ତୈମୁରଙ୍କ କ୍ୟାରିୟରକୁ ନେଇ ଖୁଲାସା କଲେ ପିତା ସୈଫ୍ ଅଲ୍ଲୀ ଖାନ୍, କହିଲେ ଏମିତି କିଛି

ବଲିଉଡ୍ ଅଭିନେତା ସୈଫ୍ ଅଲ୍ଲୀ ଖାନ୍ ଙ୍କ ପୁଅ ତୈମୁର ଅଲ୍ଲୀ ଖାନ୍ କ୍ୟୁଟନେସ୍ କୁ ନେଇ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି। ଏନେଇ ତୈମୁରଙ୍କ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ମଧ୍ୟ ହେଉଛି। ଷ୍ଟାର୍ କିଡସ୍ ମାନଙ୍କ ମଧ୍ୟରେ ଚର୍ଚ୍ଚାରେ ଥିବା ତୈମୁର ଅଲ୍ଲୀ ଖାନ୍ ସବୁବେଳେ ଟପ୍ ରେ ରହିଥାନ୍ତି।

taimurଏସବୁ ମଧ୍ୟରେ ସୈଫ୍ ତୈମୁରଙ୍କ କ୍ୟାରିୟରକୁ ନେଇ କିଛି ଖୁଲାସା କରିଛନ୍ତି। ସୈଫ୍ କହିଛନ୍ତି, ତୈମୁର ଭବିଷ୍ୟତରେ ଆକ୍ଟର ହେବେ  କାରଣ ସେ ଏବେ ଠାରୁ ହିଁ ଖୁବ୍ ଏଣ୍ଟରଟେନମେଣ୍ଟ କରାଉଛନ୍ତି।


ସୂଚନା ମୁତାବକ, ସୈଫ୍ ଅଲ୍ଲୀ ଖାନ୍ ପୁଅ ତୈମୁର ଅଲ୍ଲୀ ଖାନ୍ ଙ୍କ ବିଷୟରେ କହିଛନ୍ତି, ‘ ମୋ ମା’ ୧୬ ବର୍ଷ ବୟସରୁ ଫିଲ୍ମରେ କାମ କରିଆସୁଛନ୍ତି। ସେ ସତ୍ୟଜିତ୍ ରୟଙ୍କ ସହ ଅନେକ ଫିଲ୍ମରେ ମଧ୍ୟ କାମ କରିଛନ୍ତି।  ମୋ ଭଉଣୀ, ମୋ ପତ୍ନୀ ଏବଂ ମୋ ପୂର୍ବ ପତ୍ନୀ ମଧ୍ୟ ସବୁ ଫିଲ୍ମରେ ଅଭିନୟ କରିଛୁ। ମୋ ଝିଅ, ମୋ ବଡ଼ ପୁଅ ମଧ୍ୟ ଆକ୍ଟର ହେବା ପାଇଁ ଚାହୁଁଛନ୍ତି। ତେଣୁ ମୋତେ ଲାଗୁଛି ମୋ ତୈମୁର ମଧ୍ୟ ନିଶ୍ଚୟ ଜଣେ ଅଭିନେତା ହେବେ। କାରଣ ସେ ଏବେ ଠାରୁ ହିଁ ଆମମାନଙ୍କୁ ବହୁତ ମନୋରଞ୍ଜନ କରାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.