Below header

ସୈଫ ଅଲୀ ଖାନ୍‌ଙ୍କ ମନ ଭାରି ଖରାପ, କାହିଁକି ଫେରାଇ ଦେବାକୁ ଚାହୁଁଛନ୍ତି ପଦ୍ମଶ୍ରୀ ସମ୍ମାନ ଜାଣନ୍ତୁ

ବଲିଉଡ୍‌ ଅଭିନେତା ସୈଫ ଅଲୀ ଖାନ୍‌ ତାଙ୍କ ପଦ୍ମଶ୍ରୀ ସମ୍ମାନ ଭାରତ ସରକାରଙ୍କୁ ଫେରାଇ ଦେବାକୁ ଚାହୁଁଛନ୍ତି । ଏହା ପଛରେ ଏମିତି କିଛି କାରଣ ରହିଛି ଯାହା ହୁଏତ ଜାଣିଲେ ଆପଣଙ୍କୁ ଆଚମ୍ବିତ ଲାଗି ପାରେ । କଥା ହେଉଛି ସୈଫଙ୍କୁ ଏବେ ନୁହେଁ ପ୍ରାୟ ଦଶ ବର୍ଷ ତଳେ ପଦ୍ମଶ୍ରୀ ସମ୍ମାନ ମିଳିଥିଲା । ହେଲେ ଏବେବି ତାଙ୍କୁ ସୋସିଆଲ ମିଡିଆରେ ଲୋକେ ସମାଲୋଚନା କରୁଛନ୍ତି । ଏଭଳି ସମାଲୋଚନାରେ ଖୁବ୍‌ ଦୁଃଖିତ ହୋଇଛନ୍ତି ସୈଫ୍‌ ।

SAIF-2Aଜଣେ ବ୍ୟକ୍ତି ଟ୍ରୋଲ୍‌ କରି କହିଛନ୍ତି ଯେ ସୈଫ ଅତି ଖରାପ ଅଭିନୟ କରନ୍ତି, ତାଙ୍କ ବ୍ୟବହାର ମଧ୍ୟ ଭଲ ନୁହେଁ । ସେ ଠକିଛନ୍ତି ଓ ପଇସା ଦେଇ ପଦ୍ମଶ୍ରୀ କିଣିଛନ୍ତି । ଏହାର ଉତ୍ତରରେ ସୈଫ କହିଛନ୍ତି, ମୁଁ ପ୍ରକୃତରେ ପଦ୍ମଶ୍ରୀ ପାଇବାକୁ ଯୋଗ୍ୟ ନୁହେଁ । କାରଣ ବଲିଉଡ୍‌ରେ ମୋଠାରୁ ଆହୁରି ଭଲ ଅଭିନେତା ଅଛନ୍ତି ଯିଏ କି ଏହି ସମ୍ମାନ ପାଇ ନାହାନ୍ତି । ମୁଁ ଏହି ସମ୍ମାନ ଗ୍ରହଣ କରିବା ଉଚିତ ନଥିଲା ବୋଲି ଭାବୁଛି । ତେଣୁ ଏହାକୁ ଫେରାଇ ଦେବାକୁ ଚିନ୍ତା କରୁଛି । ଅବଶ୍ୟ ଏହି ସମ୍ମାନ ଗ୍ରହଣ କଲା ବେଳେ ଭାବିଥିଲି ଦିନେ ନା ଦିନେ ମୁଁ ଏଭଳି କିଛି କାମ କରିବା ଯେଉଁଥି ପାଇଁ ମୁଁ ପଦ୍ମଶ୍ରୀର ହକଦାର ବୋଲି ଲୋକେ କହିବେ । ହୁଏତ ସେକଥା ମୁଁ କରି ପାରିନାହିଁ ।

SAIF-2Bତେବେ ସେ ଜଣେ ଠକ ନୁହନ୍ତି କି ଭାରତ ସରକାରଙ୍କୁ ଲାଞ୍ଚ ଦେଇ ପଦ୍ମଶ୍ରୀ କିଣିବାର କ୍ଷମତା ତାଙ୍କ ପାଖରେ ନାହିଁ ବୋଲି ସୈଫ ଉତ୍ତରରେ ଲେଖିଛନ୍ତି । ଆହୁରି ମଧ୍ୟ ତାଙ୍କ ଠାରୁ ଆହୁରି ଖରାପ ଲୋକ ମଧ୍ୟ ପଦ୍ମଶ୍ରୀ ପାଇଥିବାରୁ ତାଙ୍କୁ ଲଜ୍ଜା ଲାଗୁଛି ବୋଲି ସେ ଏଥିରେ ଉଲ୍ଲେଖ କରିଛନ୍ତି । ପୁଅର ନାଁ ତୈମୁର ଅଲୀ ରଖିବା ସମ୍ପର୍କରେ ସଫେଇ ଦେଇ ସୈଫ କହିଛନ୍ତି, ଏହି ନାଁରେ କିଛି ସମସ୍ୟା ଥିବା ମୁଁ ଭାବୁ ନାହିଁ । ତୈମୁର ଅର୍ଥ ହେଉଛି ଲୁହା ଏବଂ ଲୁହା ହେଉଛି ମଜବୁତ୍‌ । ଅନ୍ୟପକ୍ଷରେ ମଙ୍ଗୋଲିଆର ଦୁର୍ଦ୍ଦାନ୍ତ ରାଜା ତୈମୁର ଭାରତ ଉପରେ ଆକ୍ରମଣ କରିଥିବା ଇତିହାସରେ ରହିଛି । ତାଙ୍କରି ନାଁ ଅନୁସାରେ ଆମେ ପୁଅର ନାଁ ରଖି ନାହୁଁ । ସେହି ରାଜାଙ୍କ ନାଁ ତୈମୁର ନୁହେଁ ‘ତିମୁର’ ଥିଲା ବୋଲି ସୈଫ ସୋସିଆଲ ମିଡିଆରେ ଲେଖିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.