ସାମନ୍ଥାଙ୍କ ଅପକମିଂ ଫିଲ୍ମ ‘ଯଶୋଦା’ର ନୂଆ ପୋଷ୍ଟର ରିଲିଜ, ସାମନ୍ଥାଙ୍କ ଲୁକ୍‌ ଦେଖି ଫ୍ୟାନ୍ସ ହେଲେ ଆଶ୍ଚର୍ଯ୍ୟ

ସାଉଥ ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁଙ୍କ ଅପ୍‌କମିଂ ଫିଲ୍ମର ଟିଜର ଲଞ୍ଚ ଘୋଷଣା କରିଛନ୍ତି। ସାମନ୍ଥାଙ୍କ ଆଗାମୀ ଫିଲ୍ମ ‘ଯଶୋଦା’ର ଟିଜର ସେପ୍ଟେମ୍ବର ୯ ତାରିଖ ସନ୍ଧ୍ୟା ସମୟରେ ରିଲିଜ ହେବ। ଏହି ଫିଲ୍ମକୁ ନିର୍ଦ୍ଦେଶକ ଯୋଡି ହରି ହରିଶ ନିର୍ମାଣ କରୁଛନ୍ତି। ଏଥିରେ ବରାଲକ୍ଷ୍ମୀ ଶରତକୁମାର, ଉନ୍ନି ମୁକୁନ୍ଦନ, ରାଓ ରମେଶ, ମୁରଲି ଶର୍ମା ଏବଂ ସଂପତ୍ତ ରାଜ ମୁଖ୍ୟ ଭୂମିକାରେ ନଜର ଆସିବେ। ଏହି ଫିଲ୍ମର ଘୋଷଣା ପରେ ସାମନ୍ଥା ରୁଥ ପ୍ରଭୁଙ୍କ ଫ୍ୟାନ୍ସ ସୋସିଆଲ ମିଡିଆରେ ଆକ୍ଟିଭ ହୋଇଛନ୍ତି ଏବଂ ଲଗାତାର କମେଣ୍ଟ କରୁଛନ୍ତି।

ସାମନ୍ଥାଙ୍କ ଏହି ଫିଲ୍ମ ତେଲୁଗୁ, ତାମିଲ, ହିନ୍ଦୀ, କନ୍ନଡ, ମାଲାୟଲମ ଭାଷାରେ ରିଲିଜ ହେବ। ଏହା ଏକ ସସପେନ୍ସ ଥ୍ରୀଲର ଫିଲ୍ମ। ଫିଲ୍ମର ପୋଷ୍ଟର ରିଲିଜ ହେବା ପରେ ଫ୍ୟାନ୍ସ କମେଣ୍ଟ କରୁଛନ୍ତି। ସାମନ୍ଥାଙ୍କ ଲୁକକୁ ଫ୍ୟାନ୍ସ ପ୍ରଶଂସା ମଧ୍ୟ କରୁଛନ୍ତି।

 

View this post on Instagram

 

A post shared by Samantha (@samantharuthprabhuoffl)

ପୂର୍ବରୁ ସାମନ୍ଥା ‘ଫ୍ୟାମିଲି ମ୍ୟାନ୍‌ ୨’ େଓ୍ଵବ ସିରିଜରେ ଦର୍ଶକଙ୍କୁ ଆକର୍ଷିତ କରିଥିଲେ। ନିକଟରେ ସାମନ୍ଥା ‘କଫି ଉଇଥ କରନ’ ଶୋକୁ ଅକ୍ଷୟ କୁମାରଙ୍କ ସହିତ ଆସିଥିଲେ।

 

View this post on Instagram

 

A post shared by Samantha (@samantharuthprabhuoffl)

 

ସାଉଥ୍‌ ସୁପରଷ୍ଟାର ସାମନ୍ଥା ରୁଥ୍‌ ପ୍ରଭୁ ଓ ବିଜୟ ଦେବରକୋଣ୍ଡା ନିକଟରେ ନିଜ ଆଗାମୀ ଫିଲ୍ମ ‘କୁଶୀ’ର ସୁଟିଂ ଶେଷ କରିଛନ୍ତି।  ଫିଲ୍ମର ଏକ ଷ୍ଟଣ୍ଟ ସିନ୍‌ର ସୁଟିଂ ବେଳେ ସାମନ୍ଥା ଓ ବିଜୟ ଦୁର୍ଘଟଣାର ଶିକାର ହୋଇଥିଲେ । ଏଥିରେ ଉଭୟଙ୍କୁ ଜୋରରେ ଆଘାତ ବି ଲାଗିଥିଲା। ଦୁର୍ଘଟଣା ପରେ ଉଭୟେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସେଠାରେ ସେମାନଙ୍କର ଚିକିତ୍ସା ହୋଇଥିଲା।


ସୂଚନା ଅନୁସାରେ, ଏହି ଦୁର୍ଘଟଣା ପରେ ସାମନ୍ଥା ଓ ବିଜୟ ରବିବାର ସୁଟିଂକୁ ଆସିଥିଲେ। ସେମାନେ ଶ୍ରୀନଗରର ଡାଲ ହ୍ରଦରେ ସୁଟିଂ କରିବାର ଥିଲା। କିନ୍ତୁ ସୁଟିଂ ବେଳେ ଉଭୟଙ୍କ ପିଠିରେ ଯନ୍ତ୍ରଣା ହେବାରୁ ସେମାନଙ୍କୁ ସେଠାକାର ଏକ ହୋଟେଲକୁ ନିଆଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.