ରିଲିଜ୍‌ ପୂର୍ବରୁ କୋଟି କୋଟି ଟଙ୍କା ରୋଜଗାର କରିସାରିଲାଣି ସଲମାନ୍‌ ଖାନ୍‌ଙ୍କ ଫିଲ୍ମ ‘ରାଧେ’, ଜାଣନ୍ତୁ କେମିତି

ବଲିଉଡ୍‌ର ଦବଙ୍ଗ ସଲମାନ୍‌ ଖାନ୍‌ ନିକଟରେ ନିଜ ମୋଷ୍ଟ ଓ୍ଵାଣ୍ଟେଡ୍‌ ଫିଲ୍ମ ‘ରାଧେ: ୟୋର ମୋଷ୍ଟ ଓ୍ଵାଣ୍ଟେଡ୍‌ ଭାଇ’ର ସୁଟିଂ ଶେଷ କରିଛନ୍ତି। ସଲମାନ୍‌ ଖାନ୍‌ ଫିଲ୍ମସର ଅଫିସିଆଲ ହ୍ୟାଣ୍ଡେଲରୁ ଇନ୍‌ଷ୍ଟାଗ୍ରାମ୍‌ରେ ସଲମାନ୍‌ ଖାନ୍‌ଙ୍କ ଏକ ଭିଡିଓ ପୋଷ୍ଟ କରି ଫିଲ୍ମର ସୁଟିଂ ଶେଷ ହେବା କଥା ଘୋଷଣା କରାଯାଇଛି। ଏବେ ଏହା ସହ ଜଡ଼ିତ ଆଉ ଏକ ଖବର ସାମ୍ନାକୁ ଆସିଛି। ରିପୋର୍ଟ ମୁତାବକ, ଏହି ଫିଲ୍ମ ରିଲିଜ୍‌ ହେବା ପୂର୍ବରୁ ହିଁ କୋଟି କୋଟି ଟଙ୍କା ରୋଜଗାର କରିସାରିଛି।

ଏକ ଖବର ମୁତାବକ, ସଲମାନ୍‌ ଫିଲ୍ମ ‘ରାଧେ’ର ସାଟେଲାଇଟ୍‌, ଥିଏଟର ରିଲିଜ୍‌, ଡିଜିଟାଲ ଓ ମ୍ୟୁଜିକ୍‌ର ରାଇଟ୍‌ସ ଜି ଷ୍ଟୁଡିଓକୁ ୨୩୦ କୋଟି ଟଙ୍କାରେ ବିକ୍ରି କରିଛନ୍ତି। ଯଦି ଏହି ଖବର ସତ ହୋଇଥାଏ ତେବେ କରୋନା କାଳରେ ଏହି ଡିଲ୍‌ ସବୁଠୁ ବଡ଼ ଡିଲ୍‌ ବୋଲି କୁହାଯାଉଛି।

ରିପୋର୍ଟ ମୁତାବକ, ଫିଲ୍ମ ରାଧେ ଆସନ୍ତାବର୍ଷ ଇଦ୍‌ରେ ରିଲିଜ୍‌ ହେବ। ନିକଟରେ ଫିଲ୍ମର ରିଲିଜ୍‌ ତାରିଖକୁ ନେଇ ଏକ ମିଟିଂ ହୋଇଥିଲା। ଏଥିରେ ସଲମାନ୍‌ ଖାନ୍‌, ପ୍ରଭୂଦେବା ଓ ସୋହେଲ ଖାନ୍‌ ପ୍ରମୁଖ ଉପସ୍ଥିତ ଥିଲେ। ଏଥିରେ ପ୍ରଥମେ ଜାନୁଆରୀ ୨୬ରେ ଫିଲ୍ମ ରିଲିଜ୍‌ କରିବାକୁ ଆଲେଚନା ହୋଇଥିଲା। ମାତ୍ର କରୋନା ଯୋଗୁ କମ୍‌ ଲୋକ ଫିଲ୍ମ ହଲ୍‌କୁ ଯାଉଥିବାରୁ ଏହାର ରିଲିଜ୍‌ ତାରିଖକୁ ୧୨ ମେ ୨୦୨୧ ଯାଏଁ ଘୁଞ୍ଚାଇ ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.