ବିଗ୍‌ବସ୍‌ରେ ଅର୍ଣ୍ଣବ ଗୋସ୍ୱାମୀଙ୍କ ଡାଇଲଗ୍‌କୁ ନେଇ ମଜାକ୍‌ ଉଡ଼ାଇଲେ ସଲମାନ୍‌ ଖାନ୍‌, କହିଲେ – ‘ଆଇ ଓ୍ଵାଣ୍ଟ ଟୁ ନୋ…’

ବିବାଦୀୟ ରିଆଲିଟି ଶୋ’ ବିଗ୍‌ବସ୍‌ ୧୪ ଧୀରେ ଧୀରେ ଲୋକପ୍ରିୟ ହେବାରେ ଲାଗିଛି। ଘରେ ଫ୍ରେଶର୍ସ ଓ ସିନିୟର୍ସଙ୍କ ମଧ୍ୟରେ ପାଟିତୁଣ୍ଡ ଓ ମସ୍ତିମଜାକ୍‌ ଚାଲିଛି। ଅନ୍ୟପଟେ ଓ୍ଵିକ୍‌ ଏଣ୍ଡରେ ସଲମାନ୍‌ ଖାନ୍‌ଙ୍କ ଖାସ୍‌ ଅନ୍ଦାଜ୍‌ ଲୋକଙ୍କୁ ଖୁବ୍‌ ପସନ୍ଦ ଆସିଛି। ସପ୍ତାହାନ୍ତରେ ସେ ପ୍ରତିଯୋଗୀଙ୍କ କ୍ଲାସ ନେବା ସହ ସେମାନଙ୍କୁ ବୁଝାଉଥିବା ଦେଖିବାକୁ ମିଳିଛି।

ଇତି ମଧ୍ୟରେ ଶୋ’ରେ ବଲିଉଡ୍‌ର ଦବଙ୍ଗ ସଲମାନ ଖାନ୍‌ ପୁଣିଥରେ ଜର୍ଣ୍ଣାଲିଷ୍ଟ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ଟାର୍ଗେଟ କରିଛନ୍ତି। ବିଗ୍‌ବସ୍‌ରେ ରବିବାର ଅର୍ଥାତ୍‌ ଓ୍ଵିକେଣ୍ଡ କା ଓ୍ଵାରରେ ଇସାରାରେ ସଲମାନ୍‌ ଅର୍ଣ୍ଣବ ଗୋସ୍ୱାମୀଙ୍କ ନକଲ କରିଛନ୍ତି।

arnab

ରବିବାର ସଲମାନ୍‌ ଜାନ କୁମାର ସାନ୍‌ଙ୍କ ସହ କଥା ହେବା ବେଳେ କହୁଛନ୍ତି ସେ କାହା ଇସାରାରେ ନାଚୁଛନ୍ତି। ତା ପରେ ସଲମାନ୍‌ କହୁଛନ୍ତି ମୁଁ ଏକଥା କହୁନି କିନ୍ତୁ ‘ଦିସ୍‌ ଓ୍ଵାଣ୍ଟସ୍‌ ଟୁ ନୋ, ଦ୍ୟାଟ୍‌ ଓ୍ଵାଣ୍ଟ ଟୁ ନୋ’, ମୁଁ ଜାଣିବାକୁ ଚାହୁଁଛି ତୁମେ କେଉଁପଟେ ଅଛ। ଆପଣ କେଉଁ ରାସ୍ତାରେ ଚାଲୁଛନ୍ତି। ସୂଚନାଯୋଗ୍ୟ ଯେ ଅର୍ଣ୍ଣବ ଗୋସ୍ୱାମୀ ନିଜ ଶୋ’ରେ ପ୍ରାୟତଃ ନେଶନ ଓ୍ଵାଣ୍ଟସ୍‌ ଟୁ ନୋ କହିଥାନ୍ତି। ଡିବେଟ୍‌ ବେଳେ ଏହା ଅର୍ଣ୍ଣବଙ୍କର ସବୁଠୁ ଲୋକପ୍ରିୟ ଡାଇଲଗ୍‌।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.