍ନ ଷ୍ଟାଇଲ୍‌ ଦେଖିବାକୁ ମିଳିଛି । ତେବେ ଏହି ଚାରି ଜଣ କଳାକାରଙ୍କ ମଧ୍ୟରେ ବହୁତ ଭଲ ସମନ୍ୱୟ ଦେଖିବାକୁ ମିଳିଛି । ଗୀତ ‘ୱାଲା ହବିବି’ ବହୁତ ସୁନ୍ଦର ହୋଇଛି । ଏହାକୁ ବୋସ୍କୋ ମାର୍ଟିସ୍ କୋରିଓଗ୍ରାଫ୍ କରିଛନ୍ତି । ଏହି ଗୀତରେ ବିଶାଲ ମିଶ୍ର ନିଜର ଭଏସ୍‌ ଦେଇଛନ୍ତି ।

ତେବେ ଆପଣମାନେ ତ ଜାଣିଥିବେ ଯେ ‘ବଡେ ମିୟା ଛୋଟେ ମିୟା’ ଏକ ଆକ୍ସନ୍ ଫିଲ୍ମ । ଏହାକୁ ଅଲି ଅବ୍ବାସ ଜାଫର ତିଆରି କରୁଛନ୍ତି । ଏହି ଫିଲ୍ମଟି ଇଦ୍‌ରେ ସିନେମା ହଲ୍‌ରେ ମୁକ୍ତିଲାଭ କରିବ । ତେବେ ଫିଲ୍ମର ପୁରା ଷ୍ଟାର କାଷ୍ଟ ଏହାର ପ୍ରମୋସନରେ ବ୍ୟସ୍ତ ଅଛନ୍ତି । ଏହି ଫିଲ୍ମରେ ମନୁଷି, ଆଲାୟା ଏଫ, ଅକ୍ଷୟ କୁମାର ଏବଂ ଟାଇଗର ଶ୍ରଫଙ୍କ ବ୍ୟତୀତ ସୋନାକ୍ଷୀ ସିହ୍ନା ମଧ୍ୟ ଅଭିନୟ କରିଛନ୍ତି । ସାଉଥ୍ ଷ୍ଟାର୍ ପୃଥୀରାଜ ଏହି ଫିଲ୍ମର ମେନ୍‌ ଭିଲେନ୍ ଭାବରେ ନଜର ଆସିବାକୁ ଯାଉଛନ୍ତି ।

ଶେଷ ଥର ପାଇଁ ଅକ୍ଷୟ କୁମାରଙ୍କୁ ଫିଲ୍ମ ‘ମିଶନ ରାନିଗଞ୍ଜ’ରେ ଦେଖିବାକୁ ମିଳିଥିଲେ । ଚଳିତ ବର୍ଷ ଅକ୍ଷୟ କୁମାରଙ୍କ ତିନୋଟି ବଡ ଫିଲ୍ମ ମୁକ୍ତିଲାଭ କରିଥିଲା । ଏଥିମଧ୍ୟରେ ଫିଲ୍ମ ’ସେଲଫି’ ଏବଂ ‘OMG ୨’ ଅନ୍ତର୍ଭୁକ୍ତ ରହିଛି । ଏହି ତିନୋଟି ଫିଲ୍ମରେ ଦର୍ଶକ ଅକ୍ଷୟ କୁମାରଙ୍କୁ ବହୁତ ଭଲ ପାଇବା ଦେଇଥିଲେ । ଫିଲ୍ମଟି ବକ୍ସ ଅଫିସରେ ଠିକ୍‌ ଠାକ୍‌ ଇନ୍‌କମ୍‌ କରିଥିଲା । କିନ୍ତୁ ଫିଲ୍ମର ଷ୍ଟୋରିକୁ ବହୁତ ପ୍ରଶଂସା କରାଯାଇଥିଲା । ଖୁବ୍ ଶୀଘ୍ର ଅକ୍ଷୟ କୁମାରଙ୍କୁ ଆହୁରି ଅନେକ ଫିଲ୍ମରେ ଦେଖିବାକୁ ମିଳିବେ, ସେଥିମଧ୍ୟରେ ‘ଓ୍ଵଲ୍‌କମ୍‌ ଟୁ ଜଙ୍ଗଲ୍‌’ ଏବଂ ‘ହେରା ପେରି ୩’ ରହିଛି । ଟାଇଗର ଶ୍ରଫଙ୍କ ବିଷୟରେ କହିବାକୁ ଗଲେ ଏହି ଫିଲ୍ମ ବ୍ୟତୀତ ତାଙ୍କୁ ‘ସିଙ୍ଘମ୍‌ ୩’ ରେ ଦେଖିବାକୁ ମିଳିବେ ।

 

View this post on Instagram

 

A post shared by Zee Music Company (@zeemusiccompany)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.