ଟାଇଗର ଆହତ : ସଲମାନଙ୍କ କାନ୍ଧରେ ଲାଗିଲା ବଡ଼ ଆଘାତ, ଜାଣନ୍ତୁ କିଭଳି ଅଛନ୍ତି

ତାଙ୍କ କାନ୍ଧରେ ବ୍ୟାଣ୍ଡେଜ ବନ୍ଧା ହୋଇଥିବା ଫଟୋ ନିଜେ ସଲମାନ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଛାଡ଼ିଛନ୍ତି । ସେଥିରେ କ୍ୟାପସନ୍‌ ମଧ୍ୟ ଦେଇଛନ୍ତି ।

ମୁମ୍ବାଇ : ବଲିଉଡ୍‌ ଭାଇଜାନ୍‌ଙ୍କ କାନ୍ଧରେ ଲାଗିଛି ଆଘାତ । ଏକ୍ସରସାଇଜ କଲା ବେଳେ ତାଙ୍କ କାନ୍ଧରେ ଆଘାତ ଲାଗିଥିବା ଜଣାପଡ଼ିଛି । ସଲମାନ ଏକ ୫ କିଲୋର ଡମ୍ବଲ ଟେକୁଥିବା ବେଳେ ତାଙ୍କ ବାମ କାନ୍ଧ ମକଚି ଯାଇଥିଲା । ଯାହାଫଳରେ ସେ ଆହତ ହୋଇଛନ୍ତି । ନିଜ ଫାର୍ମ ହାଉସ୍‌ରେ ଏକ୍ସରସାଇଜ କରିବା ବେଳେ ଏଭଳି ଘଟିଥିବା ସୂଚନା ମିଳିଛି । ତାଙ୍କ କାନ୍ଧରେ ବ୍ୟାଣ୍ଡେଜ ବନ୍ଧା ହୋଇଥିବା ଫଟୋ ନିଜେ ସଲମାନ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଛାଡ଼ିଛନ୍ତି । ସେଥିରେ କ୍ୟାପସନ୍‌ ମଧ୍ୟ ଦେଇଛନ୍ତି । ସଲମାନ ଲେଖିଛନ୍ତି, ଯେତେବେଳେ ତୁମେ ଭାବିବ କି ଦୁନିଆର ପୂରା ଭାର ତୁମେ ନିଜ କାନ୍ଧ ଉପରେ ଉଠାଇ ରଖିଛ ସେତେବେଳେ ତୁମେ ନିଜେ କହିବ ଦୁନିଆ କଥା ଛାଡ଼ ଏଇ ୫ କିଲୋର ଡମ୍ବଲ ଉଠାଇ ଦେଖତ ? । ତାପରେ ଲେଖା ଯାଇଛି ‘ଟାଇଗର ଜଖମୀ ହୈ’ ।

ଏହି ଫଟୋ ଆସିବା ପରେ ‘ଟାଇଗର’ଙ୍କ ଫ୍ୟାନ୍‌ମାନେ ଅନେକ କଥା ଲେଖିଛନ୍ତି । ସମସ୍ତେ ତାଙ୍କର ଶୀଘ୍ର ସୁସ୍ଥତା ପାଇଁ ପ୍ରାର୍ଥନା କରିଛନ୍ତି । ଜଣେ ଫ୍ୟାନ୍‌ ଲେଖିଛନ୍ତି କି ‘ତୁମେ ହେଉଛ ଟାଇଗର, ଶୀଘ୍ର ସୁସ୍ଥ ହୋଇଯିବ’ । ଆଉ ଜଣେ ଲେଖିଛନ୍ତି ‘ତୁମର ଇମ୍ୟୁନିଟି ପାଓ୍ଵାର ବହୁତ, ଶୀଘ୍ର ଭଲ ହୋଇଯିବ’ । ା ଅନ୍ୟପକ୍ଷରେ ତାଙ୍କର ଆଗାମୀ ଫିଲ୍ମ ଟାଇଗର-୩ ସୁଟିଂ ସେଟ୍‌ରେ ସେ ଆହତ ହୋଇଥିବା କୁହାଯାଉଛି । ଏହି ଫିଲ୍ମ ଚଳିତ ବର୍ଷ ରିଲିଜ୍‌ ହେବ । ଯେଉଁଥିରେ କିଙ୍ଗ ଖାନ୍‌ ଶାହାରୁଖଙ୍କୁ ମଧ୍ୟ ଦେଖିବାକୁ ମିଳିବ ।

 

 

Bollywood superstar Salman Khan has injured himself on the sets of his Tiger 3

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.