ପୁଣି ଥରେ ଚୁଲବୁଲ୍‌ ପାଣ୍ଡେ ଚରିତ୍ରରେ ବ୍ୟାକ କଲେ ସୁପରଷ୍ଟାର ସଲମାନ ଖାନ୍‌, କରିଲେ ଦବଙ୍ଗ ୩ ଫାଷ୍ଟ ଲୁକ୍‌ର ଖୁଲାସା

ପୁଣି ଥରେ ଦର୍ଶକଙ୍କର ଜବରଦସ୍ତ ମନୋରଞ୍ଜନ କରାଇବେ ବଲିଉଡର ସୁପରଷ୍ଟାର ସଲମାନ ଖାନ୍। କାରଣ ଲୋକପ୍ରିୟ ଚୁଲ୍ବୁଲ୍ ପାଣ୍ଡେ ଚରିତ୍ରରେ ‘ଦବଙ୍ଗ୍-୩’ରେ ନଜର ଆସିବେ ଭାଇଜାନ୍‌। ସଲମାନଙ୍କ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ରେ ଏକ ପୋଷ୍ଟ୍ କରି ଲେଖିଛନ୍ତି, ଠିକ୍ ୧୦୦ ଦିନ ପରେ ‘ଆସୁଛି ଚୁଲ୍ବୁଲ୍ ରବିନ୍ହୁଡ୍ ପାଣ୍ଡେ- ଦବଙ୍ଗ-୩’ ରିଲିଜ୍ ହେବାକୁ ଆଉ ମାତ୍ର ୧୦୦ ଦିନ ରହିଲା ବୋଲି ସଲମାନ ଇନ୍‌ଷ୍ଟା ପୋଷ୍ଟ୍ ଜରିଆରେ ତାଙ୍କ ପ୍ରଶଂସକମାନଙ୍କୁ ସୂଚନା ଦେଇଛନ୍ତି।

ରିପୋର୍ଟ ଅନୁଯାୟୀ ୪ଟି ଭାଷାରେ ଏହି ଫିଲ୍ମ ପ୍ରସାରଣ ହେବ। ହିନ୍ଦୀ, ତାମିଲ୍‌, ତେଲୁଗୁ ଓ କାନ୍ନାଡା ଭାଷାରେ ବୋବାଲ୍‌ କରିବେ ଚୁଲବୁଲ୍‌ ପାଣ୍ଡେ। ବର୍ତ୍ତମାନ ସଲମାନଙ୍କର ଏହି ଇନଷ୍ଟା ପୋଷ୍ଟ ସୋସିଆଳ ମିଡିଆରେ ଭାଇରାଲ ହେବାରେ ଲାଗିଛି। ପୂର୍ବରୁ ‘ଦବଙ୍ଗ’ ଏବଂ ‘ଦବଙ୍ଗ୨’ ଅନେକ ସଫଳତା ପାଇସାରିବା ପରେ ସଳମାନଙ୍କ ଅଭିନିତ ଚଳିତ ବର୍ଷ ଦବଙ୍ଗ୩ ଦର୍ଶକଙ୍କ ମନକୁ ଛୁଇଁବ ବୋଲି ଆଶା ରହିଛି।

https://www.instagram.com/p/B2Ql4j6lQLL/?utm_source=ig_web_copy_link