Below header

ଶାଶୁ ମା’ଙ୍କ ସହ ‘ଫ୍ଲିପ୍‌ ଦ ସ୍ୱିଚ୍‌ ଚ୍ୟାଲେଞ୍ଜ’ ନେଲେ ଆକ୍ଟ୍ରେସ୍‌ ସମୀରା ରେଡ୍ଡୀ, ଭିଡିଓ ହେଲା ଭାଇରାଲ

ବଲିଉଡ୍‌ ଅଭିନେତ୍ରୀ ସମୀରା ରେଡ୍ଡୀଙ୍କ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଏଥିରେ ସେ ନିଜ ଶାଶୁ ମା’ଙ୍କ ସହ ଡ୍ୟାନ୍ସ କରୁଥିବା ନଜର ଆସୁଛନ୍ତି। ଏହି ଲାଟେଷ୍ଟ ଭିଡିଓକୁ ସମୀରା ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଶେୟାର କରିଛନ୍ତି। ଶାଶୁ ମଞ୍ଜରୀ ବର୍ଦେଙ୍କ ସହ ‘ଫ୍ଲିପ୍‌ ଦ ସ୍ୱିଚ୍‌ ଚ୍ୟାଲେଞ୍ଜ’ ନେଉଥିବା ଦେଖାଯାଉଛନ୍ତି।

ଏହି ଚ୍ୟାଲେଞ୍ଜରେ ଜଣେ ପାର୍ଟନର ବ୍ୟାକ୍‌ଗ୍ରାଉଣ୍ଡ ଡ୍ୟାନ୍ସ କରୁଥିବା ବେଳେ ଅନ୍ୟଜଣେ ଏହାକୁ ରେକର୍ଡ କରୁଥିବା ଦେଖିବାକୁ ମିଳୁଛି। ପୁଣି ଦୁଇଜଣ ନିଜ ଡ୍ରେସ୍‌ ଏବଂ ଜାଗା ବଦଳାଇ ଦେଉଛନ୍ତି। ଭିଡିଓ ଶେୟାର କରି ସମୀରା କ୍ୟାପସନ ଲେଖିଛନ୍ତି, ‘ଫ୍ଲିପ୍‌ ଦ ସ୍ୱିଚ୍‌’। ଏହାସହିତ ସେ #motherinlaw #indian #edition #takefunseriously #thisishowwedoit #fliptheswitchchallenge ଭଳି ହ୍ୟାସ୍‌ଟ୍ୟାଗ ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.