ସାବଧାନ! ଆପଣଙ୍କ ମୋବାଇଲ୍‌ରୁ ବି ବ୍ୟାପିପାରେ କରୋନା ଭାଇରସ୍‌, ଏସବୁ ବିଷୟ ପ୍ରତି ରଖନ୍ତୁ ଧ୍ୟାନ

ମୋବାଇଲ୍‌ ଫୋନ୍‌ରୁ ବ୍ୟାପେ କି କରୋନା! ପ୍ରଶ୍ନଟି ଗମ୍ଭୀର ହୋଇଥିଲେ ମଧ୍ୟ ବର୍ତ୍ତମାନ ପରିସ୍ଥିତିରେ ଏହି ପ୍ରଶ୍ନ ସମସ୍ତଙ୍କ ମନକୁ ଆସିବା ସ୍ୱାଭାବିକ। ଏକ୍ସପର୍ଟଙ୍କ କହିବାନୁସାରେ ମୋବାଇଲ ଫୋନ୍‌ ମାଧ୍ୟମରେ କରୋନା ଭାଇରସ୍‌ ବ୍ୟାପିବା ସମ୍ଭାବନା ରହିଛି। ମାତ୍ର କେତେକ ବିଶେଷ ବିଷୟ ଉପରେ ଧ୍ୟାନ ଦେଲେ ଆପଣ ଏହି ଭାଇରସ୍‌ର ବ୍ୟାପିବାକୁ ରୋକିପାରିବେ।

corona mobile

ରିପୋର୍ଟ ମୁତାବକ କରୋନା ଭାଇରସ୍‌ ଯେକୌଣସି ବସ୍ତୁରୁ ମଧ୍ୟ ବ୍ୟାପିପାରିବ। ସ୍ମାର୍ଟଫୋନ୍‌ର ସ୍କ୍ରିନ୍‌କୁ ବାରମ୍ବାର ଟଚ୍‌ କରିବା ପରେ ଯଦି ମୁହଁକୁ ଛୁଉଁଛନ୍ତି, ତେବେ ପ୍ରଥମେ ହାତକୁ ପରିଷ୍କାର କରି ଧୁଅନ୍ତୁ। କାରଣ ନିର୍ଜୀବ ବସ୍ତୁରେ ମଧ୍ୟ କରୋନା ଏକ ସପ୍ତାହ ପର୍ଯ୍ୟନ୍ତ ଜୀବିତ ରହିପାରେ। ତେବେ ମଣିଷ ଶରୀରରୁ ଏହା କଫ କିମ୍ବା ଛିଙ୍କ ମାଧ୍ୟମରେ ବାହାରକୁ ଆସିଥାଏ। ଆକ୍ରାନ୍ତଙ୍କ ସଂସ୍ପର୍ଶରେ ସିଧାସଳଖ ଆସିବା ଦ୍ୱାରା ଭାଇରସ୍‌ ସଂକ୍ରମଣର ସବୁଠାରୁ ଅଧିକ ଆଶଙ୍କା ରହିଥାଏ।

coronavirus 7

ଡାକ୍ତରଙ୍କ ସୂଚନାନୁଯାୟୀ, ନିଜ ସ୍ମାର୍ଟଫୋନ୍‌କୁ ପ୍ରତି ୯୦ ମିନିଟ୍‌ରେ ଥରେ ସଫା କରିବା ଉଚିତ। ଯଦି ଲଗାତାର ଫୋନ୍‌ ବ୍ୟବହାର କରୁଛନ୍ତି ତେବେ ହାତକୁ ମୁହଁ ଓ ନାକରେ ମାରନ୍ତୁ ନାହିଁ।

mobile2

ଏକ ରିସର୍ଚ୍ଚ ମୁତାବକ ସ୍ମାର୍ଟଫୋନ କୌଣସି ଟଏଲେଟ୍‌ ସିଟ୍‌ ଠାରୁ ୩ ଗୁଣ ଅଧିକ ଅପରିଷ୍କାର ହୋଇଥାଏ। ବାରମ୍ବାର ବିଭିନ୍ନ ସ୍ଥାନରେ ରଖିବା ବା ଛୁଇଁବା ଦ୍ୱାରା ମୋବାଇଲ ଫୋନ୍‌ରେ ବ୍ୟାକ୍ଟେରିଆ ଓ ଭାଇରସ୍‌ ଅଧିକ ସଂଖ୍ୟାରେ ଦେଖାଯାଇଥାନ୍ତି।

phone

ତେବେ ବର୍ତ୍ତମାନ ସ୍ଥିତିରେ ମୋବାଇଲକୁ ସଫା କରିବାକୁ ଆଲକହଲଯକ୍ତ ଓ୍ଵାଇପ୍‌ ବ୍ୟବହାର କରନ୍ତୁ। ଏହା ଦ୍ୱାରା ବ୍ୟାକ୍ଟେରିଆ ମରିଯିବେ ଫଳରେ ରୋଗ ବ୍ୟାପିବାର ଆଶଙ୍କା କମ୍‌ ରହିବ। ଏଥିସହ ଆଲକହଲଯୁକ୍ତ ହ୍ୟାଣ୍ଡ ଓ୍ଵାଶ୍‌ରେ ହାତ ଧୋଇବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.