ହସ୍ପିଟାଲରେ ଭର୍ତ୍ତି ହେଲେ ବଲିଉଡର ନବାବ୍‌, ଚାଲିଛି ସର୍ଜରୀ

ବଲିଉଡ ଅଭିନେତା ଫିଲ୍ମ ‘ଆଦିପୁରୁଷ’ ଷ୍ଟାର ସୈଫ ଅଲି ଖାନଙ୍କୁ ଜାନୁଆରୀ ୨୨ ସୋମବାର ଦିନ ମୁମ୍ବାଇର କୋକିଲାବେନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସୈଫ ଅଲି ଖାନଙ୍କ ପତ୍ନୀ ଅଭିନେତ୍ରୀ କରୀନା କପୁର ଖାନ ମଧ୍ୟ ହସ୍ପିଟାଲରେ ଉପସ୍ଥିତ ଅଛନ୍ତି ।

ବଲିଉଡ ଅଭିନେତା ଫିଲ୍ମ ‘ଆଦିପୁରୁଷ’ ଷ୍ଟାର ସୈଫ ଅଲି ଖାନଙ୍କୁ ଜାନୁଆରୀ ୨୨ ସୋମବାର ଦିନ ମୁମ୍ବାଇର କୋକିଲାବେନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କ ହସ୍ପିଟାଲରେ ଭର୍ତ୍ତି ହେବା ଖବର ଶୁଣି ତାଙ୍କ ଫ୍ୟାନ୍ସ ଆଶ୍ଚର୍ଯ୍ୟ ହୋଇଛନ୍ତି ଏବଂ ଦୁଃଖ ମଧ୍ୟ ପ୍ରକାଶ କରିଛନ୍ତି । ତେବେ ଅନେକ ଫ୍ୟାନ୍ସ ଆଶ୍ଚର୍ଯ୍ୟ ହୋଇଛନ୍ତି ଏବଂ ହଠାତ୍ ଅଭିନେତାଙ୍କର କ’ଣ ହେଲା ଏହା ବୁଝିବାକୁ ଚେଷ୍ଟ କରୁଛନ୍ତି । ଏହି ସବୁ ମଧ୍ୟରେ ତାଙ୍କ ହେଲଥ୍‌ ଅପଡେଟ୍‌ ସାମ୍ନାକୁ ଆସିଛି । କୁହାଯାଉଛି ଯେ ଅଭିନେତା ଆଣ୍ଠୁ ଏବଂ କାନ୍ଧରେ ଆଘାତ ଲାଗିଥିଲା । ଯେଉଁ କାରଣରୁ ତାଙ୍କୁ ଏବେ ଅସ୍ତ୍ରୋପଚାର କରିବାକୁ ପଡିଲା ।

ସୂଚନା ମୁତାବକ, ସୈଫ ଅଲି ଖାନଙ୍କ ପତ୍ନୀ ଅଭିନେତ୍ରୀ କରୀନା କପୁର ଖାନ ମଧ୍ୟ ହସ୍ପିଟାଲରେ ଉପସ୍ଥିତ ଅଛନ୍ତି । କୁହାଯାଉଛି ଯେ ଅଭିନେତା ତାଙ୍କ କାନ୍ଧ ଏବଂ ଆଣ୍ଠୁର ଅସ୍ତ୍ରୋପଚାର କରିବା ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ସୈଫ ଫିଲ୍ମ ସୁଟିଂ କରିବା ବେଳେ ତାଙ୍କୁ ବାରମ୍ବାର ଆଘାତ ଲାଗିବା ଯୋଗୁ ଏପରି ହୋଇଛି ବୋଲି କୁହାଯାଉଛି ।

ତେବେ ପ୍ରଥମ ଥର ପାଇଁ ଏପରି ଘଟଣା ହୋଇନାହିଁ, ଆଗରୁ ମଧ୍ୟ ସୈଫ ଅଲି ଖାନ ଏଭଳି ଗୁରୁତର ଆହତ ହୋଇଛନ୍ତି । ଏହାପୂର୍ବରୁ ସେ ସୁଟିଂ ସମୟରେ ଅନେକ ଥର ଆହତ ହୋଇଥିଲେ । ତେବେ ରେଙ୍ଗୁନ୍ ଫିଲ୍ମର ସୁଟିଂ ସମୟରେ ସୈଫଙ୍କ ଆଙ୍ଗୁଠିରେ ମଧ୍ୟ ଆହତ ଲାଗିଥିଲା । ଏହା ପରେ ମଧ୍ୟ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇ ଅସ୍ତ୍ରୋପଚାର କରାଯାଇଥିଲା । ସେହି ଅସ୍ତ୍ରୋପଚାର ଅତ୍ୟନ୍ତ ଗମ୍ଭୀର ନଥିଲା ।

ତେବେ ବଲିଉଡ୍‌ର ନବାବ୍‌ ସୈଫ୍‌ ଶେଷଥର ପାଇଁ ଫିଲ୍ମ ‘ଆଦିପୁରୁଷ‘ରେ ନଜର ଆସିଥିଲେ । ତାଙ୍କୁ ଏହି ଫିଲ୍ମରେ ‘ରାବଣ’ ଭାବରେ ଦେଖିବାକୁ ମିଳିଥିଲା । ଏବେ ଅଭିନେତାଙ୍କୁ ଫିଲ୍ମ ‘ଦେବରା’ରେ ନଜର ଆସିବାକୁ ଯାଉଛନ୍ତି । ସାଉଥ ସିନେମାର ଏହି ଫିଲ୍ମ ବିଷୟରେ ବର୍ତ୍ତମାନ ଅନେକ ଚର୍ଚ୍ଚା ଚାଲିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.