ଜ୍ୱାଲା ଦେଲା ଖୁସି ଖବର, ୩ଟି ଶାବକ ଜନ୍ମ ଦେଇ ବଢାଇଲା ଚିତା ସଂଖ୍ୟା
ନାମ୍ବିଆରୁ ଆସିଥିବା ବାଘୁଣୀ ଚିତା ଜ୍ବାଲା ୩ ଶାବକଙ୍କୁ ଜନ୍ମ ଦେଲା । ୩ ଶାବକ ସମ୍ପୂର୍ଣ୍ଣ ସୁସ୍ଥ ଥିବା ସୂଚନା ମିଳିଛି । ଏହାକୁ ମିଶାଇ ମଧ୍ୟପ୍ରଦେଶ କୁନୋରେ ଚିତା ସଂଖ୍ୟା ୨୧କୁ ବୃଦ୍ଧି ପାଇଛି ।

ମଧ୍ୟପ୍ରଦେଶ କୁନୋ ଜାତୀୟ ଉଦ୍ୟାନରେ ବାଘୁଣୀ ଜ୍ବାଲା ଖୁସି ଖବର ଦେଇଛି । ନାମ୍ବିଆରୁ ଆସିଥିବା ବାଘୁଣୀ ଚିତା ଜ୍ବାଲା ୩ ଶାବକଙ୍କୁ ଜନ୍ମ ଦେଲା । ୩ ଶାବକ ସମ୍ପୂର୍ଣ୍ଣ ସୁସ୍ଥ ଥିବା ସୂଚନା ମିଳିଛି । ଏହାକୁ ମିଶାଇ ମଧ୍ୟପ୍ରଦେଶ କୁନୋରେ ଚିତା ସଂଖ୍ୟା ୨୧କୁ ବୃଦ୍ଧି ପାଇଛି ।
ତା’ ପୂର୍ବରୁ ମାର୍ଚ୍ଚ ୨୦୨୩ରେ ନାମ୍ବିଆରୁ ଆସିଥିବା ଚିତା ବାଘ ଜ୍ୱାଲା ପୂର୍ବରୁ ଚାରିଟି ଶାବକଙ୍କୁ ଜନ୍ମ ଦେଇଥିଲା । ହେଲେ ସେଥିରୁ ମାତ୍ର ଗୋଟିଏ ଜୀବିତ ରହିଛି । ୨୦୨୨, ସେପ୍ଟେମ୍ବର ୧୭ ତାରିଖରେ ଚିତା ପୁନର୍ବାସନ ପାଇଁ ପ୍ରୋଜେକ୍ଟ ଚିତା ଆରମ୍ଭ ହୋଇଥିଲା । ୮ଟି ଚିତା ଭାରତ ଅଣାଯାଇଥିଲା ।
କୁନୋ ଜାତୀୟ ଉଦ୍ୟାନରେ ଗତ ୧ ମାସ ମଧ୍ୟରେ ୬ଟି ଶାବକ ଜନ୍ମ ନେଇସାରିଲାଣି । ଗତ ମାସରେ ଚିତା ଆଶା ୩ଟି ଶାବକ ଜନ୍ମ ଦେଇଥିଲେ । ତେବେ ଏବେ ସମସ୍ତ ଶାବକ ସୁସ୍ଥ ଥିବା ଜଣାପଡିଛି । ଧୀରେ ଧୀରେ କୁନୋରେ ଚିତା ସଂଖ୍ୟା ବଢିବାରେ ଲାଗିଛି ।
A Namibian Cheetah named Jwala has given birth to three cubs. This comes just weeks after Namibian Cheetah Aasha gave birth to her cubs.
Union Environment Minister Bhupender Yadav shares the video on his ‘X’ handle. pic.twitter.com/dgOsISpTU0
— ANI (@ANI) January 23, 2024
ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ଲେଖିଛନ୍ତି, କୁନୋରେ ନୂଆ ଶାବକ, ଜ୍ୱାଲା ନାମକ ନାମ୍ବିଆ ଚିତା ୩ ଶାବକକୁ ଜନ୍ମ ଦେଇଛି । ଆଶା ଦ୍ୱାରା ଶାବକ ଜନ୍ମ ଦେବା ପରର କିଛି ସପ୍ତାହ ପରେ ପୁଣି ଏକ ଖୁସି ଖବର ମିଳିଛି । ସମସ୍ତ ବନ୍ୟଜନ୍ତୁ ପ୍ରେମୀଙ୍କୁ ଅଭିନନ୍ଦନ । ଏଭଳି ବନ୍ୟଜନ୍ତୁ ବଢନ୍ତୁ ଆଉ ପ୍ରୋଜେକ୍ଟ ଚିତା ସଫଳ ହେଉ ।