Below header

କରୋନା ଭାଇରସ ପ୍ରଭାବ: ଦିଲ୍ଲୀରେ କୌଣସି ଖେଳ ନକରାଇବା ପାଇଁ ସରକାରଙ୍କ ନିର୍ଦେଶ

କରୋନା ଭାଇରସ କାରଣରୁ ଦିଲ୍ଲୀରେ ଆଇପିଏଲ ମ୍ୟାଚ ଦର୍ଶକଙ୍କ ସହ ଖେଳାଯିବ ନାହିଁ। ସୂଚନା ମୁତବାକ ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିୟା ଆଜି ସମସ୍ତ ଖେଳକୁ ରଦ୍ଦ କରିଛନ୍ତି। ସିସୋଦିୟା କହିଛନ୍ତି, ଯେଉଁ ଖେଳରେ ହଜାର ହଜାର ଲୋକ ଏକାଠି ହୋଇଥାନ୍ତେ ବର୍ତ୍ତମାନ ତାହାର ଆୟୋଜନ କରାଯିବ ନାହିଁ। ଉପମୁଖ୍ୟମନ୍ତ୍ରୀ କହିଛନ୍ତି ବର୍ତ୍ତମାନ କରୋନା ଭାଇରସ ରୋକିବା ସମସ୍ତଙ୍କର ଦାୟିତ୍ୱ। ଏହାବ୍ୟତୀତ ସମସ୍ତ ବଡ ବଡ ଇଭେଣ୍ଟ ମଧ୍ୟ ବନ୍ଦ କରାଯିବା କଥା କହିଛନ୍ତି ଉପମୁଖ୍ୟମନ୍ତ୍ରୀ।

iplସିସୋଦିୟା ଏକ ପ୍ରେସ୍‌ କନଫ୍ରେନ୍ସ ଜରିଆରେ କହିଛନ୍ତି, ‘ଆଇପିଏଲ ଭଳି ସମସ୍ତ ଖେଳ ବ୍ୟାନ କରାଯିବାର ନିଷ୍ପତି କରାଯାଇଛି। କରୋନା ଭାଇରାସକୁ ରୋକିବା ପାଇଁ ସାମାଜିକ ଅଲଗା ରହିବା ଅତି ଆବଶ୍ୟକ। ଏଥିସହ ଦିଲ୍ଲୀରେ ସମସ୍ତ ପ୍ରକାର ସମ୍ମେଳନ ଏବଂ ସେମିନାର ମଧ୍ୟ ବ୍ୟାନ କରାଯାଇଛି।

ସୂଚନା ମୁତାବକ ଦିଲ୍ଲୀରେ ଆଇପିଏଲର ୭ମ ମ୍ୟାଚ ଖେଳାଯିବାର ଆୟୋଜନ ରହିଥିଲା। ଆସନ୍ତା ୩୦ ମାର୍ଚ୍ଚରେ ଦିଲ୍ଲୀ କ୍ୟାପିଟାଲ ସହିତ କିଙ୍ଗ୍ସ ଇଲେଭେନ୍‌ ପଞ୍ଜାବ ମଧ୍ୟରେ ମ୍ୟାଚ ଖେଳାଯିବାର ରହିଛି। କିନ୍ତୁ ସିସୋଦିୟାଙ୍କ ମନ୍ତବ୍ୟ ପରେ ଏହି ମ୍ୟାଚ ଖେଳାଯିବ କି ନାହିଁ ତାହା ଦ୍ୱନ୍ଦରେ ରହିଛି।

ipl-ପଶ୍ଚିମବଙ୍ଗଳାରୁ ବିଜେପି ସାଂସଦ ବାବୁଲ ସୁପ୍ରିୟୋ ଆଇପିଏଲ ମ୍ୟାଚକୁ ନେଇ କହିଛନ୍ତି, ‘ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କରୋନାକୁ ମହାମାରୀ ଘୋଷଣା କରିଛନ୍ତି। ଖେଳ ମହତ୍ତ୍ୱପୂର୍ଣ୍ଣ କିନ୍ତୁ ଜୀବନକୁ ବାଜି ଲଗାଇ ଖେଳିବା ଉଚିତ ନୁହେଁ। ଆଇପିଏଲ ଏଭଳି ଏକ ଖେଳ ଯାହାକୁ ଦେଖିବା ପାଇଁ ଅଧିକ ସଂଖ୍ୟାରେ ଲୋକମାନେ ଏକାଠି ହୋଇଥାନ୍ତି। ଏହି କାରଣରୁ ମୁଁ ଆଶା କରୁଛି ଆଇପିଏଲ୍‌ ମ୍ୟାଚ୍‌କୁ ସ୍ଥଗିତ ରଖାଯିବା ଉଚିତ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.