ପ୍ରଥମ ଥର ସାମ୍ନାକୁ ଆସିଲା ସୈଫ-କରୀନାଙ୍କ ସାନପୁଅ ଜେହର ଫଟୋ, ନାନାଙ୍କୁ ଦେଖିବାକୁ ପହଞ୍ଚିଲେ

ବଲିଉଡ୍‌ ଅଭିନେତ୍ରୀ କରୀନା କପୁର ଖାନ ଓ ସୈଫ୍‌ ଅଲ୍ଲୀ ଖାନଙ୍କୁ ରଣଧୀର କପୁରଙ୍କ ଘର ବାହାରେ ସ୍ପଟ୍‌ କରାଯାଇଛି। ଏହି ସମୟରେ ତାଙ୍କ ସାନପୁଅ ଜେହ ମଧ୍ୟ ନଜର ଆସିଛନ୍ତି। ବାପା ସୈଫ ଅଲ୍ଲୀ ଖାନ ଜେହଙ୍କୁ କୋଳରେ ଧରି ଗତ ଶୁକ୍ରବାର ନାନାଙ୍କୁ ଭେଟିବାକୁ ପହଞ୍ଚିଥିଲେ।

ଲୁକ୍‌ କଥା ଉଠିଲେ ସୈଫ୍‌ ଧଳା ରଙ୍ଗର କୁର୍ତ୍ତା ଏବଂ ବ୍ଲୁ ଜିନ୍ସ ପିନ୍ଧିଥିବା ବେଳେ ସବୁଥର ଭଳି ବହୁତ ସ୍ମାର୍ଟ ଦେଖାଯାଉଥିଲେ। ସେପଟେ କରୀନା କପୁର ହ୍ଵାଇଟ୍‌ ରଙ୍ଗର ସ୍ୱେଟଶାର୍ଟ ଏବଂ ଟ୍ରାଉଜର ପିନ୍ଧିଥିଲେ। ଏହି ଲୁକ୍‌ରେ ଅଭିନେତ୍ରୀ ବହୁତ କୁଲ୍‌ ଦେଖାଯାଉଥିଲେ। କରୀନା କ୍ୟାମେରା ସାମ୍ନାରେ ପୋଜ୍‌ ଦେଉଥିବାର ନଜର ଆସିଥିଲେ।

କରୀନା କପୁର ନିଜର ଦୁଇ ପୁଅଙ୍କୁ ଲାଇମ୍‌ଲାଇଟଠାରୁ ଦୂରେଇ ରଖିବାକୁ ପସନ୍ଦ କରିଥାଆନ୍ତି। ଏଥିପାଇଁ ଜନ୍ମ ପରେ ସେ ନିଜ ସାନପୁଅ ଜେହର ଚେହେରା ସାମ୍ନାକୁ ଆଣି ନ ଥିଲେ। କିନ୍ତୁ ଫ୍ୟାନଙ୍କ ମଧ୍ୟରେ ପୁଅର ଫଟୋ ଦେଖିବାକୁ ଏବଂ ତାଙ୍କ ନାଁ ଜାଣିବାକୁ ନେଇ ବହୁତ ଉତ୍ସାହ ଲାଗି ରହିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.